କଏଦୀ ପ୍ରେମରେ ମହିଳା ଜେଲର, ଟାଟୁ କରି ଲେଖିଥିଲେ ନମ୍ବର, ଏମିତି ଦଣ୍ଡ ଶୁଣାଇଲେ କୋର୍ଟ

Published By : Prameya-News7 Bureau | April 15, 2021 IST

ନୂଆଦିଲ୍ଲୀ ୧୫/୪: ଜେଲରଙ୍କ କଏଦୀ ପ୍ରେମ। ମହିଳା ଜେଲର କଏଦୀଙ୍କ ପ୍ରେମରେ ପଡ଼ି ଫସିଲେ । ଏପରିକି କଏଦୀର ନମ୍ବରକୁ ନିଜ ଶରୀରରେ ସ୍ଥାନ ଦେଇଥିଲେ । ଟାଟୁ କରି ଶରୀରରେ ଲେଖିଥିଲେ କଏଦୀର ନମ୍ବର। ଦୁଇ ଜଣଙ୍କ ଭିତରେ ପ୍ରେମ ସମ୍ପର୍କ ଏତେ ନିବିଡ଼ ଥିଲା ଯେ ମହିଳା ଜେଲର ନିଜର କର୍ତ୍ତବ୍ୟ ବି ଭୁଲିଗଲେ।  କଏଦୀକୁ ମୋବାଇଲ ଫୋନ୍‌ ଏବଂ ସିମ୍‌ କାର୍ଡ ମଧ୍ୟ ଦେଇଥିଲେ। ଏହି ମାମଲା​‌ରେ ମହିଳା କଏଦୀଙ୍କୁ ଦଣ୍ଡ ଶୁଣାଇଛନ୍ତି କୋର୍ଟ ।

ଏବେ ଜେଲ୍‌ରେ କଟିବ ମହିଳା ଜେଲରଙ୍କ ଜୀବନ। ଘଟଣାଟି ବ୍ରିଟେନ୍‌ରେ ଘଟିଥିବା ବେଳେ  ଜେଲରଙ୍କ ନାଁ ସ୍କାରଲେଟ୍‌ ଏଲ୍ଡାରିଚ୍‌। ମିଳିଥିବା ସୂଚନା ଅନୁସାରେ ସ୍କାରଲେଟଙ୍କୁ ମେଡିକାଲ ଚେକଅପ୍‌ କରାଯିବା ପରେ ସମସ୍ତ ମାମଲା ସାମ୍ନାକୁ ଆସିଥିଲା। ସେ ଗୋଡ଼ରେ ଏକ ସିକ୍ରେଟ୍‌ ଟାଟୁ ମାଧ୍ୟମରେ କଏଦୀର ନମ୍ବର ଲେଖିଥିଲେ। ଜେଲ୍‌ ଅଧିକାରୀ ଏହା ଦେଖିବା ପରେ ସେମାନଙ୍କ ସନ୍ଦେହ ସତ୍ୟରେ ପରିଣତ ହୋଇଥିଲା।

{"id":439008,"width":691,"height":550,"sizeSlug":"large","linkDestination":"none"}

ସ୍କାରଲେଟ ଜେଲର ହୋଇଥିବା ବେଳେ ତାଙ୍କର ବାପା ଜଣେ ପୋଲିସ ଅଧିକାରୀ। ସେ ୟର୍କର ଫୁଲ୍‌ ସଟନ ଜେଲ୍‌ରେ କାର୍ଯ୍ୟରତ ଥିଲେ। ଏହି ସମୟରେ ଜଣେ ଅପରାଧୀ ପ୍ରେମରେ ପଡ଼ିଥିଲେ ସ୍କାରଲେଟ। ଅପରାଧୀକୁ ମୋବାଇଲ୍‌ ଫୋନ୍‌ ଏବଂ ସିମ୍‌କାର୍ଡ ଦେବା ସହ ସେ ତାକୁ ପ୍ରେମ ପତ୍ର ମଧ୍ୟ ଦେଇଥିଲେ। ଜଣେ ଅପରାଧୀ ସହ ସମ୍ପର୍କ ବଢ଼ାଇବା ଦ୍ବାରା ବିପଦ ରହିଛି ଜାଣିବା ସତ୍ବେ ତା ସହ ସମ୍ପର୍କ କେମିତି ରଖିଲେ ବୋଲି କୋର୍ଟ ସ୍କାରଲେଟଙ୍କୁ ପଚାରିଥିଲେ।

ଜେଲ୍‌ର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିବା ନେଇ ମହିଳା ଜେଲରଙ୍କୁ ୧୦ ମାସ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ। ଓ୍ବାର୍କସପ୍‌ ସମୟରେ ସ୍କାରଲେଟ୍‌ ଉକ୍ତ କଏଦୀ ସହ ଅଧିକ କଥା ହେଉଥିବା ଦେଖିବା ପରେ ସମସ୍ତଙ୍କ ସନ୍ଦେହ ବଢ଼ିଥିଲା। ଏହା ପରେ ଅନ୍ୟ ଅଧିକାରୀ ସତର୍କ ହୋଇଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.