Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଅନଲାଇନ ଠକେଇର ଶିକାର ହେଲେ ଦୀପକ, ଟଙ୍କା ନେଇ ଫାଇନାନ୍ସ କମ୍ପାନୀ ଛୁ

27/07/2021 at 1:43 PM

ଯାଜପୁର ୨୭/୭ : ପୁଣି ଅନଲାଇନ ଠକେଇ ଅଭିଯୋଗ । ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଜଣେ ଯୁବକ ଅନଲାଇନ ଠକେଇର ଶିକାର ହୋଇଛନ୍ତି । ଧର୍ମଶାଳା ଥାନା ଅଧୀନ ପାଟପୁର ପଂଚାୟତ ର ଯୁବକ ଦୀପକ ରାଉତ ଉତ୍ତର ପ୍ରଦେଶ ର ଏକ ଫାଇନାନ୍ସ କମ୍ପାନୀରେ ଅନଲାଇନ ମାଧ୍ୟମରେ ଏଜେଣ୍ଟ ଭାବେ ଚାକିରୀ କରିଥିଲେ । ଲୋକଙ୍କୁ ଋଣ ଦେବା ପାଇଁ ପ୍ରଥମେ ଏଜେଣ୍ଟକୁ ଗ୍ରାହକ ସଂଗ୍ରହ କରିବା ଓ ଟଙ୍କା ଫାଇଲ ଚାର୍ଜ ପାଇଁ ଟଙ୍କା ଡିପୋଜିଟ କରିବା ପାଇଁ କହିଥିଲେ ।

ଏଜେଣ୍ଟ ମାନେ ଢେଙ୍କାନାଳ ଅଂଚଳର ଗ୍ରାହକଙ୍କଠୁ ଟଙ୍କା ନେଇ ଅନଲାଇନ ମାଧ୍ୟମରେ ଡିପୋଜିଟ କରିଥିଲେ । ପାଖାପାଖି ୧ ଲକ୍ଷ ୩୫ ହଜାର ଟଙ୍କା ବିଭିନ୍ନ ଗ୍ରାହକଙ୍କଠୁ ଆଣି ଡିପୋଜିଟ କରିଥିଲେ । ହେଲେ ପରବର୍ତୀ ପର୍ଯ୍ୟାୟରେ ସମ୍ପୃକ୍ତ ସଂସ୍ଥାର କୌଣସି କର୍ମଚାରୀଙ୍କ ମୋବାଇଲ ଲାଗୁନି । ଯାହାଫଳରେ ସମ୍ପୃକ୍ତ ସଂସ୍ଥା ସହ ଯୋଗାଯୋଗ ହୋଇ ପାରୁ ନଥିବା ବେଳେ ଗ୍ରାହକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ଏଜେଣ୍ଟ ।

ଦୀପକଙ୍କ ଭଳି ବହୁ ଏଜେଣ୍ଟ ଏହି ଭଳି ଅନଲାଇନ ଠକେଇ ର ଶିକାର ହୋଇଛନ୍ତି । ଏ ନେଇ ଧର୍ମଶାଳା ଥାନାର ଦ୍ୱାରସ୍ଥ ହୋଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ପାରୁନି । ଅନ୍ୟପଟେ ଗ୍ରାହକ ମାନେ ଟଙ୍କା ନ ପାଇବାରୁ ଏଜେଣ୍ଟଙ୍କ ନାମରେ ଥାନାରେ ମାମଲା ରୁଜୁ କରିଥିବା ବେଳେ ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ଏଜେଣ୍ଟ ମାନେ ନିବେଦନ କରିଛନ୍ତି ।

   Related Posts