ଇଣ୍ଡିଆନ ଅୟେଲର ମ୍ୟାନେଜରଙ୍କ ପତ୍ନୀଙ୍କୁ ଗଳା କାଟି ହତ୍ୟା : ଜଙ୍ଗଲରୁ ମିଳିଲା ଅପହୃତ ୨୧ମାସ ପୁଅର ଶବ,ତଦନ୍ତ କରୁଛି ପୋଲିସ୍

Published By : Prameya-News7 Bureau | January 09, 2020 IST

ଜୟପୁର ୯/୧: ରାଜଧାନୀର ପଶ୍ ସୋସାଇଟିର ୟୁନିକ ଟାଓ୍ବାରରେ ରହୁଥିବା ଇଣ୍ଡିଆନ୍ ଅୟେଲ୍ କର୍ପୋରେସନର ମ୍ୟାନେଜର ରୋହିତ ତିଓ୍ବାରୀଙ୍କ ଫ୍ଲାଟରେ ପଶି ମଙ୍ଗଳବାର ପତ୍ନୀ ଶ୍ବେତାଙ୍କୁ ହତ୍ୟା କରି ଦିଆଯାଇଛି। କେହି ଦୁର୍ବୃତ୍ତ ତାଙ୍କ ପୁଅ ଶ୍ରୀୟମ୍(୨୧ମାସ)ଙ୍କୁ ଅପହରଣ କରି ନେଇଥିଲା। ରୋହିତ କହିଥିଲେ ଯେ ଅପହରଣକାରୀମାନେ ପୁଅକୁ ଛାଡ଼ିବା ବଦଳରେ ୩୦ଲକ୍ଷ ଟଙ୍କା ମାଗିଥିଲେ। ଏହା ପରେ ୧୦୦ଜଣ ପୋଲିସ୍ କର୍ମଚାରୀ ତାଙ୍କ ଶିଶୁଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଗତକାଲି ଦ୍ବିପ୍ରହରରେ ଶିଶୁର ଶବ ସୋସାଇଟି ପଛରେ ଜଙ୍ଗଲରେ ମିଳିଥିଲା। କିନ୍ତୁ ଶ୍ବେତାଙ୍କ ବାପା ତାଙ୍କ ଝିଅ ଏବଂ ନାତିଙ୍କ ମୃତ୍ୟୁ ପାଇଁ ରୋହିତଙ୍କୁ ଦାୟୀ କରିଥିଲେ। ସେ ଅଭିଯୋଗ କରିଛନ୍ତି ଯେ ରୋହିତ ଯୌତୁକ ପାଇଁ ଶ୍ବେତାଙ୍କୁ ମାରପିଟ କରୁଥିଲା।    

{"id":208939,"sizeSlug":"large"}

ଶ୍ବେତାଙ୍କ ହତ୍ୟା ପରେ ଦୁର୍ବୃତ୍ତମାନେ ତାଙ୍କ ମୋବାଇଲ୍ ମଧ୍ୟ ନେଇଯାଇଥିଲେ। ରୋହିତଙ୍କ କହିବା ଅନୁସାରେ,ଏହି ଫୋନରୁ ତାଙ୍କ ପାଖକୁ ଟଙ୍କା ପଠାଇବା ପାଇଁ ମ୍ୟାସେଜ ପଠାଯାଇଥିଲା। ଏହା ପରେ ସେ କଲ୍ ବ୍ଲକ୍ କରି ଅପହରଣକାରୀଙ୍କୁ କହିଥିଲେ- ସେ ୩୦ଲକ୍ଷ ଟଙ୍କା ଦେବାକୁ ପ୍ରସ୍ତୁତ ଅଛନ୍ତି। ଥରେ ତାଙ୍କ ପୁଅର ମୁହଁ ଦେଖାଇବାକୁ ତାଙ୍କୁ କହିଥିଲେ। କିନ୍ତୁ ସେମାନେ ଏକଥା ନ ମାନି ପହରଦିନ ପଇସା ନେଇ ଗାନ୍ଧୀ ନଗର ଆସିବାକୁ କହିଥିଲେ। ସେମାନେ କେଉଁ ସ୍ଥାନକୁ ଆସି ଟଙ୍କା ଦେବା କଥା କହିନଥିଲେ ଏବଂ ଫୋନ୍ କାଟି ଦେଇଥିଲେ।

{"id":208940,"sizeSlug":"large"}

କାନପୁରର ବାସିନ୍ଦା ଶ୍ବେତା ଏବଂ ରୋହିତ(ଦିଲ୍ଲୀ)ଙ୍କ ବିବାହ ୨୦୧୧ମସିହା ଜାନୁୟାରୀରେ ହୋଇଥିଲା। ବିବାହର ୭ବର୍ଷ ପରେ ତାଙ୍କ ପୁଅ ହୋଇଥିଲା,ଦମ୍ପତ୍ତି ତାଙ୍କ ପୁଅଙ୍କ ନାଁ ଶ୍ରୀୟମ୍ ରଖିଥିଲେ। ଘଟଣା ବିଷୟରେ ସୂଚନା ମିଳିବା ପରେ ଜୟପୁର ପହଞ୍ଚି ଶ୍ବେତାଙ୍କ ବାପା ସୁରେଶ ମିଶ୍ରା ଅଭିଯୋଗ କରିଥିଲେ ଯେ ବିବାହ ପରେ ଯୌତୁକକୁ ନେଇ ରୋହିତ ଏବଂ ଶ୍ବେତାଙ୍କ ମତାନ୍ତର ଆରମ୍ଭ ହୋଇଯାଇଥିଲା। ସେ ଝିଅ ଏବଂ ନାତିଙ୍କ ମୃତ୍ୟୁ ପାଇଁ ରୋହିତଙ୍କୁ ଦାୟୀ କରିଥିଲେ। ସେ କହିଥିଲେ ଯେ ଜାନୁୟାରୀ ୫ତାରିଖରେ ରୋହିତ ଶ୍ବେତାଙ୍କୁ ମାରପିଟ କରିଥିଲେ ଏବଂ ଫୋନ୍ କରି ହତ୍ୟା କରିବା କଥା କହିଥିଲେ। ଏହା ପରେ ଶ୍ବେତା ବାପାଙ୍କୁ ପୋଲିସ୍ ନିକଟରେ ଅଭିଯୋଗ କରିବାକୁ କହିଥିଲେ।

{"id":208942,"sizeSlug":"large"}

ପୋଲିସଙ୍କ କହିବା ଅନୁସାରେ, ମହିଳାଙ୍କ ଶବ ପାଖରେ ଅଦା କୁଟିବାର ହେମଦସ୍ତା ମିଳିଥିଲା,ଯେଉଁଥିରେ ରକ୍ତ ଛିଟା ଲାଗିଥିଲା। ଏହା ଦ୍ବାରା ମହିଳାଙ୍କ ମୁଣ୍ଡରେ ଲଗାତାର ଆକ୍ରମଣ କରାଯାଇଥିଲା। ଗୋଟିଏ ଛୁରୀ ମଧ୍ୟ ଜବତ କରାଯାଇଛି। ଏହି ଛୁରୀ ଶବର କିଛି ଦୂରରେ ପଡ଼ିଥିଲା। କୁହାଯାଉଛି ଏହି ଛୁରୀ​ ଦ୍ବାରା ମହିଳାଙ୍କ ଗଳା କାଟି ଦିଆଯାଇଥିଲା। ପୋଲିସ୍ ସନ୍ଦେହ କରୁଛି ​କେହି ସମ୍ପର୍କୀୟ ଏହି କାଣ୍ଡ ଭିଆଇଛି।

{"id":208943,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.