ସାଧୁ ବେଶରେ ଆତଙ୍କବାଦୀ ଗିରଫ, ସ୍ୱାମୀ ୟତି ନରସିଂହାନନ୍ଦଙ୍କୁ ହତ୍ୟା କରିବାକୁ ରଚୁଥିଲା ଷଡଯନ୍ତ୍ର

Published By : Prameya-News7 Bureau | May 17, 2021 IST

ନୂଆଦିଲ୍ଲୀ, ୧୭/୫: ବହୁ ଚର୍ଚ୍ଚିତ ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦ ସହିତ ଜଡ଼ିତ ଜଣେ ଆତଙ୍କୀକୁ ଦିଲ୍ଲୀରୁ ଗିରଫ କରାଯାଇଥିବା ଜଣାପଡିଛି l ଏହି ଆତଙ୍କବାଦୀ ବିବାଦରେ ରହିଥିବା ପୂଜାରୀ ସ୍ୱାମୀ ୟତି ନରସିଂହାନନ୍ଦଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର କରୁଥିବା ନେଇ ସୂଚନା ମିଳିବା ପରେ ତାକୁ ଗିରଫ କରାଯାଇଛି l

ସୂଚନା ଅନୁସାରେ, ଗିରଫ ଆତଙ୍କବାଦୀର ନାମ ମହମ୍ମଦ ଡାର ହୋଇଥିବା ବେଳେ ତା ଘର କାଶ୍ମୀରର ପୁଲୱାମା ଅଞ୍ଚଳରେ l ଦିଲ୍ଲୀ ପୋଲିସ ଏନେଇ କହିଛି ଯେ ମହମ୍ମଦ ପାଖରୁ ଯେଉଁ ସବୁ ଜିନିଷ ଜବତ କରାଯାଇଛି ସେଥିରୁ ଜଣା ପଡୁଛି ଯେ ସେ ହିନ୍ଦୁ ପୂଜାରୀ ବେଶରେ ଯାଇ ଡାସନାର ଦେବୀ ମନ୍ଦିରର ପୂଜାରୀ ସ୍ୱାମୀ ୟତି ନରସିଂହାନନ୍ଦଙ୍କୁ ହତ୍ୟା କରିବାକୁ ଚାହୁଁଥିଲା l

ନରସିଂହାନନ୍ଦ କିଛି ଦିନ ତଳେ ପେଙ୍ଗବର ମହମ୍ମଦକୁ ନେଇ ଟିପ୍ପଣୀ କରିଥିଲେ l ଯାହାର ପ୍ରତିଶୋଧ ନେବାକୁ ସେ ହତ୍ୟା କରିବାକୁ ଚାହୁଁଥିଲା lଦିଲ୍ଲୀ ପୋଲିସ ତା ଠାରୁ ଗେରୁଆ ରଙ୍ଗର କୁର୍ତ୍ତା, ପାଇଜାମା, କିଛି ପୂଜା ଜିନିଷ, ଚନ୍ଦନ ଏବଂ କୁମକୁମ ଆଦି ଜବତ କରିଛି l ଏଥି ସହିତ ମହମ୍ମଦ ପାଖରୁ ପଏଣ୍ଟ ତିରିଶର ବୋର ପିସ୍ତଲ ଓ ଦୁଇଟି ମାଗାଜିନ ମଧ୍ୟ ଜବତ କରିଥିବା ବେଳେ ପନ୍ଦରଟି ଜିଅନ୍ତା ଗୁଳି ଜବତ କରିଛି l

ତେବେ ଦିଲ୍ଲୀ ପୋଲିସର ଜେରା ପରେ ତାକୁ ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦ ପୂଜାରୀଙ୍କୁ ହତ୍ୟା କରିବା ପାଇଁ କହିଥିବା ସେ ପ୍ରକାଶ କରିଥିଲା l ଜଣାପଡିଛି ଯେ ସେ ଗତ ବର୍ଷ ଡିସେମ୍ବର ମାସରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଥିଲା l ପୂଜାରୀଙ୍କୁ ମରିବା ପାଇଁ ତାକୁ ଅବିଦ ନାମକ ବ୍ୟକ୍ତି ସମସ୍ତ ଯୋଜନା ବିଷୟରେ କହିବା ସହିତ ସମସ୍ତ ବ୍ୟବସ୍ଥା ମଧ୍ୟ କରିଥିଲା l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.