Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ବଇଁଶୀର ମଧୁର ସ୍ୱରରେ ଲୋକଙ୍କ ମନ କିଣୁଛନ୍ତି ରିକ୍ସା ଚାଳକ, ଟାଣି ହେଇ ଆସୁଛନ୍ତି ପଥଚାରୀ

9/09/2020 at 6:19 PM

ଜାହାନବାଦ ୦୯/୦୯ : କଳାକାରଙ୍କ ପାଇଁ ବୟସ କିମ୍ବା ଧନସମ୍ପତ୍ତିର କୌଣସି ମହତ୍ୱ ନଥାଏ | କଳାକାରଙ୍କ ସବୁଠାରୁ ମହତ୍ଵପୁର୍ଣ ହେଲା କଠିନ ପରିଶ୍ରମ ଓ ଦୃଢ ଇଚ୍ଛା ଶକ୍ତି | କଠିନ ପରିଶ୍ରମ ବଳରେ କଳାକାର ସଫଳତା ସହ ପରିଚୟ ମଧ୍ୟ ହାସଲ କରିଥାଏ | ଏହିଭଳି ଜଣେ ବ୍ୟକ୍ତି ହେଲେ ବିହାର ଜାହାନବାଦର ରିକ୍ସା ଚାଳକ | ସେ ବଇଁଶୀର ମଧୁର ସ୍ୱରରେ ଲୋକଙ୍କ ମନ ଜିତିଛନ୍ତି | ତାଙ୍କୁ ନେଇ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଚର୍ଚ୍ଚା |

ଜାହାନବାଦର ଏହି ରିକ୍ସା ଚାଳକଙ୍କ ମଧୁର ସ୍ୱରରେ ବଇଁଶୀ ବଜାଇବା ଭିଡିଓ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି | ବୈଜୁ ନାମକ ଏହି ରିକ୍ସା ଚାଳକ ଯେତେବେଳେ ବଇଁଶୀ ବଜାନ୍ତି ବାଟରେ ଚାଲିଯାଉଥିବା ଲୋକଙ୍କ ଧ୍ୟାନ ତାଙ୍କ ଆଡକୁ କେନ୍ଦ୍ରିତ ହୋଇଥାଏ | ବଇଁଶୀର ମଧୁର ସ୍ୱରରେ ସେ ଲୋକଙ୍କ ନିଜ ଆଡକୁ ଆକୃଷ୍ଟ କରିଥାନ୍ତି | କିଛି ଲୋକ ରିକ୍ସାରେ କୁଆଡେ ଯିବାର ନଥିଲେ ମଧ୍ୟ କେବଳ ବଇଁଶୀ ସୁର ଶୁଣିବାକୁ ରିକ୍ସା ବସି ଯାଆନ୍ତି ଓ କିଛି ବାଟ ରିକ୍ସାରେ ଯାଇଥାନ୍ତି | ତାଙ୍କ ମଧୁର ବଇଁଶୀ ସ୍ୱରରେ ଜାହାନବାଦ ସଡକ ସଂଗୀତମୟ ହୋଇଯାଇଥାଏ | ତାଙ୍କର ରିକ୍ସା ଭଡା ଆସିଲେ ସେ ଚଳାନ୍ତି, ନ ଆସିଲେ ଦୁନିଆର ଦୁଃଖ ଭୁଲି ବଇଁଶୀ ସୁରରେ ମଗ୍ନ ହୋଇଯାନ୍ତି |

   Related Posts