Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ବାଳାଶ୍ରମରେ ରହୁଛନ୍ତି ରାସ୍ତାରେ ଭିକ ମାଗୁଛନ୍ତି: ଯାଜପୁରରେ ଚାଲିଛି ଏମିତି ଶିଶୁ ସୁରକ୍ଷା

6/02/2020 at 7:31 PM

ଯାଜପୁର୬/୨: ରାଜ୍ୟରେ କେମିତି ଚାଲିଛି ଶିଶୁ ସୁରକ୍ଷା ? ପରଦା ପଛର କାହାଣୀ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ରାସ୍ତାକଡ଼ରୁ ଶିଶୁ ଶ୍ରମିକ, ନିର୍ଯାତିତ ଓ ଅସହାୟ ଶିଶୁଙ୍କୁ ଉଦ୍ଧାର କରି ବାହା ବାଃ ନେଉଛି ଶିଶୁ ମଙ୍ଗଳ ସମିତି କିମ୍ବା ଶିଶୁ ସୁରକ୍ଷା ୟୁନିଟ୍‌ । ଆଉ ସେମାନଙ୍କୁ ବାଳାଶ୍ରମରେ ଛାଡ଼ି ଦିଆଯାଉଛି। ହେଲେ ସେଠି ସେମାନେ କ’ଣ କରୁଛନ୍ତି, କିଭଳି ଜୀବନ ଜିଇଁବାକୁ ବାଧ୍ୟ ହେଉଛନ୍ତି ସେକଥା ଦେଖିବାକୁ ସତେ ଯେମିତି କେହି ନାହିଁ ।

କିଛି ଦିନ ତଳେ ଜଣେ ପିଲାକୁ ଶିଶୁ ସୁରକ୍ଷା ସମିତି ଉଦ୍ଧାର କରି ବାଳାଶ୍ରମରେ ଛାଡ଼ିଥିଲା । ହେଲେ ସେ ବାଳାଶ୍ରମ ଛାଡ଼ି ବିଭିନ୍ନ ସମୟରେ ଭିକ୍ଷାବୃତ୍ତି କରିବାକୁ ଯାଉଥିବା ଖୁଲମ୍‌ ଖୁଲା କହୁଛି । ଯାଜପୁର ବାଳାଶ୍ରମ ପରିଦର୍ଶନ କଲେ ଆପଣ ବୁଝିଯିବେ କିପରି ଚାଲିଛି ଶିଶୁ ସୁରକ୍ଷା। ଏୟା ଯେ, ଏଠି ଧର୍ମକୁ ଆଖି ଠାର ମାରି ଚାଲିଛି ଶିଶୁ ସୁରକ୍ଷା ଅଭିଯାନ ।

ରାସ୍ତାକଡ଼ରୁ ଶିଶୁ ଶ୍ରମିକ, ନିର୍ଯାତିତ ଓ ଅସହାୟ ଶିଶୁଙ୍କୁ ଉଦ୍ଧାର କରି ବାହାଦୁରୀ ମାରୁଛି ଶୁଶୁ ମଙ୍ଗଳ ସମିତି କିମ୍ବା ଶିଶୁ ସୁରକ୍ଷା ୟୁନିଟ୍‌ । ଆଉ ନିକଟରେ ଥିବା ବାଳାଶ୍ରମରେ ସେମାନଙ୍କୁ ଛାଡ଼ିଦେଇ ନିଜ ଦାୟିତ୍ବ ସାରିଦେଉଛି । ହେଲେ ସେଠାରେ ଏଇ ପିଲାମାନେ କ’ଣ କରୁଛନ୍ତି,  କିଭଳି ଜୀବନ ଜିଇଁବାକୁ ବାଧ୍ୟ ହେଉଛନ୍ତି ସେକଥା ଦେଖିବାକୁ ସତେ ଯେମିତି କେହି ନାହିଁ । ଆଉ ପଚାରିଲେ କ’ଣ ଉତ୍ତର ମିଳୁଛି ତାକୁ ବି ଟିକେ ଦେଖନ୍ତୁ ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଏଇ ଖାମଖିଆଲି ବୟାନ୍‌ ହିଁ ଆମ ସଂଦେହକୁ ଆହୁରି ବଳ ଦେଉଛି । ସେପଟେ ଏଭଳି ଘଟଣାରେ ବାଳାଶ୍ରମ କର୍ତ୍ତୃପକ୍ଷ ତାଙ୍କ ଅସହାୟତା ପ୍ରକାଶ କରୁଛନ୍ତି । ଶିଶୁ ସୁରକ୍ଷା ପାଇଁ ସରକାରଙ୍କ ଯୋଜନା କିଛି କମ୍‌ ନାହିଁ । ଏଥି ପାଇଁ କୋଟି କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି । ହେଲେ ଯାଜପୁର ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିବା ପରେ ସେ ସବୁ ଯେମିତି ମୂଲ୍ୟହୀନ ହୋଇଯାଇଛି । ପିଲା ମନଇଚ୍ଛା ବାଳାଶ୍ରମରୁ ବାହାରି ବାହାରେ ବୁଲୁଛନ୍ତି ।

ଦିନ ଦିନ ଧରି ନଖୋଜ ହୋଇଯାଉଛନ୍ତି । ପୁଣି ଧରା ହୋଇ ଆସୁଛନ୍ତି । ଏ ପ୍ରକାର ପାଲା ସବୁବେଳେ ଚାଲିଛି । ହେଲେ ଶିଶୁମାନେ ଏଠାରେ କେମିତି ପଢ଼ିବେ ଆଉ କେମିତି ବଢ଼ିବେ ସେ ବାବଦରେ ଯେମିତି କାହାର ଚିନ୍ତା ନାହିଁ । ନା’ cwc ଅଧିକାରୀଙ୍କର ନା’ ବାଳାଶ୍ରମ କର୍ତ୍ତୃପକ୍ଷଙ୍କର । ଏମିତି ଏସବୁ ପ୍ରତି ମଧ୍ୟ ସ୍ଥାନୀୟ ପ୍ରଶାସନ ଯେମିତି ସମ୍ପୂର୍ଣ୍ଣ ଆଖି ବୁଜି ଦେଇଛି । ତେଣୁ ଏସବୁ ଦେଖି ଶିଶୁ ସୁରକ୍ଷା ଗୋଟେ ପ୍ରହସନ ପାଲଟିଛି ବୋଲି ସାଧାରଣରେ ଅନୁଭବ ହେଲାଣି ।

କେବଳ ଦରମା ଗଣ୍ଡାକ ପାଇଁ ଚାକିରି ବଞ୍ଚାଇବା ହେଉ କି ସରକାରୀ ଅନୁଦାନକୁ ଆତ୍ମସାତ୍‌ କରିବାକୁ ଏମିତି ଖାମଖିଆଲି ଢ଼ଙ୍ଗରେ ଶିଶୁ ସୁରକ୍ଷା ଅଭିଯାନ ଚାଲିଛି । ଏଥିରେ ରାଜ୍ୟ ସରକାର ହସ୍ତକ୍ଷେପ କରିବା ସହ ପୂରା ବ୍ୟବସ୍ଥାକୁ ମନିଟରିଂ କରିବାର ଆବଶ୍ୟକତା ରହିଛି ।

   Related Posts