ଜେଲରେ କରୋନା ସଂକ୍ରମଣକୁ ନେଇ ଭୟରେ ସାଉଦି ରାଜକୁମାରୀ : ଦୀର୍ଘ ବର୍ଷ ହେଲା ଝିଅ ସହ ଅଛନ୍ତି ବନ୍ଦୀ

Published By : Prameya-News7 Bureau | May 06, 2020 IST

ଲଣ୍ଡନ ୦୬/୦୫ : ବିନା କୌଣସି କାରଣରେ ଜେଲରେ ବନ୍ଦୀ ଥିବା ରାଜକୁମାରୀ ବାସ୍ମା ବିନ୍ତଙ୍କ କ୍ଷମା ଆବେଦନ ସାଉଦି ଶାସକଙ୍କ ପାଖରେ ବର୍ଷେ ପରେ ମଧ୍ୟ ଖାରଜ ହୋଇଛି | ଜେଲରେ ବନ୍ଦୀ ଥିବା ରାଜକୁମାରୀ ଜେଲ ଭିତରେ ହିଁ କରୋନା ସଂକ୍ରମଣ ଭୟରେ ଅଛନ୍ତି | ୫୬ ବର୍ଷ ବୟସ୍କା ରାଜ ପରିବାରର ସଦସ୍ୟ ରାଜକୁମାରୀ ବାସ୍ମା ଅନେକ ବର୍ଷ ହେଲା ଜେଲରେ ଅଛନ୍ତି | ମହିଳାଙ୍କ ଅଧିକାର ଏବଂ ସାମ୍ବିଧାନିକ ରାଜତନ୍ତ୍ରର ପ୍ରସ୍ତାବକ ଭାବେ ପରିଚିତ | ଗତ ବର୍ଷ ମାର୍ଚ୍ଚ ମାସରେ ସାର୍ବଜନୀନ ଜୀବନରୁ ସେ ରହସ୍ୟମୟୀ ଭାବେ ଉଭାନ ହୋଇଯାଇଥିଲେ |

ଗତ ମାସରେ ରାଜକୁମାରୀଙ୍କ ଟ୍ୱିଟର ଆକାଉଣ୍ଟରୁ ଏକ ଟ୍ୱିଟ ମାଧ୍ୟମରେ ଚିଠିରେ ଦାବି କରାଯାଇଥିଲା ଯେ କୌଣସି ଅଭିଯୋଗ ବିନା ତାଙ୍କୁ ତାଙ୍କର ୨୮ ବର୍ଷୀୟ ଝିଅ ସୁହୋଦ ଅଲ-ସରିଫଙ୍କ ସହିତ ବନ୍ଦୀ କରାଯାଇଛି | ଜେଲରୁ ମୁକୁଳିବା ପାଇଁ ଟ୍ୱିଟ ଜରିଆରେ ସେ ସେଠାକାର ସୁଲତାନ ସଲମାନ ଖାନ ଓ ତାଙ୍କ ଶକ୍ତିଶାଳୀ ପୁତ୍ର ମହମ୍ମଦ ବିନ ସଲମାନଙ୍କୁ ସାହାଯ୍ୟ ପାଇଁ ଗୁହାରି କରିଥିଲେ | କିନ୍ତୁ ପରେ ଜଣାପଡିଥିଲା ସେହି ଟ୍ୱିଟ ନକଲି ଥିଲା ଏବଂ ଏହାକୁ କେହିଜଣେ ହ୍ୟାକ କରିଥିଲେ |

{"id":265644,"width":570,"height":363,"sizeSlug":"large"}

ଚିଠିରେ ରାଜପରିବାରର ଅନେକ ଶକ୍ତିଶାଳୀ ସଦସ୍ୟ ମଧ୍ୟ ସାହାଯ୍ୟ ପାଇଁ ଗୁହାରି କରିଥିଲେ | ଚିଠି ମାଧ୍ୟମରେ ରାଜକୁମାରୀ ନିଜ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ଜାହିର କରିଥିଲେ | ରାଜକୁମାରୀଙ୍କୁ ରିୟାଦ ସ୍ଥିତ ଅଲ-ହାୟର ଜେଲରେ ରଖାଯାଇଛି | ଏହା ସାଉଦିର ଏକ କୁଖ୍ୟାତ ଜେଲ | ଏଠାରେ ନୃଶଂସ ଆତଙ୍କବାଦୀ ଓ ରାଜନୈତିକ କଏଦୀଙ୍କୁ ବନ୍ଦୀ କରି ରଖାଯାଏ | ତେବେ ରାଜକୁମାରୀଙ୍କ ଏହି ଟ୍ୱିଟକୁ ଘଣ୍ଟାଏ ପରେ ଡିଲିଟ କରିଦିଆଯାଇଥିଲା |

ରାଜ ପରିବାର ସହ ଜଡିତ ଦୁଇଟି ସୂତ୍ର ନ୍ୟୁଜ ଏଜେନ୍ସି ଏଏଫପିକୁ କହିଛନ୍ତି ଯେ, ରାଜକୁମାରୀଙ୍କ ଟ୍ୱିଟର ଆକାଉଣ୍ଟ କିଛି ସମୟ ପାଇଁ ସାଉଦି ଆରବର କେହି ଜଣେ ଅଜ୍ଞାତ ଲୋକ ହ୍ୟାକ କରିଦେଇଥିଲା | ଆଉ ଏକ ସୂତ୍ରରୁ ସୂଚନା ଦେଇଛି ଯେ, ଏହି ଟ୍ୱିଟ ସମ୍ପର୍କରେ ରାଜକୁମାରୀ କିମ୍ବା ତାଙ୍କ ଝିଅ କିଛି ଜାଣିନାହାନ୍ତି | 

{"id":265646,"sizeSlug":"large"}

ରାଜକୁମାରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ପରିବାର ସଦସ୍ୟ ଚିନ୍ତିତ | କାରଣ ଅଲ-ହାୟର ଜେଲରେ କରୋନା ସଂକ୍ରମଣ ବ୍ୟାପୁଥିବା ଆଶଙ୍କା କରାଯାଉଛି | ରାଜକୁମାରୀଙ୍କ ଝିଅ ଜଣେ ପରିବାର ସଦସ୍ୟଙ୍କୁ ସାପ୍ତାହିକ ଫୋନ ଯୋଗେ କହିଥିଲେ ଯେ ଜେଲ ଭିତରେ କରୋନା ସଂକ୍ରମଣ ବ୍ୟାପିଥିବା ଭଳି ଜେଲ ଅଧିକାରୀ ବ୍ୟବହାର କରୁଛନ୍ତି | ଜେଲର କିଛି କର୍ମଚାରୀ ଅଲଗା ଭାବେ ସ୍ୱୀକାର କରିଛନ୍ତି ଯେ ଜେଲରେ କିଛି କରୋନା ସଂକ୍ରମିତ ଅଛନ୍ତି | ତେବେ ସାଉଦି ଆରବର କୌଣସି ଅଧିକାରୀ ଏହି ମାମଲାରେ କୌଣସି ମନ୍ତବ୍ୟ ଦେଇନାହାନ୍ତି | ରିପୋର୍ଟ ଅନୁଯାୟୀ, ସାଉଦି ଆରବରେ ୨୫ ହଜାରରୁ ଅଧିକ ଲୋକ କରୋନାରେ ଆକ୍ରାନ୍ତ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.