Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ଜାଗୋ ପକ୍ଷରୁ ବସ୍ତି ପିଲାଙ୍କୁ ପୋଷାକ ବଂଟନ : ଜାଗୋ ପାଇଁ ନୂଆ ଜୀବନ ପାଇଲା ଆଦିତ୍ୟ

20/11/2018 at 4:32 PM

ଭୁବନେଶ୍ୱର ୨୦/୧୧ : ଦଶ ବର୍ଷର ବାଳକ ଆଦିତ୍ୟ ସାହୁ । ୨୦୧୪ ମସିହାରେ ନିଜ ଭାଇ ସହ ରାସ୍ତା ପାର କରୁଥିବା ବେଳେ ହଠାତ୍ ଦୁର୍ଘଟଣାର ଶିକାର ହେଲା । ଦୁର୍ଘଟଣା ସ୍ଥଳରେ ହିଁ ଭାଇର ମୃତ୍ୟୁ ହେଲା । ଆଉ ସଙ୍କଟାପନ୍ନ ହୋଇଗଲା ଗଣ୍ଡମୁଣ୍ଡା ବସ୍ତିର ବାଳକ ଆଦିତ୍ୟର ଅବସ୍ଥା । ଆଦିତ୍ୟର ଦୁଇଗୋଡରେ ଶକ୍ତ ଆଘାତ ଲାଗିବା ଯୋଗୁ ତା’ର ଅବସ୍ଥା ଗୁରୁତର ହୋଇଗଲା । ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଲେ । ବସ୍ତିରେ ରହୁଥିବା ଗରିବ ବାପା ଏତେ ଟଙ୍କା ଖର୍ଚ୍ଚ କରିବା ପାଇଁ ଅସମର୍ଥ ଥିଲା । ଠିକ୍ ଏହି ସମୟରେ ଆଦିତ୍ୟକୁ ସହଯୋଗର ହାତ ବଢ଼ାଇଲା ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ଛାତ୍ରଛାତ୍ରୀମାନଙ୍କର ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଜାଗୋ” । ସମ୍ ହସ୍ପିଟାଲ୍ରେ ଆରମ୍ଭ ହେଲା ଆଦିତ୍ୟର ଚିକିତ୍ସା । ଚିକିତ୍ସାର ସବୁ ଖର୍ଚ୍ଚ ସମ୍ ହସ୍ପିଟାଲ୍ ବହନ କଲା ଏବଂ ଚିକିତ୍ସା ସମୟରେ ଜାଗୋ ଟିମ୍ର ସଦସ୍ୟମାନେ ଆଦିତ୍ୟକୁ ନିଜ ପରିବାରର ସଦସ୍ୟ ଭଳି ସେବା କଲେ ଓ ତା’ର ଯତ୍ନ ନେଲେ । ଦୀର୍ଘ ଚାରିବର୍ଷର ଚିକିତ୍ସା ପରେ ଆଦିତ୍ୟ ଏବେ ସୁସ୍ଥ ହୋଇ ଘରକୁ ଫେରିଛି । ଗଣ୍ଡମୁଣ୍ଡା ସ୍କୁଲ୍ରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଛି । ସୋମବାର ଜାଗୋ ପକ୍ଷରୁ ୟୁନିଫର୍ମ ବଂଟନ କାର୍ଯ୍ୟକ୍ରମ ଅବସରରେ ଆଦିତ୍ୟ କହିଛି ସେ ଏବେ ସୁସ୍ଥ ଅଛି ଏବଂ ଜାଗୋ ଟିମ୍କୁ ନିଜର କୃତଜ୍ଞତା ଜଣାଇଛି । କେବଳ ଆଦିତ୍ୟ ନୁହେଁ ଆଦିତ୍ୟ ଭଳି ପ୍ରାୟ ୧୦୦ ରୁ ଅଧିକ କୁନିକୁନି ବସ୍ତି ପିଲାଙ୍କୁ ସହଯୋଗର ହାତ ବଢ଼ାଇଛି “ଜାଗୋ” । ସୋଆ ଛାତ୍ରଛାତ୍ରୀମାନେ ସ୍ଥାନୀୟ ଅଂଚଳର କୁନି କୁନି ପିଲାମାନଙ୍କୁ ନିଜ କଲେଜରେ ରବିବାର ବ୍ୟତୀତ ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ପାଠ ପଢ଼ାଇଥାନ୍ତି ଓ ସେମାନଙ୍କୁ ବିଭିନ୍ନ କୁଶଳତା ଶିଖାଇଥାନ୍ତି । ପ୍ରାୟ ୨୦୦ ଜଣ ଛାତ୍ରଛାତ୍ରୀ ଏହି ଜାଗୋ ଟିମ୍ରେ ସାମିଲ୍ ଅଛନ୍ତି । କୁନିକୁନି ବସ୍ତିପିଲାଙ୍କୁ ଅଧିକ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ଏହି ୟୁନିଫର୍ମ ପ୍ରଦାନ କରାଯାଇଛି । ସୋଆର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ୟୁନିଫର୍ମ ଗୁଡ଼ିକ ବଂଟନ କରିଥିଲେ । କୁନିକୁନି ପିଲାମାନେ ବେଶ ଆନନ୍ଦର ସହ ନିଜ ୟୁନିଫର୍ମ ଗ୍ରହଣ କରିଥିଲେ । ଏହି ଅବସରରେ ଶ୍ରୀମତି ଦାସ କହିଥିଲେ ଜାଗୋର ସ୍ୱେଚ୍ଛାସେବୀମାନଙ୍କ ପାଇଁ ତାଙ୍କ ମନରେ ବିଶେଷ ଆନ୍ତରିକତା ରହିଛି । ଜାଗୋ ପରିବାର ଖୁବ୍ ଭଲ କାମ କରୁଛି । ଜାଗୋ ସ୍ୱେଚ୍ଛାସେବୀମାନଙ୍କ ସେବା ମନୋବୃତି ସେମାନଙ୍କୁ ଆହୁରି ଆଗକୁ ନେବ ବୋଲି ଶ୍ରୀମତି ଦାସ କହିଥିଲେ ।
ଏହି ଅବସରରେ ଛାତ୍ରମଙ୍ଗଳ ଡିନ୍ ଡ. ଜ୍ୟୋତି ରଞ୍ଜନ ଦାସ କହିଥିଲେ ଜାଗୋ ଏବେ ସୋଆର ସବୁ କ୍ୟାମ୍ପସ୍କୁ ପରିବ୍ୟାପ୍ତ ହେବାକୁ ଯାଉଛି । ସବୁ କ୍ୟାମ୍ପସ୍ରେ ଜାଗୋକୁ ସଂପ୍ରସାରିତ କରିବା ସହ ଜଣେ ଜଣେ ଫାକଲ୍ଟି ସେହି କ୍ୟାମ୍ପସ୍ର ଇନ୍ଚାର୍ଜ ରହିବେ । ଏହା ଦ୍ୱାରା ଏହି ଅନୁଷ୍ଠାନ ଆହୁରି ଆଗକୁ ବଢ଼ିପାରିବ ବୋଲି ସେ କହିଥିଲେ ।  ଜାଗୋ ପକ୍ଷରୁ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ଶିବିର, ଝିଅମାନଙ୍କ ପାଇଁ ଆତ୍ମ ପ୍ରଶିକ୍ଷଣ ଶିବିର, ବକ୍ତୃତା ଏବଂ କୁଇଜ୍ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଉଛି ।
ଅନ୍ୟମାନଙ୍କ ମଧ୍ୟରେ ଇନ୍ଷ୍ଟିୁଚ୍ୟୁସନ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍) ଡିନ୍ ପ୍ରଫେସର ପି. କେ. ସାହୁ, ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍ସେସ୍ (ଆଇଡିଏସ୍) ଡିନ୍ ପ୍ରଫେସର ନୀତା ମହାନ୍ତି, ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଜାଗୋ’ର ସଂଯୋଜିକା ଅନିତା ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

   Related Posts