୧୧ ବର୍ଷ ପରେ ଜୟପୁର ସିରିଏଲ ବିସ୍ଫୋରଣ ଅପରାଧୀଙ୍କୁ ଦଣ୍ଡାଦେଶ, ୪ ଦୋଷୀଙ୍କୁ ହେବ ଫାଶୀ

Published By : Prameya-News7 Bureau | December 20, 2019 IST

ଜୟପୁର ୨୦।୧୨ :  ରାଜସ୍ଥାନ ରଜଧାନୀ ଜୟପୁର ୨୦୦୮ ସିରିଏଲ ବିସ୍ଫୋରଣ ମାମଲାର ଶୁକ୍ରବାର ଦଣ୍ଡ ଶୁଣଣି ହୋଇଛି। ସ୍ୱତନ୍ତ୍ର ନ୍ୟାୟାଳୟଙ୍କ ବିଚାରପତି ଅଜୟ କୁମାର ଶର୍ମା ମାମଲାର ୪ ଦୋଷୀଙ୍କୁ  ଫାଶୀ ଦଣ୍ଡାଦେଶ କରିଛନ୍ତି। ୧୧ ବର୍ଷ ପୂର୍ବର ଏହି ମାମଲାରେ ଗତ ବୁଧବାର ସ୍ୱତନ୍ତ୍ର କୋର୍ଟ ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଜଣେ ଅଭିଯୁକ୍ତକୁ ସାକ୍ଷ ଓ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଦେଇଥିଲେ।

{"id":200254,"width":578,"height":412,"sizeSlug":"large"}

ମାମଲାର ରାୟ ଘୋଷଣା କରି କୋର୍ଟ ଦୋଷୀ ୪ ଜଣ ସରବର ଆଜମୀ, ମହମ୍ମଦ ସୈଫ, ସୈଫୁର ରହେମାନ ଓ ସଲମାନକୁ ଫାଶୀ ଦଣ୍ଡାଦେଶ କରିଛନ୍ତି। ଏହା ବ୍ୟତୀତ କୋର୍ଟ ପ୍ରତି ଅପରାଧୀ ୫୦ ହଜାର ଲେଖାଏଁ ଜରିମାନା ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି। ୧୩ ମେ ୨୦୦୮ରେ ରାଜସ୍ଥାନ ରାଜଧାନୀ ଜୟପୁରକୁ ଏହି ଆତତାୟୀମାନେ ବିସ୍ଫୋରଣରେ ଥରାଇଥିଲେ। ସହରର ପୃଥକ ପୃଥକ ୮ଟି ସ୍ଥାନରେ ଭିଷଣ ବିସ୍ଫୋରଣ କରିଥିବା ବେଳେ ଏଥିରେ ୮୦ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୬ଜଣ ଆହତ ହୋଇଥିଲେ ।

{"id":200255,"sizeSlug":"large"}

ଏହି ସିରିଏଲ ବିସ୍ଫୋରଣ କାଣ୍ଡର ଅନ୍ୟ ୨ ଜଣ ଅଭିଯୁକ୍ତ ଦିଲ୍ଲୀ ବଟଲା ହାଉସ୍ ନିକଟରେ ପୋଲିସ କରିଥିବା ଏନକାଉଣ୍ଟରରେ ପ୍ରାଣ ହରାଇଥିଲେ।  ଗତବର୍ଷ ଠାରୁ ମୋକଦ୍ଦମାର ଶୁଣାଣି ତ୍ୱରାନ୍ୱୀତ କରାଯାଇଥିଲା। ଦଣ୍ଡ ଘୋଷଣା ପର୍ଯ୍ୟନ୍ତ କୋର୍ଟ ୧ ହଜାର ୨୯୬ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରିଥିବା ବେଳେ କୋର୍ଟ ଉଭୟ ପକ୍ଷଙ୍କ ତର୍କ ଶୁଣାଣି ମଧ୍ୟ  କରିଥିଲେ। ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୨, ୩୦୭, ୩୨୪, ୩୨୬, ୧୨୦ (ବି), ୧୨୪(ଏ) ଓ ୧୫୩ (ଏ)ରେ ମୋକଦ୍ଦମା ରୁଜୁ ହୋଇଥିବା ବେଳେ ତାହା କୋର୍ଟରେ ପ୍ରମାଣିତ ହୋଇଥିଲା। ଏଣୁ କୋର୍ଟ ସେମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ସାମାନଙ୍କୁ ଦଣ୍ଡଦେଶ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.