Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ

28/11/2021 at 9:24 AM

ରାଜକୋଟ,୨୮/୧୧: ମଝି ସମୁଦ୍ରରେ ଦୁର୍ଘଟଣା । ଗୁଜରାଟର ଓଖା ଉପକୂଳ ଠାରୁ ୧୨ ନଟିକାଲ ମାଇଲ ସମୁଦ୍ର ଭିତରେ ଗତକାଲି ରାତିରେ ଦୁଇଟି ପଣ୍ୟବାହୀ ଜାହାଜ ମଧ୍ୟରେ ଧକ୍କା ଲାଗିଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି । ତଟରକ୍ଷୀ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁଇ ବିପରୀତ ଦିଗରେ ଆସୁଥିବା ମାର୍ଶଲ ଦ୍ୱୀପର ଏମ୍‌ଭି ଆଭିଏଟର ଏବଂ ହଂକଂର ଏମ୍‌ଭି ଆଟଲାଣ୍ଟିକ ଗ୍ରେସ୍‌ ମଧ୍ୟରେ ଏହି ଧକ୍କା ଲାଗିଛି ।

ଏମ୍‌ଭି ଆଟଲାଣ୍ଟିକ ଗ୍ରେସ୍‌ରେ ତୈଳ ଓ ରାସାୟନିକ କଣ୍ଟେନର ରହିଥିଲା । ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଓଖା ଓ ମୁନ୍ଦ୍ରାରୁ ଦୁଇଟି ତଟରକ୍ଷୀ ବାହିନୀର ଜାହାଜ ଘଟଣାସ୍ଥଳରେ ପହଞ୍ଚିଛି । ସେହିଭଳି ତଟରକ୍ଷୀ ବାହିନୀର ଏକ ପ୍ରଦୂଷଣ ନିୟନ୍ତ୍ରଣ ଜାହାଜ ମଧ୍ୟ ସେଠାରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଜାହାଜରୁ ତୈଳ ଲିକ୍‌ ହୋଇଛି କି ନାହିଁ ତାହା ଯାଞ୍ଚ କରୁଛି ।

କଚ୍ଛ ଉପସାଗରୀୟ ଅଞ୍ଚଳରେ ଭିଟିଏସ୍‌ (ଭେସେଲ ଟ୍ରାଫିକ ସର୍ଭିସ) ଥିବା ସତ୍ତେ୍ୱ କିଭଳି ଦୁଇ ଜାହାଜ ମଧ୍ୟରେ ଏହି ଧକ୍କା ଲାଗିଲା ତାର ତଦନ୍ତ ଆରମ୍ଭ କରାଯାଉଛି ବୋଲି ତଟରକ୍ଷୀ ବାହିନୀର ଜଣେ ଅଧିକାରୀ କହିଛନ୍ତି ।

   Related Posts