Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ବଡଚଣା ଗସ୍ତରେ ଯାଜପୁର ଜିଲ୍ଲାପାଳ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

24/09/2020 at 6:42 PM

ଚଣ୍ଡିଖୋଲ, ୨୪ ।୦୯:  ନୂତନ ଜିଲ୍ଲାପାଳ ଚକ୍ରବର୍ତ୍ତି ସିଂହ ରାଠୋଡ୍ ଯାଜପୁରରେ କାର୍ଯ୍ୟଭାର ଗ୍ରହଣ କରିବା ପରେ ଗୁରୁବାର ପ୍ରଥମ କରି ବଡଚଣା ଗସ୍ତ କରିଥିଲେ। ପ୍ରଥମେ ବଡଚଣା ବ୍ଲକ ପରିସରରେ ବିଡିଓ ଅଜିତ ପ୍ରସାଦ୍ ଗିରିଙ୍କ ସହ ବିଭିନ୍ନ ସମସ୍ୟା ଓ ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ଆଲୋଚନା କରିଥିଲେ ।

ଏହା ପରେ ଜିଲ୍ଲାପାଳ ଖଈରା ପଞ୍ଚାୟତର ହାଟୁଆ ପୋଖରୀ ନିକଟରେ ପହଞ୍ଚି ଏହାକୁ ଏକ ଆଦର୍ଶ ପୋଖରୀ କରିବା ସହିତ  ସବୁଜ ବଣ୍ଣାଳୀ ସୃଷ୍ଟି  କରିବାକୁ ପ୍ରସ୍ତାବ ଦେଇଥିଲେ। ପରେ ଭୂଷୁଣ୍ଡପୁର ପଞ୍ଚାୟତରେ ପହଞ୍ଚି ସେଠାରେ ନିର୍ମିତ ପୋଖରୀର ଉନ୍ନୟନମୂଳକ କାର୍ଯ୍ୟ ଦେଖି ସନ୍ତୋଷ ପ୍ରକଟ କରିଥିଲେ। ଅଧିକ ସଂଖ୍ୟକ ବୃକ୍ଷ ରୋପଣ ଦିଗରେ ବିଶେଷ ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।

ଜିଲ୍ଲାପାଳଙ୍କ ଏହି ଗସ୍ତ କାଳରେ ବଡଚଣା ବିଡିଓ ଅଜିତ ପ୍ରସାଦ୍ ଗିରି, ସହକାରୀ ଯନ୍ତ୍ରୀ ବିପିନି ବିହାରୀ ସେଠି, ଯନ୍ତ୍ରୀ କମଳ ଲୋଚନ ରାଜ୍,ଖଇରା ସରପଞ୍ଚ ହରପ୍ରିୟା ବରାଳ ଓ ଭୂଷୁଣ୍ଡପୁର ସରପଞ୍ଚ ଯଯାତି କେଶରୀ ଦାସ ଆଦି ଉପସ୍ଥିତ ଥିଲେ।

   Related Posts