ଯାଜପୁର ଜିଲ୍ଲାର ଐତିହ୍ୟ ଓ କିର୍ତ୍ତିରାଜର ପୁନଃଉଦ୍ଧାର ପାଇଁ ବ୍ଲୁ ପ୍ରିଣ୍ଟ, କଣ୍ଟିଗଡିଆ ପୁଷ୍କରିଣୀ ଗସ୍ତ କଲେ ଜିଲ୍ଲାପାଳ

Published By : Prameya-News7 Bureau | November 19, 2020 IST

ଚଣ୍ଡିଖୋଲ ୧୯।୧୧: ଯାଜପୁର ଜିଲ୍ଲା ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇବା ପରେ ସରକାରୀ ସ୍ତରରେ ଐତିହ୍ୟ ଓ କିର୍ତ୍ତିରାଜର ପୁନଃଉଦ୍ଧାର କାର୍ଯ୍ୟ ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି ।

{"id":364217,"sizeSlug":"large"}

ଯାଜପୁରର କୁସୁମା ପୋଖରୀ ରୂପରେଖକୁ ଅନୁଧ୍ୟାନ କରି ଧର୍ମଶାଳା ସ୍ଥିତ କଣ୍ଟିଗଡିଆ ପୋଖରୀରେ ଅତ୍ୟାଧୁନିକ ଆଲୋକସଜ୍ଜା, ଜଳ ନିଷ୍କାସନ, ବୃକ୍ଷରୋପଣ ସହିତ ଜଳକ୍ରୀଡା ଓ ପାର୍କ ପ୍ରତିଷ୍ଠା ଲକ୍ଷ୍ୟ ନେଇ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋଡ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ସ୍ଥାନୀୟ ତହସିଲଦାର ଓ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ବିଭିନ୍ନ ଦିଗ ଉପରେ ସମୀକ୍ଷା କରିଥିଲେ ।

{"id":364218,"sizeSlug":"large"}

ସୂଚନାଯୋଗ୍ୟ ଯେ, ବୌଦ୍ଧ ବିହାର ଓ ହୀରକ ତ୍ରିଭୂଜ ସମଗ୍ର ବିଶ୍ବରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିବା ବେଳେ ୫୩ ନମ୍ବର ଜାତୀୟ ରାଜପଥ କଡରେ ଅବସ୍ଥିତ କଣ୍ଟିଗଡିଆ ପୋଖରୀର ଆଧୁନିକୀକରଣ ହୋଇପାରିଲେ ବହୁ ସଂଖ୍ୟକ ପର୍ଯ୍ୟଟକ ଉପକୃତ ହୋଇପାରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.