ବାଲେଶ୍ବର ନୀଳଗିରିରେ ଏବେଝାଡ଼ଖଣ୍ଡୀ ହାତୀପଲଙ୍କ ଉତ୍ପାତ -ଆତଙ୍କିତ ଚାଷୀ

Published By : Prameya-News7 Bureau | November 25, 2019 IST

ନୀଳଗିରି ୨୫।୧୧ -  ଝାଡ଼ଖଣ୍ଡରୁ ଚାଲି ଆସିଥିବା ହାତୀପଲଙ୍କ  ଉପଦ୍ରବରେ ଭୟଭୀତ ଚାଷୀ । ଧାନ ଅମଳ ବେଳେ କ୍ଷେତରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବାରେ ଲାଗିଛନ୍ତି ହାତୀ ପଲ । ବାଲେଶ୍ବର ଜିଲ୍ଲା ନୀଳଗିରି, କେନ୍ଦୁଝର ପାଟଣା ରେଞ୍ଜ ଏବଂ ସୁବର୍ଣ୍ଣପୁର ଜିଲ୍ଲାରେ ଏବେ ବଣୁଆ ହାତୀପଲ ଆତଙ୍କ ଖେଳାଇଛନ୍ତି ।…

{"id":189712,"width":574,"height":330,"sizeSlug":"large"}

ବାଲେଶ୍ବର ନୀଳଗିରିରେ ଏବେଝାଡ଼ଖଣ୍ଡୀ ହାତୀପଲଙ୍କ ଉତ୍ପାତ । ଆତଙ୍କିତ ଚାଷୀ କୂଳ ।  । ବାଲେଶ୍ବର ନୀଳଗିରି ଅଞ୍ଚଳରେ ଏବେ ଝାଡ଼ଖଣ୍ଡରୁ ଚାଲିଆସିଥିବା ୬୦ରୁ ଅଧିକ ହାତୀ ଆତଙ୍କ ଖେଳାଇଛନ୍ତି । ଏହି ଦଳରେ ୧୨ଟି ଛୁଆ ହାତୀ ଅଛନ୍ତି । ଗତ ଶନିବାର ସେମାନେ ବୁଢ଼ାବଳଙ୍ଗ ନଦୀ ପାର ହୋଇ ନୀଳଗିରିରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ହାତୀପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲରୁ ବାହାରି ତିନିକୋଶିଆ ଜଙ୍ଗଲ ଆଡକୁ ମାଡି ଚାଲୁଥିବା ଦେଖାଯାଇଛି।…

{"id":189713,"width":572,"height":343,"sizeSlug":"large"}

ସେପଟେ କେନ୍ଦୁଝର ପାଟଣା ରେଞ୍ଜକୁଫେରିଛନ୍ତି ୨୨ ଜଣିଆ ହାତୀପଲ । ବିଳମ୍ବିତ ରାତିରେ କରଞ୍ଜିଆ ରେଞ୍ଜରୁ ପାଟଣା ରେଞ୍ଜକୁ ପଶି ଆସି ଆତଙ୍କ ଖେଳାଇଛନ୍ତି । ଉଦୟପୁର ବିଟ୍‌ ନିକଟସ୍ଥ ଗାଁ ଗୁଡ଼ିକରେ ବ୍ୟାପକ ଧାନ ଫସଲ ନଷ୍ଟ କରିଦେଇଛନ୍ତି । ବନ ବିଭାଗ ଏଥିପାଇଁ କୌଣସି ସାହାଯ୍ୟ କରୁନଥିବା ଅଭିଯୋଗ କରିଛନ୍ତି ଗାଁ ଲୋକେ ।ଗାଁ ଲୋକେ ନିଜ ଭିତରେ ମେଳି କରି ହାତୀ ଘଉଡ଼ାଇବା କାମ କରୁଛନ୍ତି ।…

{"id":189714,"sizeSlug":"large"}

କେବଳ ବାଲେଶ୍ବର କି କେନ୍ଦୁଝର ନୁହେଁ ପଶ୍ଚିମ ଓଡ଼ିଶାରେ ସୁବର୍ଣ୍ଣପୁର ବାସୀ ମଧ୍ୟ ହାତୀ ଆତଙ୍କରୁ ବାଦ୍‌ ପଡ଼ିନାହାନ୍ତି । ଉଲୁଣ୍ଡାରେ ହାତୀ ଏବଂ ବାରହା ଆକ୍ରମଣରେ ଚାଷୀ ନାହିଁନଥିବା ହଇରାଣ । ସଞ୍ଜ ନଇଁଲେ ପାଖ ଜଙ୍ଗଲରୁ ହାତୀ ପଲ ଚାଲିଆସି ଫସଲ ଖାଇଯାଉଛନ୍ତି । ବନ ବିଭାଗ ହାତୀ ପଲକୁ ଘଉଡ଼ାବା ପାଇଁ ପଦକ୍ଷେପ ନେଉନଥିବା ସ୍ଥାନୀୟ ଲୋକେ କହିଛନ୍ତି । ତେବେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ମିଳିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି ।...

ହାତୀ ଆକ୍ରମଣରେ କ୍ଷତିଗ୍ରସ୍ତ ଏହିସବୁ ଅଞ୍ଚଳର ଚାଷୀ ଏବେ ଆନ୍ଦୋଳନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛନ୍ତି।...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.