Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

ମୁହଁ ଖୋଲିଲେ ଜାଗ୍ରତି ଶୁକ୍ଲା.. “ଯେଉଁମାନେ ମୋ ଚରିତ୍ର ପ୍ରତି ଆକ୍ଷେପ କରୁଛନ୍ତି , ମୁଁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି”

14/12/2020 at 8:01 AM

ନୂଆଦିଲ୍ଲୀ ୧୪।୧୨:  ମୁହଁ ଖୋଲିଲେ ଜାଗ୍ରତି ଶୁକ୍ଲା। କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ସହ ଉଠିଥିବା ସମ୍ପର୍କ ଚର୍ଚ୍ଚାକୁ ନେଇ ନେଇ ସ୍ପଷ୍ଟୀକରଣ ରଖିଛନ୍ତି ଜାଗ୍ରତି। ଏନେଇ ତାଙ୍କ ଫେସ୍ ବୁକ୍ ଆକାଉଣ୍ଟରେ ଏକ ପୋଷ୍ଟ କରି ତାଙ୍କୁ ବଦନାମ କରୁଥିବା ବ୍ୟକ୍ତିବିଶେଷଙ୍କୁ ଚେତାବନୀ ଦେଇଛନ୍ତି।

ଜାଗ୍ରତି ଶୁକ୍ଲା ଲେଖିଛନ୍ତି ଯେ, ମୁଁ ଜଣେ ସାମ୍ବାଦିକା। ସଂସଦରେ ଏମପିମାନଙ୍କ ସହ ନିୟମିତ ଭାବେ ଆଲୋଚନା କରି ରିପୋର୍ଟ ପ୍ରସ୍ତୁତ କରିବା ହେଉଛି ମୋର କାମ। ସାଂସଦ ଅନୁଭବ ମହାନ୍ତି ଏବେ ସାଂସଦ ଅଛନ୍ତି। ଆମ ଦୁହିଁଙ୍କ ମଧ୍ୟରେ କେବଳ ଏକ ପ୍ରଫେସନାଲ ସମ୍ପର୍କ ରହିଛି ଏବଂ ଉଭୟେ କେବଳ ଭଲ ବନ୍ଧୁ ମାତ୍ର। ତେବେ ଅନୁଭବ ଏବଂ ତାଙ୍କ ପତ୍ନୀ ବର୍ଷାଙ୍କ ମଧ୍ୟରେ ବୈବାହିକ ସମ୍ପର୍କକୁ ନେଇ ଯାହା କିଛି ବିବାଦ ଉଠିଛି ତାହା ତାଙ୍କର ବ୍ୟକ୍ତିଗତ। କିନ୍ତୁ କିଛି ଲୋକ ଟାଣିଓଟାରି ମୋତେ ଉଭୟଙ୍କ ସମ୍ପର୍କ ମଧ୍ୟକୁ ଟାଣି ଯାବତୀୟ ଅଶାଳୀନ ମନ୍ତବ୍ୟ ଦେଉଛନ୍ତି।

I am Jagrati Shukla, a journalist and my current job requires me to interact with Members of Parliament on regular…

Posted by Jagrati Shukla on Sunday, December 13, 2020

ସୋଶାଲ ମିଡିଆରେ ମୋ ନାମରେ ଆପତ୍ତିଜନକ ମନ୍ତବ୍ୟ ଦିଅଯାଉଛି। ଯେଉଁମାନେ ସଂପୃକ୍ତ ସେମାନେ ପ୍ରାୟତଃ ବର୍ଷାଙ୍କ ପ୍ରଶଂସକ। ଏବେ ସବୁ ସୀମା ଟପିଯାଇଛି। ତେଣୁ ଯେଉଁମାନେ ମୋ ଚରିତ୍ର ପ୍ରତି ଆକ୍ଷେପ କରୁଛନ୍ତି ମୁଁ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି ବୋଲି ସେ ଚେତାବନୀ ଦେଇଛନ୍ତି। ଏଥିପାଇଁ ଜଗ୍ରତି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର, ସିଏମଓ ଓଡ଼ିଶା ଏବଂ ଜାତୀୟ ମହିଳା କମିଶନଙ୍କ ହସ୍ତକ୍ଷେପ ଲୋଡ଼ି ସହାୟତା ମାଗିଛନ୍ତି। ତାଙ୍କୁ ଏବଂ ତାଙ୍କ ପରିବାରକୁ ଶାନ୍ତିରେ ରହିବା ପାଇଁ ସେ ଅନୁରୋଧ କରିଛନ୍ତି।

   Related Posts