ଜୈସ୍ ର ଧମକ: କହିଲା ଅକ୍ଟୋବର ୮ ତାରିଖରେ ଭାରତର ଏହି ସହରରେ କରିବ ହମଲା

Published By : Prameya-News7 Bureau | September 16, 2019 IST

ନୂଆଦିଲ୍ଲୀ୧୬|୯: ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପାକିସ୍ତାନ ଚିନ୍ତାରେ ଅଛି। ଏହା ସହ ଆତଙ୍କବାଦୀମାନେ ମଧ୍ୟ ଚିନ୍ତିତ ଅଛନ୍ତି। ତେବେ ଜୈସ ଏ ମହମ୍ମଦ ଏକ ପତ୍ର ଦ୍ବାରା ଭାରତରେ ହମଲା କରିବା ନେଇ ଧମକ ଦେଇଛି।

ପାକିସ୍ତାନର ଆତଙ୍କୀ ସଂଗଠନ ଜୈସ ଏ ମହମ୍ମଦ ଆଗାମୀ ଅକ୍ଟୋବର ୮ ତାରିଖରେ ହରିଆଣାର ରେୱାଡି ରେଲୱେ ଷ୍ଟେସନ ଓ ତା ପଛରେ ଥିବା ମନ୍ଦିରକୁ ଉଡାଇବାକୁ ଧମକ ଦେଇଛି। ପୋଲିସ ଏହି ଚିଠି ସତ୍ୟା ସତ୍ୟ ଯାଞ୍ଚ କରିଛି । ରିପୋର୍ଟ ଅନୁସାରେ ପତ୍ରରେ ଲେଖାଯାଇଛି ଯେ, ସେମାନେ ତାଙ୍କ ଜିହାଦୀଙ୍କ ମୃତ୍ୟୁର ପ୍ରତିଶୋଧ ନିହାତି ନେବେ। ଅକ୍ଟବର ମାସ ୮ ତାରିଖରେ ରେୱାଡି ରେଲୱେ ଷ୍ଟେଶନ ସମେତ ଭାରତର ଅନେକ ରେଲୱେ ଷ୍ଟେଶନକୁ ଉଡାଇବାକୁ ଧମକ ଦିଆଯାଉଛି। ଭାରତକୁ ଧ୍ବଂସ କରିଦେବେ ବୋଲି କହିବା ସହ ଚାରିଆଡେ ରକ୍ତ ହିଁ ରକ୍ତ ନଜର ଆସିବ।

ଭାରତୀୟ ସେନାକୁ ମିଲିଥିବା ଗୁପ୍ତ ସୂଚନା ଅନୁସାରେ, ସେପଟେମ୍ବରର ପ୍ରଥମ ସପ୍ତାହରେ ପାକିସ୍ତାନ ଏଲଓସିରି ସେନା ଠୁଳ କରିବାରେ ଲାଗିଛି। ସୂଚନା ଅନୁସାରେ ଗତ ମାସ ପାଖାପାଖି ୪୦ ରୁ ୫୦  ଆଙ୍କବାଦୀ ସୀମାପାର କରି ଭାରତ ଭିତରକୁ ପ୍ରବେଶ କରିଛନ୍ତି ।  ଆହୁରି ୨୦୦ରୁ ୨୫୦ ପ୍ରଶିକ୍ଷିତ ଆତଙ୍କବାଦୀ ଭାରତକୁ ପ୍ରବେଶ ଲାଗି ଉଦ୍ୟମ କରିଆସୁଛନ୍ତି । ଜୈସ ଏ ମହମ୍ମଦ ଓ ଲଶକର ଏ ତୋୟବା ଭଳି ଆତଙ୍କି ସଙ୍ଗଠନ ଏଲଓସିରେ ଆତଙ୍କୀ ଲଂଚ ପ୍ୟାଡ ସକ୍ରିୟ କରିଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.