Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ବ୍ରହ୍ମପୁର ମଣ୍ଡଳ କାରାଗାର ପରିଦର୍ଶନ କଲେ ଜେଲ୍ ଡିଜି ସନ୍ତୋଷ କୁମାର ଉପାଧ୍ଯାୟ, ୱାର୍ଡ ସଂଖ୍ଯା ବୃଦ୍ଧି ନେଇ ଦେଲେ ସୂଚନା

2/10/2021 at 4:39 PM

ବ୍ରହ୍ମପୁର, ୦୨/୧୦: ଆଜି ବ୍ରହ୍ମପୁର ମଣ୍ଡଳ କାରାଗାର ପରିଦର୍ଶନ କରିଛନ୍ତି ଜେଲ୍ ଡି ଜି ସନ୍ତୋଷ କୁମାର ଉପାଧ୍ଯାୟ । ମଣ୍ଡଳ କାରାଗାରର ସ୍ଥିତି ମଧ୍ଯ ଅନୁଧ୍ୟାନ କରିଛନ୍ତି । ପୂର୍ବରୁ କଏଦୀଙ୍କ ପରିବାରବର୍ଗ ସିଧାସଳଖ ସାକ୍ଷାତ କରୁଥିଲେ। ଏବେ କାଚ ଗ୍ଳାସ୍ ମାଧ୍ଯମରେ ଦୁଇ ପଟୁ ଫୋନ୍ ଦ୍ବାରା କଥାବାର୍ତ୍ତା କରିପାରିବେ । କରୋନା ମହାମାରୀ ଏବଂ ସୁରକ୍ଷା ଦୃଷ୍ଟି କୋଣରୁ ଏଭଳି ବ୍ଯବସ୍ଥା ଗ୍ରହଣ କରାଯାଇଥିବା ଜେଲ୍ ଡି ଜି ସନ୍ତୋଷ କୁମାର ଉପାଧ୍ଯାୟ କହିଛନ୍ତି ।

ଏହା ସହିତ କାରାଗାରର ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ଯକ ସ୍ଥଳେ କଏଦୀଙ୍କ ରହଣି ପାଇଁ ୱାର୍ଡ ସଂଖ୍ଯା ବୃଦ୍ଧି କରାଯିବ ବୋଲି ଡିଜି ସୂଚନା ଦେଇଛନ୍ତି । ଆସିକା, ସୋରଡା, ଉଦୟଗିରି ଭଳି ଛୋଟ ଛୋଟ ଜେଲ୍‌ରେ ମଧ୍ୟ ଆବଶ୍ୟକତା ଅନୁଯାୟୀ ୱାର୍ଡ ସଂଖ୍ଯା ବୃଦ୍ଧି କରିବାକୁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଡିଜି କହିଛନ୍ତି । ସେପଟେ ମଣ୍ଡଳ କାରାଗାରରେ କଏଦୀଙ୍କ ସ୍ବାବଲମ୍ବୀ ପାଇଁ ବିଭିନ୍ନ ଦକ୍ଷତା ବିକାଶ ଭିତ୍ତିକ କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିବା ଡିଜି କହିଛନ୍ତି ।

   Related Posts