Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଚିତ୍ରକୁଟ ଜେଲରେ ଗୁଳି ବିନିମୟ : ବାହୁବଳୀ ବିଧାୟକଙ୍କ ସହଯୋଗୀ ସମେତ ୨ମୃତ, ଏନକାଉଣ୍ଟରରେ ଟଳିଲା ଗ୍ୟାଙ୍ଗଷ୍ଟର

14/05/2021 at 1:57 PM

ଉତ୍ତରପ୍ରଦେଶ ୧୪/୫ : ଚିତ୍ରକୁଟ ଜେଲରେ ଗୁଳି ବିନିମୟ । ଏହି ଗୁଳି ବିନିମୟରେ ଜେଲ ଭିତରେ ଦୁଇଜଣ କୁଖ୍ୟାତ ଅପରାଧୀ ତଥା ଦୁଷ୍କର୍ମକାରୀଙ୍କ ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଜଣେ ଦୁର୍ବୃତ୍ତ ବାହୁବଳୀ ବିଧାୟକ ମୁଖତାର ଅନସାରୀ ସହଯୋଗୀ ରହିଛି । ଅନସାରୀଙ୍କ ସହଯୋଗୀଙ୍କୁ ହତ୍ୟା କରିଥିବା ଦୁର୍ଦ୍ଦାନ୍ତ ଅପରାଧୀକୁ ଜେଲ୍ ଭିତରେ ହିଁ ଏନକାଉଣ୍ଟର କରିଛି ପୋଲିସ ।

ସୂଚନା ଅନୁଯାୟୀ, ନିକଟରେ ସୁଲତାନପୁର ଜେଲରୁ ଚିତ୍ରକୁଟ ଜେଲକୁ ସ୍ଥାନାନ୍ତରିତ ହୋଇଥିବା ପୂର୍ବାଞ୍ଚଳର ବଡ ଗ୍ୟାଙ୍ଗଷ୍ଟର ଅଂଶୁ ଦୀକ୍ଷିତ ଗୁଳି ଚଳାଇଥିଲା । ଫଳରେ ଜେଲରେ ଥିବା ମୁକିମ କାଲା ଏବଂ ମେରାଜଙ୍କ ମୃତ୍ୟୁ ହୋଇଥିଲା । ପଶ୍ଚିମ ଉତ୍ତରପ୍ରଦେଶର ଜଣେ ଜଣାଶୁଣା ଗ୍ୟାଙ୍ଗଷ୍ଟର ଥିଲା ମୁକିମ କାଲା । ସେହିଭଳି ମେରାଜ ହେଉଛି ବାହୁବଲୀ ବିଧାୟକ ମୁଖତାର ଅନସାରୀଙ୍କ ନିକଟତମ ସହଯୋଗୀ ।

ଜେଲରେ ଫାୟାରିଂ ଖବର ପାଇ ପୋଲିସର ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ । ପରେ ଅଂଶୁ ପୋଲିସ ଅଧିକାରୀଙ୍କ ଉପରକୁବି ଗୁଳିଚାଳନା କରିଥିଲେ । ଶେଷରେ ଘଟଣାସ୍ଥଳରେ ହିଁ ଅଂଶୁକୁ ଏନକାଉଣ୍ଟର କରିଥିଲା ପୋଲିସ । ସେପଟେ ଘଟଣା ପରେ ଜେଲରେ ଚେକିଂକୁ କଡାକଡି କରାଯାଇଛି ।

   Related Posts