ତୈଳଦର ବୃଦ୍ଧିକୁ ନେଇ ବିଜେଡ଼ିର ବିକ୍ଷୋଭ

Published By : Prameya-News7 Bureau | September 08, 2018 IST

ଯାଜପୁର ୮/୯ : କେନ୍ଦ୍ର ସରକାରଙ୍କର ବାରମ୍ବାର ତୈଳବୃଦ୍ଧିର ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ଯୁବ, ଛାତ୍ର ,ମହିଳା ଓ କୃଷକ ସଂଗଠନ ପକ୍ଷରୁ ଶାନ୍ତିପୂର୍ଣ ଧାରଣା ଦିଆଯାଇଥିଲା । ମୁଖ୍ୟତଃ ଯାଜପୁର ପୌର ଅଧ୍ୟକ୍ଷ ଭବ ପ୍ରସାଦ ଦାସଙ୍କ ନେତୃତ୍ୱରେ ସହରର ବିଭିନ୍ନ ପେଟ୍ରୋଲ ପମ୍ପ ଠାରେ ଶାନ୍ତିପୂର୍ଣ ଧାରଣା ଦେଇଥିଲେ । ସେହିପରି ଯାଜପୁର ବ୍ଲକ ଅଧ୍ୟକ୍ଷ ପ୍ରଦୀପ ନାୟକ ଓ ଦଶରଥପୁର ବ୍ଲକର ଜିଲ୍ଲା ବିଜେଡ଼ି ସଭାପତି ସରୋଜ ମହାପାତ୍ରଙ୍କ ନେତୃତ୍ବରେ ବିଭିନ୍ନ ପେଟ୍ରୋଲ ପମ୍ପମାନଙ୍କରେ ଦଳୀୟ କର୍ମୀ ଓ ଯୁବ ଛାତ୍ର ସଂଘଠନ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ତୈଳ ଦର ବୃଦ୍ଧିର ପ୍ରତିବାଦ କରିଥିଲେ । ଯଦି କେନ୍ଦ୍ର ସରକାର ଆଗାମୀ ଦିନରେ ତୈଳ ଦର ବୃଦ୍ଧି ନ କମାନ୍ତି ତେବେ ଏହି ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ବିଜେଡ଼ି କର୍ମୀ ମତପୋଷଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.