ଝୁଲନ୍ତା ଅବସ୍ଥାରେ ମିଳିଲା ନିଖୋଜ ଜେଲ କର୍ମଚାରୀଙ୍କ ମୃତ ଦେହ , ପକେଟରେ ଥିବା କାଗଜରେ ଲେଖା ଅଛି ମୃତ୍ୟୁ ପାଇଁ ଜେଲର ଦାୟୀ

Published By : Prameya-News7 Bureau | June 23, 2019 IST

କରଞ୍ଜିଆ ୨୩|୬: କରଞ୍ଜିଆ ନିକଟ ଗ୍ରୀଡ଼ ସମ୍ମୁଖରେ ଥିବା କଳିକାପୁର ସଂରକ୍ଷିତ ଗ୍ରାମ୍ୟ ଜଙ୍ଗଲ ମଧ୍ୟରୁ ଝୁଲନ୍ତା ଅବସ୍ଥାରେ ଜେଲ କର୍ମଚାରୀ ସୁକାନ୍ତ ବେହେରାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି ।

ଘରୁ ଏକ ସାଇକେଲ ନେଇ ଗତ ୧୮ ତାରିଖରୁ ସେ କେଉଁ ଆଡେ ନିଖୋଜ ହୋଇଯାଇଥିଲେ ।ଆଜି ପୋଲିସ ତାଙ୍କ ମୃତ ଦେହ ଉଦ୍ଧାର କରିବା ପରେ ତାଙ୍କ ପକେଟରୁ ଏକ କାଗଜ ମିଳିଛି । ଏଥିରେ ସେ ତାଙ୍କ ମୃତ୍ୟୁପାଇଁ ଜେଲର ଦାୟୀ ବୋଲି ଲେଖିଛନ୍ତି ।

ସୂଚନାଯୋଗ୍ୟ ଯେ,  ଗତ ୧୬ ତାରିଖରୁ କରଞ୍ଜିଆ ଜେଲରୁ ଜଣେ କଏଦୀ ଫେରାର ହୋଇଯାଇଥିଲା । ଏହାପରେ ଜେଲ କର୍ମଚାରୀ ସୁକାନ୍ତ ବେହେରାଙ୍କୁ ଜେଲର ଲଷ୍ମୀଧର ମୁର୍ମୁ ତାଙ୍କୁ ମାନସିକ ନିର୍ଯାତନା ଦେଇଥିବା ନେଇ କରଞ୍ଜିଆ ଥାନାରେ ଅଭିଯୋଗ କରିଥିଲେ ସୁକାନ୍ତଙ୍କ ପରିବାର ଲୋକେ।

ସେ ମାନସିକ ଚାପ ଗ୍ରସ୍ତ ହୋଇ ଘର ଛାଡିଯାଇଥିବା ମଧ୍ୟ ଜଣାପଡିଥିଲା । ଆଜି ସୁକାନ୍ତଙ୍କ ମୃତ ଦେହ ଜବତ ହେବାପରେ ପରିବାରରେ ଶୋକର ଛାୟା ଖେଳିଯାଇଛି । ଜେଲରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ପକ୍ଷରୁ ଦାବି ହୋଇଛି । ପୋଲିସ ଶବ ବ୍ୟବଚ୍ଛେଦ କରିବା ସହ ତଦନ୍ତ ଆରମ୍ଭ କରିଛି ।

{"id":126173}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.