ବିକାଶ ଦୁବେ ମାମଲା : ବ୍ରିଟେନରେ ଡୁପ୍ଲେକ୍ସ ଫ୍ଲାଟ ଏବଂ ଦୁବାଇରେ ଭିଲ୍ଲା କିଣିବାକୁ ଯୋଜନା କରିଥିଲେ ଜୟ ବାଜପେୟୀ

Published By : Prameya-News7 Bureau | July 22, 2020 IST

ନୂଆଦିଲ୍ଲୀ ୨୨।୭: ବିକାଶ ଦୁବେ ମାମଲାରେ ଗିରଫ ହୋଇଥିବା ଜୟ ବାଜପାଇଙ୍କୁ ପୋଲିସର ପଚରାଉଚରା ସମୟରେ ଅନେକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଜାଣିବାକୁ ମିଳିଛି ଯେ ଜୟ ବ୍ରିଟେନରେ ଏକ ଡୁପ୍ଲେକ୍ସ ଫ୍ଲାଟ ଏବଂ ଦୁବାଇରେ ଏକ ଭିଲ୍ଲା ନେବାକୁ ଯାଉଥିଲେ । ଏଥିପାଇଁ ସେ ବିକାଶ ଦୁବେଙ୍କ ସହ ମଧ୍ୟ କଥା ହୋଇଥିଲେ । ଜୟ ସ୍ବୀକାର କରିଛନ୍ତି ଯେ ସେ ପିଲାମାନଙ୍କ ସହିତ ଛୁଟିରେ ଥାଇଲ୍ୟାଣ୍ଡ ଏବଂ ଦୁବାଇ ଯାଉଥିଲେ ।

ଷଡଯନ୍ତ୍ର କରିବା ତଥା ଆର୍ମସ ଆକ୍ଟ ଅନୁଯାୟୀ ଜୟଙ୍କୁ ପୋଲିସ ଜେଲ ପଠାଇଛି । ତାଙ୍କୁ ୧୫ଦିନ ହେବ ପଚରାଉଚରା କରାଯାଉଥିଲା । ତାଙ୍କର ଏବଂ ବିକାଶ ଦୁବେଙ୍କ ମଧ୍ୟରେ ବ୍ୟାଙ୍କ କାରବାର କାଗଜପତ୍ର ମଧ୍ୟ ପୋଲିସକୁ ମିଳିଛି । ଏହା ବ୍ୟତୀତ ବିକାଶ ତାଙ୍କ ପତ୍ନୀଙ୍କ ଆକାଉଣ୍ଟରେ ୫ ଲକ୍ଷ ଟଙ୍କା ଜମା କରିଥିଲେ । ଏହାର କାଗଜପତ୍ର ମଧ୍ୟ ପୋଲିସ ଜବତ କରିଛି । ପଚରାଉଚରା ବେଳେ ଜୟ କହିଥିଲେ ଯେ ସେ ବ୍ରିଟେନର ଏକ ଡୁପ୍ଲେକ୍ସ ଫ୍ଲାଟ ଏବଂ ଦୁବାଇର ଏକ ଭିଲ୍ଲା ନେବାକୁ ଯାଉଛନ୍ତି । ଏଥିପାଇଁ ସେ ବିକାଶଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କୁ କିଛି ବିନିଯୋଗ କରିବାକୁ କହିଥିଲେ ।

ଜୟ କହିଛନ୍ତି ଯେ ବିକାଶଙ୍କ ସହ କଥାବାର୍ତ୍ତା ବେଳେ ସେ କହିଥିଲେ ଯେ ଛୁଟି କଟାଇବା ପାଇଁ ଦୁବାଇ ଏକ ଭଲ ସ୍ଥାନ । ଏପରି ପରିସ୍ଥିତିରେ ଯଦି ଆମର ନିଜସ୍ବ ଘର ଅଛି, ତେବେ ରହିବା ଏବଂ ଖାଇବାରେ ଅଧିକ ଖର୍ଚ୍ଚ ହେବ ନାହିଁ । ବିକାଶ ଭିଲ୍ଲାରେ ରାଜି ହୋଇଥିଲେ ଏବଂ ଦୁହେଁ ଏକାଠି କାମ କରି ଏକ ବିନିଯୋଗ ଯୋଜନା ପ୍ରସ୍ତୁତ କରିଥିଲେ ।

ଜୟଙ୍କ ପତ୍ନୀଙ୍କ ଆକାଉଣ୍ଟରେ ବିକାଶ ପାଞ୍ଚ ଲକ୍ଷ ଡିପୋଜିଟ୍ କରିଥିଲେ । ଏହା ମଧ୍ୟ ପୋଲିସ ପାଇଁ ଏକ ବଡ ପ୍ରଶ୍ନ । କେଉଁଥି ପାଇଁ ପତ୍ନୀଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦିଆଯାଇଥିଲା । ପୋଲିସ ଏହାର ତଦନ୍ତ କରୁଛି । ଏହି ମାମଲା ବିଷୟରେ ସୂଚନା ଆୟକର ବିଭାଗକୁ ମଧ୍ୟ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.