ଜେଲ୍ ଅଧୀକ୍ଷକଙ୍କ ମାନବିକତା : ମାସକ ପୂର୍ବରୁ ଜାମିନ ପାଇ ବି ମୁକୁଳି ପାରୁ ନଥିବା ଗର୍ଭବତୀଙ୍କୁ ଏମିତି କଲେ ସାହାର୍ଯ୍ୟ ଯେ ସମସ୍ତେ କରୁଛନ୍ତି ପ୍ରଶଂସା

Published By : Prameya-News7 Bureau | September 02, 2019 IST

ପାଟଣା୨|୯: ଘର ଲୋକଙ୍କ ଇଚ୍ଛା ବିରୁଦ୍ଧରେ ଯାଇ ଭଲ ପାଇଥିବା ଯୁବକଙ୍କୁ ବାହା ହୋଇଥିଲେ।  ଯାହାଙ୍କ ପାଇଁ ନିଜ ଘର ପରିବାରକୁ ତ୍ୟାଗ କରି ସାତ ଜନମର ସାଥୀ କରିଥିଲେ ସମୟକ୍ରମେ ସେ ପାଲଟିଗଲେ ମଦ୍ୟପ ଆଉ ବେକାର। ଆଉ ସମୟର ସ୍ରୋତରେ ଏକ ଅପରାଧତ୍କ ମାମଲାରେ ଛନ୍ଦି ହୋଇ ମହିଳା ଜେଲ୍ର କାଳ କୋଠରୀରେ  ଜୀବନ କାଟୁଥିଲେ।

{"id":152261}

କିନ୍ତୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ତାଙ୍କର ୨ବର୍ଷର ପୁତ୍ର ସନ୍ତାନ ମଧ୍ୟ ତାଙ୍କ ସହ ଜେଲରେ ଥିବାବେଳେ  ସେ ଥିଲେ ୮ମାସର ଗର୍ଭବତୀ ।  ପ୍ରାୟ ମାସକ ତଳେ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଙ୍କ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ ।ତେବେ ଅର୍ଥ ଏବଂ ଜାମିନଦାର ଅଭାବରୁ ମହିଳା ଜେଲରୁ ମୁକୁଳି ପାରୁନଥିଲେ।

{"id":152262}

ଏଭଳି ଏକ ସମ୍ବେଦନଶୀଳ ଘଟଣା  ଜେଲ୍ ଅଧୀକ୍ଷକ ଜୀବନ ସିଂ ମୁଣ୍ଡାଙ୍କ ନଜରକୁ ଆସିବା ପରେ ସେ ସହାୟତାର ହାତ ବଢାଇଥିଲେ।  ଆଉ ସେ ନିଜେ ଆର୍ଥିକ ସହାୟତା ପ୍ରଦାନ କରି ଜାମିନଦାର ଯୋଗାଇବା ସହିତ ଗର୍ଭବତୀ ମହିଳାଙ୍କୁ  ଜେଲରୁ ମୁକୁଳାଇଛନ୍ତି। ପରେ  ତାଙ୍କର ସ୍ବାସ୍ଥ୍ୟବସ୍ଥା ଏବଂ ଘରର ପରିସ୍ଥିତିକୁ ଲକ୍ଷ୍ୟ କରି ଏସଡିଏମ୍ଓ ଙ୍କ ସହାୟତାରେ ଉପଖଣ୍ଡ ହସ୍ପିଟାଲରେ ମଧ୍ୟ ତାଙ୍କୁ ଭର୍ତି କରିଛନ୍ତି। 

{"id":152264}

ଜେଲ୍ ସୁପରିଟଣ୍ଡଂଟେଙ୍କ ମହାନତା ଅନ୍ୟ ଉଚ୍ଚପଦସ୍ଥ ସରକାରୀ ଅଧତ୍କାରୀଙ୍କୁ ପ୍ରେରଣା ଯୋଗାଇବ ବୋଲି ସାଧାରଣରେ ଆଲୋଚନା ହେଉଛି। ସୂଚନା ମୁତାବକ, ଏହି ମହିଳା ଜଣକ ହେଉଛନ୍ତି ଆଦିତ୍ୟ ସିର୍କ(୨୨)। ତାଙ୍କ ନିଜ ଘର ଜୟନ୍ତୀଗଡ଼ ଅଂଚଳରେ ହୋଇଥିବାବଳେ ପ୍ରାୟ ୬ବର୍ଷ ତଳେ ବଲାଣୀ ଅଂଚଳର ବିଜୟ ମୁଣ୍ଡାଙ୍କୁ ଭଲ ପାଇ ବାହା ହୋଇଥିଲେ।

{"id":152265}

ତେବେ ବଲାଣୀ ଥାନାରେ ତାଙ୍କ ବିରୋଧରେ ଏକ ଅପରାଧିକ ମାମଲା ରୁଜୁ ହୋଇଥିଲା।  ବଲାଣି ଥାନା କେସ କେଶ ନଂ ୫୨/୨୦୧୪, ଆଇପିସି ୩୬୩/୩୭୦/୧୨୦ (ଖ)ରେ ଏକ ଅପରାଧତ୍କ ମାମଲା ତାଙ୍କ ବିରୋଧରେ ରୁଜୁ ହୋଇଥିଲା। ପୋଲିସ୍ ତାଙ୍କୁ ଗିରଫ କରି ପ୍ରଥମେ ବଡବିଲ କାରାଗାରକୁ ପଠାଇ ଦେଇଥିଲା। ପରେ ତାଙ୍କୁ ଗତ ମାସ ୨୬ତାରିଖରେ ଚମ୍ପୁଆ ଉପ-କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା।

{"id":152266}

ଜେଲ ଯିବା ପୁର୍ବରୁ ମହିଳା ଗର୍ଭବତୀ ଥିଲେ। ଚମ୍ପୁଆ ଉପକାରାଗାରରେ ରହିଥିବା ବେଳେ ଆଦିତ୍ୟଙ୍କ ଅସହାୟତା ବିଷୟରେ ଜେଲ ସୁପରିଟେଣ୍ଡଂଟ ଜାଣିବାକୁ ପାଇଥିଲେ।   ୮ମାସର ଗର୍ଭବତୀ ହୋଇସାରିଥିବା ଆଦିତ୍ୟଙ୍କୁ ସହାୟତାର ହାତ ବଢାଇଥିଲେ। ଚମ୍ପୁଆ ତାଲୁକ ଆଇନ ସେବା ସହ ଆଲୋଚନା ପରେ ଓକିଲ ନିଯୁକ୍ତ କରାଯାଇ ଏବଂ ଆର୍ଥିକ ସହାୟତା ପ୍ରଦାନ କରିବା ପରେ ମହିଳା ଜଣକ କାରାଗାରରୁ ମୁକୁଳିଛନ୍ତି। ପରେ ଶ୍ରୀ ମୁଣ୍ଡା ଉପଖଣ୍ଡ ଚିକିତ୍ସାଳୟର ଅଧତ୍କାରୀଙ୍କ ସହ ଆଲୋଚନା କରି ଆଦିତ୍ୟକୁ -ମା- ଘରେ ରହିବା ବ୍ୟବସ୍ଥା କରିଥିଲେ। 

{"id":152267}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.