ଜେଲ୍ ଅନ୍ତେବାସୀଙ୍କୁ ଗଞ୍ଜେଇ ଯୋଗାଇବା ପଡିଲା ମହଙ୍ଗା, ନିଲମ୍ବିତ ହେଲେ ଜେଲ୍ କର୍ମଚାରୀ

Published By : Prameya-News7 Bureau | February 12, 2020 IST

ସୁବର୍ଣ୍ଣପୁର ୧୨।୨: ଜେଲ୍ ଅନ୍ତେବାସୀଙ୍କୁ ଗଞ୍ଜେଇ ଯୋଗାଇବା ମହଙ୍ଗା ପଡିଲା ଜେଲ କର୍ମଚାରୀଙ୍କୁ  । କାର୍ଯ୍ୟରୁ ନିଲମ୍ବିତ ହେଲେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଉପ କାରାଗାରରେ । ଅନ୍ତେବାସୀଙ୍କୁ ଗଂଜେଇ ଯୋଗାଇ ଦେଉଛନ୍ତି ନିଜେ ଜେଲ୍ କର୍ମଚାରୀ । କଏଦୀମାନଙ୍କୁ ଗଞ୍ଜେଇ ସହ ଚିଲମ ଯୋଗାଇ ଦେଉଥିବା ଅଭିଯୋଗ ହୋଇଛି । 

ୱାର୍ଡର ଦିଲ୍ଲୀପ କୁମାର ନାୟକ ଗଞ୍ଜେଇ ଓ ଚିଲମ ଧରି ଭିତରକୁ ଯାଇଥିଲେ । ଜେଲର ମୁଖ୍ୟ ୱାର୍ଡର ତାଙ୍କୁ  ଚେକ୍ କରିଥିଲେ  । ତାଙ୍କଠାରୁ ୪ଟି ପୁଡିଆ ଗଞ୍ଜେଇ ଜବତ ହୋଇଥିଲା  । ଏନେଇ  ଜେଲ୍ ତରଫରୁ ସୋନପୁର ଥାନାରେ ଲିଖିତ ଅଭିଯୋଗ ହୋଇଛି  । ସୋନପୁର ଟାଉନ୍ ପୋଲିସ ୱାର୍ଡରଙ୍କ ନାମରେ ମାମଲା ରୁଜୁ କରି ଅନୁସନ୍ଧାନ କରୁଥିବାବେଳେ  ସବ୍ ଜେଲର ସତ୍ୟନାରାୟଣ ବେହେରା ସଂପୃକ୍ତ ୱାର୍ଡରଙ୍କୁ ନିଲମ୍ବନ କରିଥିବା ଜଣାପଡିଛି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଜେଲରମାନେ ଯଦି ବେଆଇନ କାର୍ଯ୍ୟ କରିବେ ତାହେଲେ ଜେଲର ସୁରକ୍ଷା ଦାୟିତ୍ବ କାହାକୁ ଦେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.