ଜେଲ ବିଭାଗ ଆଣିବ ସଂସ୍କାର: ଇପ୍ରିଜନ ବ୍ୟବସ୍ଥା ସାଙ୍ଗକୁ ଏଥର ଜେଲ୍‌ରେ ସ୍ଥାପନ ହେବ ରେଡିଓ ସେଣ୍ଟର, କଏଦୀ କହିବେ ମନର କଥା…

Published By : Prameya-News7 Bureau | September 24, 2019 IST

ଭୁବନେଶ୍ବର୨୪|୯: ଜେଲ ବିଭାଗରେ ସଂସ୍କାର ଆଣିବାକୁ ଆରମ୍ଭ ହୋଇଛି ପ୍ରୟାସ । ଜେଲ ସୁଧାର କାର୍ଯ୍ୟକ୍ରମରେ ଜେଲ୍‌ ଗୁଡ଼ିକରେ ରେଡିଓ ସେଣ୍ଟର ପ୍ରତିଷ୍ଠା ହେବାକୁ ଥିବା ବେଳେ ଏଣିକି କଏଦୀମାନେ ନିଜ ମନର କଥାକୁ ସମସ୍ତଙ୍କୁ ଶୁଣାଇପାରିବେ । ସେହିଭଳି କଏଦୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ଭିତରେ ନଗଦ ଟଙ୍କା ଦେଣନେଣ ହେବ ନାହିଁ । କଏଦୀ ମାନଙ୍କ ପାଇଁ ସ୍ମାର୍ଟକାର୍ଡ଼ ବ୍ୟବସ୍ଥା କରାଯିବ । ଜେଲ୍‌ ସୁଧାର କାର୍ଯ୍ୟକ୍ରମ ମାଧ୍ୟମରେ ଏମିତି ଏକାଧିକ ପଦକ୍ଷେପ ନେବାକୁ ଅଣ୍ଟାଭିଡ଼ିଛି ଜେଲ୍‌ ବିଭାଗ । …

{"id":162112}

ମୁନ୍ନା ଭାଇ ଏମଏମବିବିଏସ୍‌ ଫିଲ୍ମରେ ସଞ୍ଜୟ ଦତ୍ତ ଗୁଡ୍‌ ମଣ୍ଣ୍ଣିଂ ମୁମ୍ବାଇ କହିବା ଭଳି ଏଥର ଜେଲ୍‌ରେ ଥିବା କଏଦୀମାନେ ମଧ୍ୟ ଗୁଡ୍‌ ମର୍ଣ୍ଣିଂ ଭୁବନେଶ୍ବର କହିବେ ।ଜେଲ ବିଭାଗରେ ଆସିବ ସଂସ୍କାର । କୋର୍ଟ-ପୋଲିସ ଷ୍ଟେସନ ଏବଂ ଜେଲ୍‌ ଭିତରେ ସମନ୍ବୟ ରକ୍ଷା ଲାଗି ଆରମ୍ଭ ହେବାକୁ ଯାଉଛି ଇ-ପ୍ରିଜନ୍‌ ବ୍ୟବସ୍ଥା ।

{"id":162113}

ଏଣିକି ଜେଲ୍‌ରେ ରହୁଥିବା କଏଦୀମାନଙ୍କ ପାଇଁ ବିଭିନ୍ନ ପ୍ରକାର ସୁବିଧା କରିବାକୁ ମଧ୍ୟ ଯୋଜନା କରିଛି ଜେଲ୍‌ ବିଭାଗ । ଜେଲ୍‌ ସୁଧାର କାର୍ଯ୍ୟକ୍ରମ ମାଧ୍ୟମରେ ଏଣିକି ସବୁ ଜେଲ୍‌ରେ ରେଡିଓ ସେଣ୍ଟର ପ୍ରତିଷ୍ଠା କରାଯିବ । ଏଣିକି ଜେଲ ଭିତରୁ ରେଡିଓ ମାଧ୍ୟମରେ ନିଜ ମନର କଥାକୁ ସମସ୍ତଙ୍କ ସାମ୍ନାରେ ପରିପ୍ରକାଶ କରିପାରିବେ କଏଦୀ ।

{"id":162116}

ସମ୍ପର୍କୀୟମାନଙ୍କ ଦ୍ବାରା କଏଦୀମାନଙ୍କ ପାଖରେ ନିଶା ଦ୍ରବ୍ୟ ପହଞ୍ଚା ଯାଉଥିବାରୁ ଏହାକୁ ରୋକିବାକୁ ପ୍ରୟାସ କରିଛି ଜେଲ୍‌ ବିଭାଗ । ଏଣିକି କଏଦୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କ ଭିତରେ ସିଧା ସଳଖ ନଗଦ ଟଙ୍କା ଦେଣନେଣ ବନ୍ଦ କରାଯିବ । ସେମାନେ ସିଧା ସଳଖ ଜେଲ୍‌ରେ ଟଙ୍କା ଡିପୋଜିଟ୍‌ କରିବେ । ଆଉ କଏଦୀଙ୍କୁ ଦିଆଯିବାକୁ ଥିବା ସ୍ମାର୍ଟ କାର୍ଡ଼ ମାଧ୍ୟମରେ ସେମାନେ ଜେଲ୍‌ ଭିତରେ ଥିବା ଏଟିଏମରୁ ଟଙ୍କା ଉଠାଇପାରିବେ ।

{"id":162117}

 ଦିଲ୍ଲୀର ତିହାର ଜେଲ୍‌, ତାମିଲନାଡ଼ୁ ଭଳି ଓଡ଼ିଶାର ଜେଲ୍‌ ଗୁଡ଼ିକରେ ମଧ୍ୟ ଅତ୍ୟାଧୁନିକ ବ୍ୟବସ୍ଥା କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ୫ଟି ସର୍କଲ ଜେଲ୍‌ରେ ଏହି ବ୍ୟବସ୍ଥା କରିବାକୁ ଯୋଜନା କରାଯାଇଛି ।

{"id":162118}

ସେହିଭଳି ଜେଲ୍‌ଗୁଡ଼ିକରେ ଏଣିକି ଅଟୋମେଟିକ୍‌ ଫୋନ୍‌ କଲ ମାଧ୍ୟମରେ କଏଦୀମାନେ ୨ଟି ନମ୍ବରରେ କଥା ହୋଇପାରିବେ । ସେମାନଙ୍କ କଥାବାର୍ତ୍ତାର ରେକର୍ଡ଼ିଂ ରଖାଯିବ । ଦରକାର ପଡ଼ିଲେ ଜେଲ୍‌ ବିଭାଗ ଅଧିକାରୀ ଏହି ଫୋନ୍‌ କଲ୍‌ ରେକର୍ଡ଼କୁ ଶୁଣିପାରିବେ । ଏହା ଦ୍ବାରା ଜେଲ୍‌ ଭିତରେ ରହି ନିଜର ନେଟ୍‌ଓ୍ବର୍କ ଚଳାଉଥିବା ହାର୍ଡ଼କୋର୍‌ କ୍ରିମିନାଲଙ୍କ ଗତିବିଧି ଉପରେ ନଜର ରଖାଯାଇପାରିବ ।

{"id":162119}

ଜେଲ୍‌ ଭିତରୁ ଅବାଧରେ ପୁଳା ପୁଳା ମାଦକ ଦ୍ରବ୍ୟ ଯାଉଥିବା, ଜେଲ୍‌ ଭିତରେ ରହି ଦୁର୍ଦ୍ଦାନ୍ତ ଅପରାଧୀମାନେ ଫୋନ୍‌ ମାଧ୍ୟମରେ ନିଜର ନେଟଓ୍ବର୍କ ଚଳାଇଥିବା ଭଳି ବିଭିନ୍ନ ସାଂଘାତିକ ଅଭିଯୋଗ ବାରମ୍ବାର ଆସିଛି । ଏସବୁ ରୋକିବାକୁ ଏବେ ଜେଲ୍‌ ବିଭାଗରେ ସଂସ୍କାର ଆଣିବାକୁ ଯୋଜନା କରାଯାଇଛି ।

{"id":162120}

ଜେଲ୍‌ ଗୁଡ଼ିକରେ ନୂତନ ବ୍ୟବସ୍ଥା କାର୍ଯ୍ୟକାରୀ ହେଲେ ରାଜ୍ୟର ୭୬ଜେଲ୍‌ରେ ଥିବା କଏଦୀମାନଙ୍କ ଉପରେ ନଜର ରଖାଯାଇପାରିବ । ଏଥି ସହ ସେମାନଙ୍କ ଉତ୍ତମ ପରାମର୍ଶ ମାଧ୍ୟମରେ ସମାଜର ମୁଖ୍ୟ ସ୍ରୋତରେ ସାମିଲ୍‌ କରିବାକୁ ପ୍ରୟାସ କରାଯାଇପାରିବ ।

{"id":162121}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.