Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଜୟପୁର ସିରିଏଲ ବ୍ଲାଷ୍ଟ ମାମଲାରେ ୪ ଜଣ ଦୋଷୀ, ଜଣେ ଦୋଷ ମୁକ୍ତ

18/12/2019 at 2:31 PM

ଜୟପୁର ତା ୧୮।୧୨: ୨୦୦୮ ମେ ମାସରେ ଜୟପୁର ସହରରେ ଘଟିଥିବା ସିରିଏଲ ବୋମା ବିସ୍ଫୋରଣ ଘଟଣାର ରାୟ ପ୍ରକାଶ ପାଇଛି। ୪ ଜଣଙ୍କୁ ଅଦାଲତ ଦୋଷୀ ସାବ୍ୟସ୍ତ କରିଥିବାବେଳେ ଜଣେ ଅଭିଯୁକ୍ତକୁ ଦୋଷ ମୁକ୍ତ ଘୋଷଣା କରିଛନ୍ତି । ଜୟପୁରରର ସ୍ୱତନ୍ତ୍ର କୋର୍ଟ ଏହି ରାୟ ଶୁଣାଇଛନ୍ତି

ସୂଚନାଯୋଗ୍ୟ ଯେ, ୨୦୦୮  ମେ ମାସରେ ଜୟପୁର ସହର ସିରିଏଲ ବୋମା ବିସ୍ଫୋରଣରେ ଥରିଥିଲା ।  ୮୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଆହତ ହୋଇଥିଲେ । ଏହି ଘଟଣାରେ ୮ ଟି କେସ୍ ରୁଜ୍ଜୁ କରିଥିଲା ପୋଲିସ । ଏହାର ଶୁଣାଣି କରି କୋର୍ଟ ମହମ୍ମଦ ସୈଫ, ମହମ୍ମଦ ସର୍ବର, ସୈଫ ଉର ରହେମନ ଏବଂ ସଲମାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି ।

ଏହି ଦୋଷୀ ମାନେ ଜଘନ୍ୟ କାଣ୍ଡ କରିବା ବେଳେ ସେମାନଙ୍କ ବୟସ ୨୧ ରୁ ୨୫ ବର୍ଷ ଥିଲା । ତେବେ ଏହି ମାମାଲାର  ଅନ୍ୟତମ ଅଭିଯୁକ୍ତ ସାହାବାଜ ହୁସେନକୁ କୋର୍ଟ ଦୋଷ ମୁକ୍ତ କରିଛନ୍ତି । ଦୋଷୀ ସାବ୍ୟସ୍ତ ହୋଇଥିବା ୪ ଜଣଙ୍କୁ ବିଭିନ୍ନ ଧାରାରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଷଡଯନ୍ତ୍ର  ବୋମା ବିସ୍ଫୋରଣ,  ସହାୟତା ଆଦି ଅଭିଯୋଗ ଭିତ୍ତିରେ ଦୋଷୀ  ଏହି ଅପରାଧୀଙ୍କ ଦଣ୍ଡାଦେଶ ଦିନେ ଦୁଇ ଦିନ ମଧ୍ୟରେ ଘୋଷଣା ହେବ । କୋର୍ଟଙ୍କ ରାୟ ପରେ ବିସ୍ଫୋରଣରେ ନିହତ ଓ ଆହତଙ୍କ ପରିବାର ସନ୍ତୋଷ ଜାହିର କରିଛନ୍ତି ।

   Related Posts