ବଡ ସଫଳତା, ଜୟପୁର ଡାକ୍ତର ଏହି ଔଷଧରେ କରୋନା ସଂକ୍ରମିତ ଦମ୍ପତ୍ତିଙ୍କର କଲେ ସଫଳ ଚିକିତ୍ସା

Published By : Prameya-News7 Bureau | March 13, 2020 IST

ନୂଆଦିଲ୍ଲୀ ୧୩।୦୩: ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ(WHO) କରୋନାକୁ ମହାମାରୀ ଘୋଷଣା କରି ସାରିଛି। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୭୬ରେ ପହଞ୍ଚିଛି। ଦିଲ୍ଲୀ, ୟୁପି,  ବିହାର ଓ ମଧ୍ୟ ପ୍ରଦେଶ ସମେତ ଅନେକ ରାଜ୍ୟରେ ଆଜି ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି। ସରକାର ମଧ୍ୟ କରୋନା ଯୋଗୁଁ ସେନାରେ ଆଗାମୀ ଏକ ମାସ ପର୍ଯ୍ୟନ୍ତ ଯବାନଙ୍କ ନିଯୁକ୍ତି ଉପରେ ରୋକ୍ ଲଗାଇଛି। କରୋନା ସହିତ ଲଢେଇରେ ସାର୍କ ଦେଶକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଶି ରଣନୀତି ପ୍ରସ୍ତୁତ କରିବାକୁ ଅପି କରିଛନ୍ତି।

ଏହା ମଧ୍ୟରେ ସମଗ୍ର ଦୁନିଆ ପାଇଁ ମହାମାରୀର ରୂପ ନେଇଥିବା କରୋନା ଭୂତାଣୁ ବିରୋଧରେ ଭାରତରେ ଏକ ସକରାତ୍ମକ ଔଷଧ ଭାବେ ସଞ୍ଜିବନୀ ବୁଟି ସାବ୍ୟସ୍ତ ହୋଇପାରେ। ଜୟପୁରରେ ଭାରତୀୟ ଡାକ୍ତର ଇଟାଲୀରୁ ଫେରିଥିବା କରୋନା ସଂକ୍ରମିତ ଦମ୍ପତ୍ତିଙ୍କର ଆଣ୍ଟି ରେଟ୍ରୋଭାଇରାଲ ଔଷଧ ଜରିଆରେ ସଫଳ ଚିକିତ୍ସା କରିଛନ୍ତି। ମାତ୍ର ଏବେ ମଧ୍ୟ ଔଷଧର ପୂରା ପ୍ରଭାବ କେମିତି ରହିଛି ତାର ଯାଞ୍ଚ ଜାରି ରହିଛି। ମାତ୍ର ଫଳାଫଳ ଯଦି ଆଶା ମୁତାବକ ରହେ ତେବେ ଏହି ମହାମାରୀ କରୋନା ବିରୋଧରେ ଏହା ଭାରତର ସଞ୍ଜୀବନି ଫର୍ମୁଲା ହେବ।

ହୋଇପାରେ ସମଗ୍ର ଦୁନିଆର ଦେଶ ଅଦ୍ୟାବଧି କରୋନା ଭୂତାଣୁର ଭ୍ୟାକସିନ ପ୍ରସ୍ତୁତ କରିବାରେ ବିଫଳ ହୋଇଛନ୍ତି, ଯଦି ମୋଦୀ ସରକାରଙ୍କ ଏହି ପଦକ୍ଷେପ ସଫଳ ହୁଏ ତେବେ ଭାରତ ଦ୍ଵାରା ପ୍ରସ୍ତୁତ ମାର୍ଗରେ ଯାଇ କରୋନା ଭୂତାଣୁର ଚିକିତ୍ସା କରାଯାଇ ପାରିବ। ଅନ୍ୟପଟେ କରୋନା ସଂକ୍ରମିତ ରୋଗୀଙ୍କ ଚିକିତ୍ସା ସମୟରେ  ଏହାର ସଙ୍କେତ ମିଳିଛି ଯେ, ଏଚଆଇଭି ଚିକିତ୍ସାରେ ବ୍ୟବହୃତ କିଛି ଔଷଧ କରୋନା ରୋଗୀଙ୍କ ଉପରେ ସକରାତ୍ମକ ପ୍ରଭାବ ପକାଇଛି।

ଇଟାଲୀରୁ ଭାରତ ଆସିଥିବା ଦମ୍ପତ୍ତିଙ୍କ ଚିକିତ୍ସା ଏଚଆଇଭି ଚିକିତ୍ସାରେ ବ୍ୟବହାର ହେଉଥିବା ଲୋପିନାଭିର ଓ ରିଟୋନାଭିର ସମିଶ୍ରଣରେ ପ୍ରସ୍ତୁତ ଔଷଧର ବ୍ୟବହାର କରାଯାଇଥିଲା। ଜୟପୁରରେ ଏହି ଦମ୍ପତ୍ତି କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲେ।  ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ଅନୁଯାୟୀ ୧୪ ଦିନର ଚିକିତ୍ସାପରେ ଦମ୍ପତ୍ତିଙ୍କ ସ୍ଵାସ୍ଥ୍ୟବସ୍ଥାରେ ବହୁତ ସୁଧାର ଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.