Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଭୟ ବଢାଇଲା ଓମିକ୍ରନ୍, ଦକ୍ଷିଣ ଆଫ୍ରିକା ଫେରନ୍ତା ଗୋଟିଏ ପରିବାରର ୪ ବ୍ୟକ୍ତି କୋଭିଡ ପଜିଟିଭ୍

3/12/2021 at 9:25 AM

ଜୟପୁର ୦୩/୧୨: ଭାରତରେ ଓମିକ୍ରନ ଚିହ୍ନଟ ପରେ ସବୁଠି ଭୟର ବାତାବରଣ ଖେଳିଯାଇଛି । ଏହାରି ଭିତରେ ରାଜସ୍ଥାନର ଜୟପୁରରେ ଦକ୍ଷିଣ ଆଫ୍ରିକାରୁ ଫେରିଥିବା ଚାରିଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡିଛି । କୁହାଯାଉଛି ଯେ ପରିବାରର ୯ ଜଣ ସଦସ୍ୟ ୨୫ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରୁ ଫେରିଥିଲେ ।

ପରିବାର ସଦସ୍ୟଙ୍କ ମଧ୍ୟରୁ ୮ ବର୍ଷ ଓ ୧୫ ବର୍ଷ ବୟସର ଦୁଇ ଝିଅ ଏବଂ ସେମାନଙ୍କ ପିତାମାତା ରହିଛନ୍ତି । ସବୁଠାରୁ ବଡ ଚିନ୍ତାର ବିଷୟ ହେଉଛି, ଏହି ଲୋକମାନଙ୍କ ସହିତ ଯୋଗାଯୋଗ କରିଥିବା ୧୨ ଜଣଙ୍କ ମଧ୍ୟରୁ ୫ ସଦସ୍ୟ ମଧ୍ୟ କରୋନା ପଜିଟିଭ୍ ବୋଲି ଜଣାପଡିଛି । ଓମିକ୍ରନର ପ୍ରଥମ ମାମଲା ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା ।

ଓମିକ୍ରନକୁ ଦୃଷ୍ଟିରେ ରଖି ଏଭଳି ପରିସ୍ଥିତିରେ ସମସ୍ତଙ୍କୁ ଅଲଗା ରଖାଯାଇଛି । ସମସ୍ତଙ୍କର ଜେନୋମ କ୍ରମ ଟେଷ୍ଟ ହୋଇଛି । ଏଯାଏଁ ରିପୋର୍ଟ ଆସିନି, ସେମାନେ ଓିମିକ୍ରନ ସଂକ୍ରମିତ କି ନାହିଁ । ରିପୋର୍ଟ ଆସିବା ପରେ ହିଁ ଏହା ନିଶ୍ଚିତ ହେବ, କେଉଁ ସଂକ୍ରମିତ ହୋଇଛନ୍ତି କି ନାହିଁ । ତଥାପି, ସମସ୍ତ ବୟସ୍କମାନେ ଟିକାକରଣର ଉଭୟ ମାତ୍ରା ଗ୍ରହଣ କରିଛନ୍ତି । ତେବେ ଏମାନେଙ୍କ ଠାରେ ଲକ୍ଷଣ ସେମିତି କିଛି ପରିଲକ୍ଷିତ ହୋଇନି ।

   Related Posts