ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ଘଟଣା : ଆକ୍ରମଣ ପାଇଁ ନିଜକୁ ଦାୟୀ କଲା ଜୈଶ-ଉଲ୍-ହିନ୍ଦ, କହିଲା- 'ଏହା ଆରମ୍ଭ ଅଟେ'

Published By : Prameya-News7 Bureau | January 30, 2021 IST

ନୂଆଦିଲ୍ଲୀ,୩୦/୦୧:  ନୂଆଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ନିକଟରେ ହୋଇଥିବା ବିସ୍ଫୋରଣ ପାଇଁ ଜୈଶ-ଉଲ-ହିନ୍ଦ ନିଜକୁ ଦାୟୀ କରିଛି । ଟେଲିଗ୍ରାମ୍ ଆପ୍ ଜରିଆରେ ଏହି ଆତଙ୍କବାଦୀ ସଙ୍ଗଠନ ଏନେଇ ସୂଚନା ଦେଇଛି ।

ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ, ସର୍ବଶକ୍ତିମାନ ଆଲ୍ଲାଙ୍କ ଆଶୀର୍ବାଦ ଓ ସାହାଯ୍ୟ ପାଇଁ ସେମାନଙ୍କ ସଦସ୍ୟ ଦିଲ୍ଲୀର ଏକ ହାଇସିକ୍ୟୁରିଟି ଅଞ୍ଚଳରେ ବିସ୍ଫୋରଣ କରିପାରିଲେ । ଏହି ଅଞ୍ଚଳ ଏତେ ସୁରକ୍ଷିତ ଥିବା ସତ୍ତ୍ନେ ତାଙ୍କ ସଦସ୍ୟ ପ୍ରବେଶ କରି ଆଇଇଡି ବିସ୍ଫୋରଣ କରିଥିଲେ । ଏହା ଆରମ୍ଭ ମାତ୍ର । ଭାରତ ସରକାରଙ୍କ ଦ୍ୱାରା ହେଉଥିବା ଅତ୍ୟାଚାରର ଏହା ପ୍ରତିଶୋଧ ଅଟେ ।

ସୂଚାନାଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ଇସ୍ରାଏଲ ଦୂତାବାସ ସାମ୍ନାରେ ବିସ୍ଫୋରଣ ହୋଇଥିଲା । ଏହି ଘଟଣାରେ ଛାନଭିନ୍ ଆରମ୍ଭ ହୋଇଯାଇଛି । ପୋଲିସ ଏହାକୁ ମାମୁଲି ବିସ୍ଫୋରଣ କହିଥିଲେ ମଧ୍ୟ ତିନୋଟି କାର୍ କ୍ଷତିଗ୍ରସ୍ତ ହୋଇଛି । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

ଘଟଣାସ୍ଥଳରେ ଏକ ବୁଦା ମୂଳରେ ଗୋଟିଏ IED ରଖା ଯାଇଥିବା ସୂଚନା ମିଳିଥିଲା । କିନ୍ତୁ ଘଟଣାସ୍ଥଳରୁ ଆଉ କୌଣସି ବୋମା ମିଳିନଥିଲା । ଘଟଣା ପରେ ଗୃହମନ୍ତ୍ରୀ ଅମିତ ଶାହା ଦିଲ୍ଲୀ ପୋଲିସ କମିଶନର ଏବଂ IB ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ତେବେ ସାରା ଦେଶର ସବୁ ଏୟାରପୋର୍ଟରେ ହାଇଆଲର୍ଟ ଜାରି କରାଯାଇଛି । 

ଶନିବାର ତେବେ ଦିଲ୍ଲୀ ପୋଲିସକୁ ଏକ ଲଫାପା ମିଳିଥିଲା । ଏହା ଇସ୍ରାଏଲ ଦୂତାବାସ ନାଁରେ ଆସିଛି । ଏହା ଏକ ଟ୍ରେଲର, ଆଗକୁ ଆହୁରି ଆକ୍ରମଣ ହୋଇପାରେ ବୋଲି ଏଥିରେ ଉଲ୍ଲେଖ ରହିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.