Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ରେ ଉଡିଲା ଚେନ୍ନାଇର ବିଜୟ ବାନା, କେକେଆରକୁ ୨୭ ରନରେ ହରାଇ ଚତୁର୍ଥ ଥର ଚାମ୍ପିଅନ
  • ||
  • ପଞ୍ଜାବ କଂଗ୍ରେସର ଅଧିନାୟକ ରହିବେ ସିଦ୍ଧୁ, ରାହୁଲଙ୍କୁ ଭେଟିବା ପରେ ଫେରାଇ ନେଲେ ଇସ୍ତଫା ପତ୍ର
  • ||
  • ସିଙ୍ଘୁ ବର୍ଡରରେ ଜଣେ ନିହଙ୍ଗଙ୍କ ଆତ୍ମ ସମର୍ପଣ, ଯୁବକଙ୍କ ହତ୍ୟାର ୧୫ ଘଣ୍ଟା ପରେ ସାମ୍ନାକୁ ଆସିଲା ପ୍ରଥମ ଅଭିଯୁକ୍ତ
  • ||
  • ପଣ୍ଡାଲ ଉପରେ ହୋଇଥିବା ଆକ୍ରମଣ ମଧ୍ୟରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଭାରତକୁ ଦେଲେ ଏହି ପରାମର୍ଶ
  • ||
  • ପୁଞ୍ଛରେ ଯବାନ-ଆତଙ୍କବାଦୀ ମୁହାଁମୁହିଁ, ୫ଦିନରେ ୭ ଯବାନ ସହିଦ: ରାଜପଥ ବନ୍ଦ, ଅପରେସନ୍ ଜାରି
  • ||
  • ଅକ୍ଟୋବର ୨୧ରୁ ଏକାଦଶ, ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ: ଗଣଶିକ୍ଷା ମନ୍ତ୍ରୀ
  • ||
  • ୨୫୦ ଲିଟର ଦେଶୀ ମଦ ଜବତ, ୫ ଗିରଫ
  • ||
  • ଅଭାବନୀୟ ଘଟଣା: ଯୁବକଙ୍କ ଗଳା କାଟି ବିଭତ୍ସ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ : ଘଉଡାଇଲା ବେଳେ ଅଳ୍ପକେ ବର୍ତ୍ତିଲେ ଚାଷୀ
  • ||
  • ସାଇକେଲରେ ଯାଉଥିଲେ କକା-ପୁତୁରା, ଟାଣି ଆଣି ଦଳିଦେଲା ହାତୀ
  • ||

ବିଶ୍ବକୁ ଧୋକା ଦେବାକୁ ଆତଙ୍କବାଦୀଙ୍କ ବଡ଼ ଚକ୍ରାନ୍ତ, FATF କୋପ ଦୃଷ୍ଟିରୁ ରକ୍ଷା ପାଇଯିବ ପାକିସ୍ତାନ ?

12/10/2021 at 4:46 PM

ଇସ୍ଲାମାବାଦ ୧୨/୧୦: ପାକିସ୍ତାନର ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଏବଂ ଲଶ୍କର ଏ ​–ତୋୟିବା ଏଫଏଟିଏଫ ଏବଂ ଅନ୍ୟ ଅନ୍ତର୍ଜାତୀୟ ସଙ୍ଗଠନର କାର୍ଯ୍ୟାନୁଷ୍ଠାନ ଭୟରେ ନାଁ ପରିବର୍ତ୍ତନ କରିଛନ୍ତି। ଏବେ ସଙ୍ଗଠନର ନାମ ପରିବର୍ତ୍ତନ କରି ଅନେକ ହିଂସା ଭିଆଉଛନ୍ତି ଆତଙ୍କବାଦୀ। ଗୁଇନ୍ଦା ବିଭାଗ ସୂତ୍ରରୁ ମିଳିଥିବା ସୂଚନା ମୁତାବିକ, ଲଶ୍କର-ଏ-ତୋୟବା ଆତଙ୍କବାଦୀ ଟ୍ରେନିଂ ପାଖରୁ ଆରମ୍ଭ କରି ସ୍ଲିପର ସେଲ୍‌ ଗଠନ ପର୍ଯ୍ୟନ୍ତ ସବୁ କିଛି କାମ ଏବେ ଅଲ୍‌-ବୁର୍କ ନାମରେ କରୁଛି। ଏହା ସହ ତାମାମ ଆତଙ୍କବାଦୀ ଗତିବିଧିକୁ ବୃଦ୍ଧି କରୁଛି।

କେବଳ ସେତିକି ନୁହେଁ ପାକିସ୍ତାନୀ ଗୁଇନ୍ଦା ଏଜେନ୍ସି (ଆଇଏସଆଇ) ମଧ୍ୟ ଲଶ୍କରକୁ ଖୋଲା ସମର୍ଥନ ଦେଉଥିବା ଜଣାପଡ଼ିଛି। ନ୍ୟୁଜ୍‌ ୧୮ରେ ପ୍ରକାଶିତ ଏକ ଖବର ଅନୁସାରେ, ଜୈଶ-ଏ- ମହମ୍ମଦ ମଧ୍ୟ ନିଜର ଏକ ଛଦ୍ମ ନାମ ଅଲ ଓମର ମୁଜ୍ଜାହିଦ୍ଦିନ ରଖିଛି। ଛଦ୍ମ ନାମ ଜରିଆରେ ଏହି ଆତଙ୍କବାଦୀ ସଙ୍ଗଠନ ଆତଙ୍କୀ କାର୍ଯ୍ୟକଳାପ ଚଳାଇଛି। ଏହି ନାଁରେ ଜୈଶ ଜିହାଦୀମାନଙ୍କୁ ପ୍ରଶିକ୍ଷଣ ଦେଉଛି। ତେବେ ଏନେଇ ଭାରତ ସମେତ ଅନ୍ୟ ଦେଶକୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହସ୍ତଗତ ହୋଇଥିବା କୁହାଯାଉଛି।

ଅନ୍ୟପଟେ ମିଳିଥିବା ଖବର ଅନୁସାରେ, ଆଫଗାନିସ୍ତାନ ଉପରେ କବଜା କରିଥିବା ତାଲିବାନ ଆତଙ୍କବାଦୀ ଏ​‌ବେ ଜାମ୍ମୁକାଶ୍ମୀରରେ ଲଢ଼ିବା ପାଇଁ ପ୍ରସ୍ତୁତ ଅଛନ୍ତି। ଗୁଇନ୍ଦା ସୂଚନା ଅପୁସାରେ ପାକ୍‌ ଅଧିକୃତ କାଶ୍ମୀର (ପିଓକେ)ରେ ଆଇଏସଆଇ ଅଧିକାରୀ, ସାଇବର ଟିମ୍‌ ସଦସ୍ୟ, ତାଲିବାନ, ଜୈଶ ଏ ମହମ୍ମଦ ଏବଂ ଲଶ୍ମର ଏ ତୋୟବାର ଆତଙ୍କବାଦୀ ଆଫଗାନିସ୍ତାନ ସିମ୍‌ କାର୍ଡ ବ୍ୟବହାର କରୁଛନ୍ତି। ଏବେ ପିଓକେରେ ପାଖାପାଖି ୩୦୦୦ ଆଫଗାନିସ୍ତାନ ନମ୍ବରର ସିମ୍‌ କାର୍ଡ ଆକ୍ଟିଭ୍‌ ରହିଥିବା ଜଣାପଡ଼ିଛି।   

   Related Posts