ମୌଳିକ ସୁବିଧାରୁ ବଞ୍ଚିତ ଯାଜପୁର କୋରେଇ ତୁଳସୀ ପଞ୍ଚାୟତର ସାଇଁଟୋ ଗାଁ
30/08/2018 at 1:31 PM

ସରକାରଙ୍କ ଦୃଷ୍ଟି ଆଢୁଆଳରେ ରହି ଯାଇଛି ଯାଜପୁର କୋରେଇର ସାଇଁଟୋ ଗାଁ । ଗାଁକୁ ସଂଯୋଗୀକରଣ ରାସ୍ତା କହିଲେ ବିଲ ହିଡ । ବର୍ଷକ ମଧ୍ୟରେ ୪ମାସ ବାହ୍ୟ ଜଗତରୁ ବିଚ୍ଛିନ୍ନ ରହୁଛନ୍ତି ୬୫ଟି ଦଳିତ ପରିବାରର ୫୦୦ରୁ ଅଧିକ ଲୋକେ । ବାରମ୍ବାର ରାଜନେତା , ପ୍ରଶାସନ ପ୍ରତିଶ୍ରୁତି ଦେଇ ମଧ୍ୟ ସେମାନଙ୍କୁ ନିରାଶ କରୁଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।