Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜେଲ୍‌ରୁ ରହି ହତ୍ୟା ଧମକ, ଦାଦାବଟି ମାଗୁଥିବା ଅଭିଯୋଗ

13/07/2020 at 10:56 AM

କଟକ ୧୩।୦୭: ବଟି ପାଇଁ ଜେଲରୁ ହତ୍ୟା ଧମକ । କଟକ ଚୌଦ୍ବାର ଜେଲରେ ଦୁର୍ଦ୍ଦାନ୍ତ ଅପରାଧୀ ଗୁଗୁ ଓରଫ ଶୁଭାଶିଷ ଖୁଣ୍ଟିଆ ଜଣେ  ଠିକାଦାରଙ୍କୁ ବଟି ମାଗୁଥିବା ଅଭିଯୋଗ ହୋଇଛି । ଗୁଗୁ ଇସାରାରେ ବଟି ଆଣିବା ଅଭିଯୋଗରେ ଗୁଗୁର ସହଯୋଗୀ ତଥା ଅପରାଧୀ ବଙ୍କା ମିଟୁକୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ,  ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୁଲିସ କାବୁ କରିବା ପରେ ଏହି ଘଟଣା ପଦାକୁ ଆସିଛି। ଅଭିଯୁକ୍ତଜଣକ ହେଲେ ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଅଞ୍ଚଳର ସର୍ବେଶ୍ୱର ମହାନ୍ତି ଓରଫ ବାଙ୍କା ମିଟୁ । ତାକୁ ପଚରାଉଚୁରା ପରେ ଜେଲ୍‍ରେ ଥିବା ଅପରାଧୀ ଶୁଭାଶିଷ ଖୁଣ୍ଟିଆ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।

   Related Posts