Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ କୋହଲିଙ୍କ ଘୋଷଣା, ଟି-୨୦ ୱାର୍ଲ୍ଡ କପ୍‌ ପରେ ଛାଡ଼ିବେ କ୍ୟାପ୍ଟେନ୍‌ ପଦ
  • ||
  • ସାନଖେମୁଣ୍ଡି : ଭିଜିଲାନ୍ସ ଜାଲରେ ଆସିଷ୍ଟାଣ୍ଟ ଇଂଜିନିୟର, ଠିକାଦାରଙ୍କଠୁ ନେଉଥିଲେ ୫୦ହଜାର ଟଙ୍କା ଲାଞ୍ଚ
  • ||
  • ନୂଆଦିଲ୍ଲୀ : ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ, ୧୯ ଓ ୨୦ରେ ପ୍ରବଳ ବର୍ଷା ସମ୍ଭାବନା : IMD ଡିଜି
  • ||
  • ମାଲକାନଗିରି : ମାଲକାନଗିରିରେ ସୁରକ୍ଷାକର୍ମୀ-ମାଓବାଦୀ ଗୁଳିବିନିମୟ, ଛତ୍ରଭଙ୍ଗ ଦେଲେ ମାଓବାଦୀ : କ୍ୟାମ୍ପ୍‌ରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଠାବ
  • ||
  • ପୁରୀ : ଶୁକ୍ରବାର ବନ୍ଦ ରହିବ ଶ୍ରୀମନ୍ଦିର, ବିଶେଷ ନୀତି ଯୋଗୁଁ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ
  • ||
  • ସୋର : ଫୁଲୁଛି କାଂଶ ବାଂଶ ନଦୀ, ବଢୁଛି ଜଳସ୍ତର : ଚିନ୍ତାରେ ତଳିଆ ଅଞ୍ଚଳବାସୀ
  • ||
  • ଖଣ୍ଡପଡା : ରଥିଆ ନାଳରେ ଭାସି ବୃଦ୍ଧ ନିଖୋଜ, ମାଛ ଧରିବାକୁ ଯାଇ ନାଳରେ ଭାସିଯାଇଥିବା ସନ୍ଦେହ
  • ||
  • ଜଗତସିଂହପୁର : ମହାନଦୀ ବନ୍ୟାଜଳରେ ବୁଡି ଗାଡି ଚାଳକ ନିଖୋଜ, ଇଟାଭାଟିକୁ ଯାଉଥିବା ବେଳେ ଅଘଟଣ
  • ||
  • ଯାଜପୁର : ପାଣିରେ ଭାସି ଯାଇଥିଲେ ବାପା-ପୁଅ, ଠାବ ହେଲା ମୃତଦେହ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ : ୨୪ ଘଣ୍ଟାରେ ବାହାରିଲେ ୫୮୦ କୋଭିଡ୍ ପଜିଟିଭ୍
  • ||

ବର୍ଷା ପାଣିରେ ୧୩୦ ବର୍ଷ ପୁରୁଣା ଦୁଇଟି କୁମ୍ଭୀର ଶରୀରରେ ଲାଗିଗଲା ଫଙ୍ଗସ୍

3/09/2020 at 4:52 PM

ଜୟପୁର ୦୩/୦୯ : ଓଡ଼ିଆରେ ଏକ ଢଗ ଅଛି ପାଣିରେ ରହି କୁମ୍ଭୀର ସହ ଶତ୍ରୁତା କରିବା ଉଚିତ ନୁହେଁ | କିନ୍ତୁ ଯଦି ପାଣି ହିଁ କୁମ୍ଭୀର ସହ ଶତ୍ରୁତା କରେ ତାହେଲେ କୁମ୍ଭୀର କଣ କରିବ ? ଶୁଣିବାରେ ଅଡୁଆ ଲାଗୁଥିଲେ ମଧ୍ୟ କଥାଟି ସତ | ଏହିଭଳି ଏକ ଘଟଣା ଘଟିଛି ରାଜସ୍ଥାନ ରାଜଧାନୀ ଜୟପୁରରେ | ଏଠାରେ ପାଣି ଏକ କୁମ୍ଭୀର ସହ ଶତ୍ରୁତା କରିଛି |

ଜୟପୁରର ପ୍ରସିଦ୍ଧ ଆଲବର୍ଟ ହଲ ମ୍ୟୁଜିୟମରେ ଦୁଇଟି କୁମ୍ଭୀର ଶରୀରକୁ ଗତ ୧୩୦ ବର୍ଷ ହେଲା ଟକ୍ସିଡର୍ମି ଜରିଆରେ ସୁରକ୍ଷିତ ରଖାଯାଇଛି | ଏଥିରୁ ଗୋଟିଏ କୁମ୍ଭୀର ୧୨ ଫୁଟ ଲମ୍ବା ଓ ଅନ୍ୟଟି ୯ ଫୁଟ | ଜୟପୁରରେ ଅଗଷ୍ଟ ୧୪ ତାରିଖରେ ହୋଇଥିବା ଭୀଷଣ ବର୍ଷା ଯୋଗୁଁ ଆଲବର୍ଟ ହଲ ମ୍ୟୁଜିୟମ କୋଠରୀରେ ମଧ୍ୟ ପାଣି ପଶି ଯାଇଥିଲା | ଫଳରେ ସେଠାରେ ଥିବା ଅନେକ ଜିନିଷ ନଷ୍ଟ ହେବାକୁ ଲାଗିଛି | ସେଠାରେ ଥିବା ଦୁଇଟି କୁମ୍ଭୀର ମଧ୍ୟ ପ୍ରଭାବିତ ହୋଇଛନ୍ତି |

କୋଠରୀରୁ ପାଣି ବାହାର କରିବା ପରେ ଜଣାପଡିଥିଲା କୁମ୍ଭୀର ଶରୀରରେ ୧୩୦ ବର୍ଷ ପରେ ପାଣି ଲାଗିବାରୁ ତାଙ୍କ ଚର୍ମରେ ଫଙ୍ଗସ ଲାଗିଯାଇଥିଲା | କୁହାଯାଏ ଯେ, ଜୟପୁର ନିକଟରେ ରାମଗଡ଼ ପୋଖରୀରୁ ୧୩୦ ବର୍ଷ ପୂର୍ବରୁ ଏହି କୁମ୍ଭୀର ଦୁଇଟିକୁ ଶିକାର କରାଯାଇଥିଲା | କିଛି ଦିନ ପରେ ଏହି ଦୁଇ କୁମ୍ଭୀରକୁ ଆଲବର୍ଟ ହଲ ମ୍ୟୁଜିୟମକୁ ଦିଆଯାଇଥିଲା | ସେବେଠାରୁ ଏହି ଦୁଇ କାମବହିରାକୁ ଟକ୍ସିଡର୍ମି ଜରିଆରେ ରଖାଯାଇଥିଲା |

ଅନେକ ଦିନ ଯାଏଁ ଏହି କୁମ୍ଭୀରଙ୍କୁ ପ୍ରଥମ ମହଲାରେ ଡ଼ିସପ୍ଲେରେ ରଖାଯାଇଥିଲା | କିନ୍ତୁ କିଛି ଦିନ ପୂର୍ବରୁ ଆହୁରି ଭଲ ଡ଼ିସପ୍ଲେ ପାଇଁ ତାଙ୍କୁ ଏକ କୋଠରୀରେ ରଖାଯାଇଥିଲା | କିନ୍ତୁ ବର୍ଷା ପାଣି ଯୋଗୁଁ ତାଙ୍କ ଶରୀରରେ ଫଙ୍ଗସ ଲାଗିଯାଇଛି | କୁମ୍ଭୀରଙ୍କୁ ବଞ୍ଚାଇବା ପାଇଁ ପ୍ରୟାସ କରାଯାଉଛି | ଏଥିପାଇଁ ବିଶେଷ ଭାବେ ଆର୍ଟ ଆଣ୍ଡ ଏନ୍ଟିକ୍ୟୁଟି କଞ୍ଜର୍ଭେସନ ବିଶେଷଜ୍ଞଙ୍କୁ ଡକାଯାଇଛି |

   Related Posts