Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଅସୁରକ୍ଷିତ ଯାଜପୁର ଉତ୍କଳ ବାଳାଶ୍ରମ: ଲୁଚି ପଳାଉଛନ୍ତି ଅନ୍ତେବାସୀ କିନ୍ତୁ ନିଖୋଜ ଶିଶୁ ସମ୍ପର୍କରେ ଦିଆଯାଉନାହିଁ ଏଫଆଇଆର

31/10/2020 at 7:06 PM

ଯାଜପୁର ୩୧/୧୦ : ଅସୁରକ୍ଷିତ ଯାଜପୁର ଉତ୍କଳ ବାଳାଶ୍ରମ । ଏଠାରେ ସବୁ ଠିକ ଠାକ ଥିବା ଦର୍ଶାଇଯାଉଥିଲେ ବି ଅନ୍ତେବାସୀ ରହିବାକୁ ଚାହୁଁନାହାନ୍ତି। ବାରମ୍ବାର ଶିଶୁମାନଙ୍କୁ ବାହାରୁ ଉଦ୍ଧାର କରାଯାଉଥିବା ନଜିର ରହିଛି । ପିଲାମାନଙ୍କ ତଦାରଖ କରିବା ପାଇଁ ୧୨ କର୍ମଚାରୀ ନିଯୁକ୍ତି ଥିଲେ ବି ଅନ୍ତେବାସୀ କାହିଁକି ଲୁଚି ପଳାଉଛନ୍ତି । ସବୁ ଜାଣି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଉନାହିଁ କି ଶିଶୁ ନିଖୋଜ ସମ୍ପର୍କରେ ଏଫଆଇର ଦିଆଯାଉନାହିଁ । ସେପଟେ ଏ ସମ୍ପର୍କରେ ପଚାରିବାରୁ ଓଲଟା ତ୍ରୁଟି ଲୁଚାଇବାକୁ ଯାଇ ବାଉଳି ହେଉଛନ୍ତି ସୁପରିଟେଣ୍ଡ।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ୫ ସହ ମିଟର ଦୂରରେ ଥିବା ଏହି ବାଳାଶ୍ରାମରେ ୪୪ ଜଣ ଅନ୍ତେବାସୀଙ୍କ ରୁହନ୍ତି । ଏମାନଙ୍କ ଦାୟିତ୍ଵ ପାଇଁ ଜଣେ ସୁପରିଟେଣ୍ଡ ସମେତ ୧୨ ଜଣଙ୍କୁ ନିଯୁକ୍ତି ଦିଆଯାଇଛି । ହେଲେ ଏମାନେ ଅନ୍ତେବାସୀଙ୍କ ଦାୟିତ୍ଵ ନେବା ତ ପଛ କଥା ପିଲାମାନେ ନିଖୋଜ ନେଇ କେହି କିଛି ଜାଣିପାରୁନାହାନ୍ତି । ଦୁଇଦିନ ତଳେ ଯାଜପୁର ପାଣିକୋଇଲି ମାର୍କେଟରେ ବୁଲୁଥିବା ଜଣେ ବାଳଶ୍ରମର  ଶିଶୁକୁ “ଆମେ ବିପଦର ସାଥି” ସ୍ବଛାସେବୀ ଅନୁଷ୍ଠାନ ଉଧାର କରି ଶିଶୁ ସୁରକ୍ଷା ବିଭାଗକୁ ହସ୍ତାନ୍ତର କରିଥିଲେ । ବାରମ୍ବାର ଅନ୍ତେବାସୀ ବାଳାଶ୍ରମ ଛାଡି ପଳେଇବା ଓ ସେମାନଙ୍କୁ ଉଦ୍ଧାର କରାଯିବା ଭଳି ଘଟଣା ସାମ୍ନାକୁ ଆସୁଛି। ଯାହା ଏଠାକାର ଅବ୍ୟବସ୍ଥା ନେଇ ଅସଲ ଚିତ୍ରକୁ ପଦାରେ ପକେଇଛି ।

ବଳାଶ୍ରାମରୁ ଅନ୍ତୋବାସୀ ନିଖୋଜ ହେବା ଘଟଣା ନୂଆ ନୁହେଁ । ପୂର୍ବରୁ ବାରମ୍ବାର ଶିଶୁମାନେ ବାହରୁ ରେସ୍କୁ ହେଉଛନ୍ତି। କିନ୍ତୁ ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କୁ ନା ଅବଗତ କରାଯାଉଛି ନା କୌଣସି ଏଫାର ଦିଆଯାଉଛି। ଏ ସମ୍ପର୍କରେ ପଚାରିବାରୁ ଓଲଟା ତ୍ରୁଟି ଲୁଚେଇବାକୁ ଯାଇ ବାଉଳି ହେଉଛନ୍ତି ବାଳାଶ୍ରମ କର୍ତ୍ତୃପକ୍ଷ। କ୍ୟାମ୍ପସରେ ଶିଶୁ ଯତ୍ନ କେନ୍ଦ୍ର, ଶିଶୁ ମଙ୍ଗଳ ସମିତି ଥିଲେ ବି ପ୍ରବେଶ ଉପରେ ରୋକ ଲଗେଇଛନ୍ତି ଖୋଦ ସୁପରିଟେଣ୍ଡ ।

ଏଠାରେ ପ୍ରଶ୍ନ ଉଠୁଛି, ଯଦି ଭିତରକୁ ଯିବାକୁ ଅନୁମତି ଆବଶ୍ୟକ ତେବେ ବାଳାଶ୍ରମରୁ ଅନ୍ତେବାସୀମାନେ କେମିତି ବାହାରକୁ ଯାଉଛନ୍ତି ? ଯଦି ଶିଶୁମାନଙ୍କର କ୍ଷତି ଘଟେ, ସେଥିପାଇଁ ଦାୟୀ କିଏ ? ସେପଟେ ଏହା ଉପରେ ଏଡିଏମ ସ୍ତରୀୟ ତଦନ୍ତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

   Related Posts