Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚଣ୍ଡିଖୋଲ : ଅଜଣା ଗାଡି ଧକ୍କାରେ ହୋମ୍‌ଗାର୍ଡଙ୍କ ମୃତ୍ୟୁ
  • ||
  • କଳାହାଣ୍ଡି : ଏକତରଫା ପ୍ରେମରୁ ଗଲା ଜୀବନ, ଯୁବତୀଙ୍କ ଗଳା କାଟିଦେଲା ପ୍ରେମିକ, ଆକ୍ରମଣରେ ଯୁବତୀଙ୍କ ମା’ ମୃତ
  • ||
  • ଢେଙ୍କାନାଳ : ୩ଦିନ ହେଲା ଜଳୁଛି ଜଙ୍ଗଲ, ଲକ୍ଷ ଲକ୍ଷ ଗଛ ପୋଡି ପାଉଁଶ, ଭୟରେ ଜଙ୍ଗଲ ଛାଡି ପଳାଉଛନ୍ତି ବନ୍ୟଜନ୍ତୁ
  • ||
  • ଢେଙ୍କାନାଳ : କପିଳାଶ, ସପ୍ତଶଯ୍ୟା ଓ ମହିମା ଗାଦି ସମେତ ୬ଟି ପର୍ଯ୍ୟଟନସ୍ଥଳୀର ହେବ ସଂଯୋଗୀକରଣ
  • ||
  • ସ୍ୱିଜରଲାଣ୍ଡରେ ସର୍ବସାଧାରଣ ସ୍ଥାନରେ ବୁର୍ଖା ପିନ୍ଧିବା ମନା ! ମତଦାନ ଦ୍ୱାରା ନିଆଗଲା ନିଷ୍ପତ୍ତି
  • ||
  • ରାଫେଲ୍ ତିଆରି କରିଥିବା କମ୍ପାନୀର ମାଲିକ ମୃତ, ହେଲିକପ୍ଟର ଦୁର୍ଘଟଣାରେ ହାରିଲେ ଜୀବନ
  • ||
  • ଆଜିଠୁ ବଢିବ ତାତି, ଆଭ୍ୟନ୍ତରୀଣ ଓଡିଶାରେ ଅନୁଭୂତ ହେବ ଅସହ୍ୟ ଗରମ
  • ||
  • ଟିକା ନେବା ପରେ କୋଭିଡ୍ ପଜିଟିଭ୍ ହେଲେ ଭିଜିଲାନ୍ସ ଏସପି
  • ||

ଜଳୁଥିଲେ ଜୈନ ସ୍ୱାଧୀ, ଛାଡିଲେ ନାହିଁ ସାଧନା -ମନ୍ତ୍ରଜପରେ ଛାଡିଲେ ଶରୀର

30/12/2019 at 1:22 PM

ଭୋପାଳ – ମଧ୍ୟ ପ୍ରଦେଶର ଛତରପୁରରେ ଏକ ଅଭାବନୀୟ ଘଟଣା ଘଟିଛି । ଛତରପୁରରେ ଥିବା ନୈନଗିରି ଜୈନ ତୀର୍ଥରେ ସାଦାନାରତ ଜଣେ ଜୈନ ସ୍ୱାଧୀ ଜଳିଯିବା ସତ୍ତ୍ୱେ ନିଜର ସାଧନା ଛାଡି ନାହାନ୍ତି । ସ୍ୱାଧୀ ଜଣଙ୍କର ଏକ କୋଠରୀରେ ବସି ସାଧନା କରୁଥିଲେ । ଏତିକି ବେଳେ ତାଙ୍କ ଶରୀରରେ ନିଆଁ ଲାଗିଯାଇଥିଲା । ମାତ୍ର ଧର୍ମ ପ୍ରତି ଥିବା ଶ୍ରଦ୍ଧା ଓ ନିଷ୍ଠା ଯୋଗୁଁ ସେ ସାଧନାରୁ ବିରତ ହୋଇ ନଥିଲେ ।

ଏହି ସମୟରେ ତାଙ୍କ ଶରୀର ପ୍ରାୟ ୯୦ ପ୍ରତିଶତ ଜଳିଯାଇଥିଲା । ମାତ୍ର ସେ କୌଣସି ଶଦ୍ଦ କରି ନଥିଲେ । ଅନ୍ୟ ଜଣେ ସାଧକ ସେଠାରେ ପହଁଚି ସ୍ୱାଧୀ ଜଳୁଥିବାର ଦେଖିଥିଲେ । ମାତ୍ର ସେ ସେହି ଅବସ୍ଥାରେ ବି ସାଧାନାରେ ବସିଥିଲେ ।

ଅନ୍ୟମାନେ ନିଆଁ ଲିଭାଇବା ସହ ତାଙ୍କୁ ଚଟାଇରୁ ହଟାଇବା ପାଇଁ ଚେଷ୍ଟା କରିଥିଲେ । ମାତ୍ର ତାଙ୍କ ଶରୀର ଚଟାଇ ସହ ଲାଗିଯାଇଥିଲା । ଏହାରେ ସେମାନେ ଚଟାଇ କାଢିବାରୁ ଚମଡା ବାହାରି ଆସିଥିଲା । ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ପ୍ରାୟ ୯୦ ଘଣ୍ଟାର ଚିକିତ୍ସା ପରେ ସେ ଶରୀର ତ୍ୟାଗ କରିଥିଲେ । ଶରୀରେ ତ୍ୟାଗ କରିବା ସମୟରେ ବି ସେ ମନ୍ତ୍ର ଝପ କରୁଥିଲେ ।

ସ୍ୱାଦୀ ଜଣକ ଶରୀର ତ୍ୟାଗ କରିବା ପରେ ରୀତିନୀତି ଅନୁସାରେ ତାଙ୍କର ଅନ୍ତମ ସଂସ୍କାର କରାଯାଇଥିଲା ।

   Related Posts