ଯାଜପୁର ଜିଲ୍ଲାରେ ଦୁର୍ଘଟଣା;କନ୍ୟାସହ ପରିବାରର ୫ ଗୁରୁତର

Published By : Prameya-News7 Bureau | June 25, 2018 IST

ଯାଜପୁର ଜିଲ୍ଲା ବରୀ- କଳାମାଟିଆ ରାସ୍ତାର କ୍ଷେମେଶ୍ବର ଛକ ନିକଟରେ ଦୁର୍ଘଟଣା । କନ୍ୟାସହ ପରିବାରର ୫ ଗୁରୁତର । କଳାମାଟିଆ ପଞ୍ଚାୟତ ତଳକାଇପଡାରୁ ବାହାଘର ପାଇଁ କନ୍ୟାକୁ ନେଇ ଏକ ବୋଲେରୋରେ ୧୦ଜଣ ବିରଜା ମନ୍ଦିର ଯାଉଥିଲେ । ତେବେ କ୍ଷେମେଶ୍ବର ନିକଟରେ ଭାରସାମ୍ୟ ହରାଇ ବୋଲେରୋ ଏକ କଲଭର୍ଟ ଧକ୍କା ଦେଇଥିଲା । ଫଳରେ କନ୍ୟା ସହ ପରିବାରର ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତୁ ପ୍ରଥମେ ବରୀ ଏବଂ ପରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ୧୦୮ ଆମ୍ବୁଲାନ୍ସକୁ ଫୋନ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ନଆସିବାରୁ ଗୁରୁତରଙ୍କୁ ବାଇକରେ ସ୍ଥାନୀୟ ଲୋକେ ଡାକ୍ତରଖାନା ନେଇଥିଲେ । ଆମ୍ବୁଲାନ୍ସ ନଆସିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.