୩ଦିନିଆ ଚୀନ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର

Published By : Prameya-News7 Bureau | August 12, 2019 IST

ନୂଆଦିଲ୍ଲୀ ୧୨/୮: ୩ଦିନିଆ ଚୀନ ଗସ୍ତରେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର । ରବିବାରଠାରୁ ତିନିଦିନିଆ ଚୀନ୍‍ ଗସ୍ତରେ ଯାଇ ସେ ବେଜିଂରେ ପହଞ୍ଚିଛନ୍ତି । ଏହି ଗସ୍ତକାଳରେ ସେ ତାଙ୍କର ଚୀନ୍‍ ପ୍ରତିପକ୍ଷ ୱାଙ୍ଗ୍‍ ୱାଇଙ୍କ ସହ ଦ୍ୱିପାକ୍ଷିକ ପ୍ରସଙ୍ଗରେ ଆଲୋଚନା କରିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଏହି ଗସ୍ତ ସମୟରେ ଡକ୍ଟର ଜୟଶଙ୍କର ଚୀନ୍‍ ସହ ସବୁ ଦ୍ୱିପାକ୍ଷିକ ବିଷୟ, ଆଞ୍ଚଳିକ ତଥା ଆନ୍ତର୍ଜାତିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି।

ସାଂସ୍କୃତିକ ଏବଂ ଜନ ସଂପର୍କ କାର୍ଯ୍ୟକ୍ରମ ନେଇ ଯେଉଁ ଉଚ୍ଚସ୍ତରୀୟ ଭାରତ-ଚୀନ ଗୋଷ୍ଠୀ ଗଠନ କରାଯାଇଛି, ତାହାର ଦ୍ୱିତୀୟ ବୈଠକରେ ମଧ୍ୟ ଡକ୍ଟର ଜୟଶଙ୍କର ସହ-ଅଧ୍ୟକ୍ଷତା କରିବେ। ଚଳିତ ବର୍ଷ ଶେଷ ଭାଗରେ ଚୀନ ରାଷ୍ଟ୍ରପତି  ଜି. ଜିନପିଙ୍ଗଙ୍କ ଭାରତ ଗସ୍ତ ଓ ପ୍ରଧାନମନ୍ତ୍ରୀଙ୍କ ସହ ଅନୌପଚାରିକ ଆଲୋଚନା କାର୍ଯ୍ୟକ୍ରମକୁ ସେ ଚୁଡାନ୍ତ ରୂପଦେବା ନେଇ ଆଲୋଚନା କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.