ଯାଜପୁର: ଆଦର୍ଶ ପଞ୍ଚାୟତ ପାଲଟପୁରରେ ପ୍ରିୟାପ୍ରୀତିରେ ବଣ୍ଟା ଯାଉଛି ସରକାରୀ ଆବାସ

Published By : Prameya-News7 Bureau | January 25, 2020 IST

ଦଶରଥପୁର୨୫/୧: ଯାଜପୁର ଦଶରଥପୁରର ଆଦର୍ଶ ପଞ୍ଚାୟତ ପାଲଟପୁରରେ ମାଡ଼ିଛି ଦୁର୍ନୀତିର ଚେର। ପ୍ରିୟାପ୍ରୀତିରେ ବଣ୍ଟା ଯାଉଛି ସରକାରୀ ଆବାସ। ୨ ମହଲା କୋଠାଧାରୀ ଓ ସରକାରୀ ଚାକିରିଆଙ୍କୁ ମିଳିଛି ସରକାରୀ ଆବାସ। କିନ୍ତୁ ନିରାଶ୍ରୟ ମହିଳାଙ୍କୁ ମିଳୁ ନାହିଁ ଆବାସ। ମାତ୍ର ସରକାରୀ ଆବାସ ନେବାକୁ ହେଲେ ପୂର୍ବରୁ ଦେବାକୁ ପଡ଼ିବ ୨୦ ହଜାର ଟଙ୍କା। ମାତ୍ର ଏଭଳି କ୍ଷୋଭ ପ୍ରକାଶ କରିଛନ୍ତି ଝୁମା ପଣ୍ଡା। ସରକାରୀ ଆବାସରୁ ବଞ୍ଚିତ ହେଉଛନ୍ତି ଦଳିତ, ଗରିବ ଆଉ ଖଟିକିଆ। ଖାଲି ସେତିକି ନୁହେଁ ପୂର୍ବରୁ ୨/୩ଟି ଆବାସ ପାଇଥିବା ବ୍ୟକ୍ତିଙ୍କୁ ପୁଣି ମିଳିଛି ଆବାସ। ମାତ୍ର ସ୍ଥାନୀୟ ସରପଞ୍ଚ ଓ ପ୍ରଶାସନ ପାଲଟପୁର ପଞ୍ଚାୟତର କିଛି ଦଳିତ ଗରିବ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି।

{"id":215993,"sizeSlug":"large"}
ଝୁମା ପଣ୍ଡା

ଆଦର୍ଶ ପଞ୍ଚାୟତ ବୋଲାଉଥିବା ପାଲଟପୁରରେ ଗରିବଙ୍କୁ ମିଳୁ ନାହିଁ ପ୍ରଧାନମନ୍ତ୍ରୀ ଆବାସ । ମାତ୍ର ସେହି ପଞ୍ଚାୟତର ଜଣେ ଭିନ୍ନକ୍ଷମ ଓ ସ୍ବାମୀ ପରିତ୍ୟକ୍ତା ମହିଳା ଝୁମା ପଣ୍ଡାଙ୍କୁ ଗୋଟିଏ ସରକାରୀ ଆବାସ ମିିଳି ନାହିଁ। ତାଙ୍କର ନିଜର କହିଲେ କେବଳ ଜଣେ ନାବାଳକ ପୁଅ ଅଛି। ଝୁମା ଗାଁରୁ ମାଗି ନିଜର ଗୁଜୁରାଣ ମେଣ୍ଟାଇ ଥାଆନ୍ତି। ହେଲେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ। ପାଲ ଟାଙ୍ଗି ନିଜର ଛୋଟ ପୁଅକୁ ସାଙ୍ଗରେ ଧରି ଝୁମା ଦିନ କାଟୁଛନ୍ତି। ଏଠି ପ୍ରଶ୍ନ ଉଠେ ସରକାରୀ ଆବାସ କେଉଁଭଳି ଲୋକଙ୍କୁ ମିଳିବା ଉଚିତ? ଝୁମା କଣ ଗରିବ ନୁହନ୍ତି କି?

{"id":216004,"sizeSlug":"large"}
ପ୍ରତାପ ସାହୁଙ୍କ ୨ ମହଲା କୋଠା

ଘର ଖଣ୍ଡେ ପାଇଁ ଝୁମା ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବିଡ଼ିଓ, ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇସାରିଲେଣି। ହେଲେ ଏପର୍ଯ୍ୟନ୍ତ ତାଙ୍କୁ ଆବାସ ମିଳି ନାହିଁ। ଝୁମାଙ୍କ କହିବା ଅନୁସାରେ ଆଗୁଆ ୨୦ ହଜାର ଟଙ୍କା ଦେଲେ ତାଙ୍କୁ ଘର ଖଣ୍ଡେ ମିଳିବ। ଏଠି ପ୍ରଶ୍ନ ଉଠୁଛି ଜଣେ ନିରାଶ୍ରୟ ମହିଳାଙ୍କୁ ସରପଞ୍ଚ ଓ ପ୍ରଶାସନ କାହିଁକି ଅଣଦେଖା କରୁଛନ୍ତି ?‌ ଟଙ୍କାରେ ସରକାରୀ ଆବାସ ବିକ୍ରି ହେଉଥିବା ସ୍ଥାନୀୟ ଲୋକେ କହିଛନ୍ତି।

{"id":215994,"sizeSlug":"large"}
ସୁରେନ୍ଦ୍ର ଜେନା

ସେହିପରି ପଞ୍ଚାୟତ କାର୍ଯ୍ୟାଳୟକୁ ଲାଗି ରହିଥିବା କଣ୍ଟିବାଙ୍କ ଗ୍ରାମର ଲକ୍ଷ୍ମଣ ଜେନା ଜଣେ ଗରିବ ଓ ଦଳିତ ଲୋକ। ପାଲ ଟାଙ୍ଗି ନିଜର ପିଲା ଛୁଆଙ୍କୁ ଧରି ସେହି ଭଙ୍ଗା ଘରେ ରହୁଛନ୍ତି। କିନ୍ତୁ ସରକାରଙ୍କ ଯୋଜନା ତାଙ୍କ ପାଖରେ ପହଞ୍ଚି ପାରିଲା ନାହିଁ। ସେହିପରି ବିନ୍ଧାନନ୍ଦିପୁର ଗ୍ରାମର ସୁରେନ୍ଦ୍ର ଜେନାଙ୍କୁ ମଧ୍ୟ ଘର ଖଣ୍ଡେ  ମିଳି ନାହିଁ।

{"id":215995,"sizeSlug":"large"}
ଲକ୍ଷ୍ମଣ ଜେନା

କିନ୍ତୁ ପାଲଟପୁର ପଞ୍ଚାୟତରେ ଅନ୍ୟ ଏକ ଚିତ୍ର ଦେଖିବାକୁ ମିଳିଛି। ବିନ୍ଧାନନ୍ଦିପୁର ଗ୍ରାମର ପ୍ରତାପ ସାହୁଙ୍କୁ ମିଳିଛି ପ୍ରଧାନମନ୍ତ୍ରୀ ଆବାସ। ଯାହାଙ୍କ ପାଖରେ ରହିଛି ୨ ମହଲା କୋଠା, କାର। ଏପରି କି କୋଲକୋତାରେ ବ୍ୟବସାୟ ସହ ପଞ୍ଚାୟତରେ ତାଙ୍କର ଠିକା କାମ ଚାଲିଛି। ମାତ୍ର ପୂର୍ବରୁ ୨/୩ଟି ଆବାସ ପାଇଥିବା ଲୋକଙ୍କୁ ପୁଣି ଆବାସ ଦିଆଯାଉଛି।

{"id":215996,"sizeSlug":"large"}
ବିଜ୍ଞାନ ରାୟଙ୍କ ଦୋକାନ ଘର ( ସରପଞ୍ଚଙ୍କ ଦିଅର)

ସେହିପରି ପାଲଟପୁର ପଞ୍ଚାୟତର ସରପଞ୍ଚଙ୍କ ଦିଅର ବିଜ୍ଞାନ ରାୟ ଅବିବାହିତ ରହିଥିବା ବେଳେ (୨୦୧୪-୧୫) ବର୍ଷରେ ତାଙ୍କୁ ଆବାସ ମିଳିଥିଲା। ସେହି ଆବାସରେ ବିଜ୍ଞାନ ରାୟ ଦୋକାନ କରିଛନ୍ତି। ଦୋକାନ ଘର ପାଇଁ ମିଳୁଛି ସରକାରୀ ଆବାସ ହେଲେ ମୁଣ୍ଡ ଗୁଞ୍ଜିବା ପାଇଁ ଗରିବ ଲୋକଙ୍କୁ ମିଳୁ ନାହିଁ। ଏହା ହେଉଛି ଆଦର୍ଶ ପଞ୍ଚାୟତ ପାଲଟପୁରର ନଗ୍ନ ଚିତ୍ର। ପଞ୍ଚାୟତର ଆଉ ଜଣେ ମହିଳା ଦମୟନ୍ତୀଙ୍କ ସ୍ବାମୀ କେନ୍ଦ୍ର ସରକାରଙ୍କ ଏଫସିଆଇରେ କାର୍ଯ୍ୟ କରନ୍ତି। କିନ୍ତୁ ତାଙ୍କୁ ମିଳିଛି ଆବାସ। ଟଙ୍କା ଦେଲେ ଆବାସ ମିଳିବ ଏଭଳି ସଂଗୀନ ଅଭିଯୋଗ ଆଣିଛନ୍ତି ପାଲଟପୁରବାସୀ। ଦାୟିତ୍ବରେ ଥିବା ଜେଇ, ପିଇଓ ଓ ଜିଆରଏସ୍‌ କେଉଁ ଆଧାରରେ ତଦନ୍ତ କରି ଆବାସ ବଣ୍ଟନ କରୁଛନ୍ତି ତାହା ବର୍ତ୍ତମାନ ପ୍ରଶ୍ନ ଘେରରେ ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.