ସାରୁଅ ଜମି କେଳେଙ୍କାରୀ ମାମଲାରେ ଖୋଲୁଛି ଜଗି-ବୈଜୟନ୍ତଙ୍କ ମୁଖା, ମୁହଁ ଖୋଲୁଛନ୍ତି ଜଣେ ପରେ ଜଣେ ପୂର୍ବତନ କର୍ମଚାରୀ

Published By : Prameya-News7 Bureau | November 13, 2020 IST

ଭୁବନେଶ୍ଵର ୧୩।୧୧:  ସାରୁଅ ଜମି କେଳେଙ୍କାରୀ ମାମଲାରେ ଗୋଟିକ ପରେ ଗୋଟିଏ ମୋହରା ଆଇନ ଜାଲରେ ଛନ୍ଦି ହେବା ପରେ ମୁଖ୍ୟ କାର୍ପଟଦାର୍ ଜଗି-ବୈଜୟନ୍ତଙ୍କ ମୁଖା ଖୋଲିବାରେ ଲାଗିଛନ୍ତି । କେମିତି ଜଣେ ଅନୁସୂଚିତ ଜାତିର ଡ୍ରାଇଭରଙ୍କ ମାଧ୍ୟମରେ ଚଞ୍ଚକତା କରି ଓଟିଭି ଏବଂ ଓଡ଼ିଶା ଇନ୍‌ଫ୍ରାଟେକ୍  ଦଳିତ ଆଦିବାସୀଙ୍କ ଜମି ହଡ଼ପ କରିଛି ତାର ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି । ଓଟିଭିର ପୂର୍ବତନ ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କ  ଶାଳକ ଏବଂ ପୂର୍ବତନ ଡ୍ରାଇଭର ରବୀନ୍ଦ୍ର ସେଠୀଙ୍କ ପରେ ମୁହଁ ଖୋଲିଛନ୍ତି ପୂର୍ବତନ କର୍ମଚାରୀ ଶିବପ୍ରସାଦ ଶ୍ରୀଚନ୍ଦନଙ୍କ ଭଉଣୀ ଓ ପତ୍ନୀ । ସେପଟେ ଗିରଫ ଭୟରେ ହାଇକୋର୍ଟରେ ଜଗି-ବୈଜୟନ୍ତଙ୍କ ଅନ୍ତରୀଣ ଜାମିନ୍ ଆବେଦନ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ଅଦାଲତ ।

{"id":361358,"sizeSlug":"large"}

ବୈଜୟନ୍ତଙ୍କୁ ମହଙ୍ଗା ପଡ଼ିଛି ଜମି ଦଲାଲି । ଆଇନକୁ ଆଖି ଠାର ମାରି ଦଳିତ ଚାଷୀଙ୍କ ଜମି ହଡ଼ପ କରିଥିବା ଓଟିଭି ଓ ଓଡ଼ିଶା ଇନ୍ଫ୍ରାଟେକ୍ର ମୁଖ୍ୟ କାର୍ପଟଦାରଙ୍କ ମୁଖା ଖୋଲୁଛନ୍ତି ଜଣକ ପରେ ଜଣେ ମୋହରା । ଅରଟେଲ୍ ସଂସ୍ଥାର ପୂର୍ବତନ ଡ୍ରାଇଭର ରବୀନ୍ଦ୍ର ସେଠୀ ଓ ପରେ ଓଟିଭିର ପୂର୍ବତନ ସିଏଫଓ ତଥା ଓଡ଼ିଶା ଇନ୍ଫ୍ରାଟେକର ମୁଖ୍ୟ ମନୋରଞ୍ଜନ ଷଡ଼ଙ୍ଗୀଙ୍କ ଶାଳକଙ୍କ ପରେ ଏବେ ମୁହଁ ଖୋଲିଛନ୍ତି ଓଡ଼ିଶା ଇନ୍ଫ୍ରାଟେକର ଜମି ଜମା କଥା ବୁଝୁଥିବା ପୂର୍ବତନ ସିନିଅର ଏକଜିକ୍ୟୁଟିଭ୍ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କ ପତ୍ନୀ ଓ ଭଉଣୀ । ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଓ ତାଙ୍କ ସ୍ବାମୀ ବୈଜୟନ୍ତ ପଣ୍ଡା ହିଁ ଜମି କେଳେଙ୍କାରୀର ମୁଖ୍ୟ ଖଳନାୟକ ବୋଲି ସେମାନେ କହିଛନ୍ତି  । ମାତ୍ର ୨୦ହଜାର ଟଙ୍କା ପାଇଁ ଶିବପ୍ରସାଦଙ୍କୁ ଫସାଇ ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି ।  ଘଟଣାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଶିବ ପ୍ରସାଦଙ୍କୁ ଗିରଫ କରିବା ପରେ ସେ ଏବେ ଜେଲରେ ଅଛନ୍ତି । ତେବେ ଏହି ଘଟଣାରେ ପ୍ରକୃତ ଦୋଷୀ ପଣ୍ଡା ଫ୍ୟାମିଲି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଶିବ ପ୍ରସାଦଙ୍କ ପରିବାର ।

{"id":361359,"sizeSlug":"large"}

ଅରଟେଲ୍ ସଂସ୍ଥାରେ କାମ କରୁଥିବା ଜଣେ ଦଳିତ ଡ୍ରାଇଭର ରବୀ ସେଠୀଙ୍କୁ ମୋହରା କରି ଦଳିତ ଓ ଆଦିବାସୀଙ୍କ ଜମି ହଡ଼ପ କରିବା ସହ ନିଜେ ପଣସ ଖାଇ ଅନ୍ୟ ମୁଣ୍ଡରେ ଅଠା ବୋଳିବା ନ୍ୟାୟରେ ମନୋରଞ୍ଜନ ଷଡ଼ଙ୍ଗୀ ଏବଂ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ ଫସାଇଛନ୍ତି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଓ ତାଙ୍କ ସ୍ବାମୀ ବୈଜୟନ୍ତ ପଣ୍ଡା । ଏମିତିକି ଦୀର୍ଘ ୧୨ଦିନ ଧରି ଶୀତକାକରରେ ସାରୁଅ ତରଙ୍ଗ ଷ୍ଟୁଡିଓ ଆଗରେ ଧାରଣାରେ ବସିଥିବା ଶ୍ରମିକଙ୍କ ପ୍ରତି ବି ନିଷ୍ଠୁର ଓ ନିଦାବିଷ୍ଣୁ ସାଜିଛନ୍ତି ପଣ୍ଡା ଦମ୍ପତ୍ତି । ସେପଟେ ଦାବି ପୂରଣ ହେଉନଥିବାରୁ ଧୈର୍ଯ୍ୟହରା ଶ୍ରମିକ ଆଜି ସିଧା ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି । ରାଜ୍ୟପାଳଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି ଅସହାୟ ଶ୍ରମିକ ତଥା ସାରୁଅ ଗ୍ରାମବାସୀ ।

{"id":361360,"sizeSlug":"large"}

ସରଜମିନ୍ ତଦନ୍ତ କରି କ୍ରାଇମବ୍ରାଞ୍ଚ ଜଗି-ବୈଜୟନ୍ତଙ୍କ ଜମି କେଳେଙ୍କାରୀର ପର୍ଦ୍ଦାଫାସ୍ କରିବା ପରେ ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ ପଣ୍ଡା ଦମ୍ପତ୍ତି । ତେବେ ପୂର୍ବରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ୍ ଦେଇଥିବା ହାଇକୋର୍ଟ ଆଜି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି । ଅନ୍ୟଦେଶ ପର୍ଯ୍ୟନ୍ତ ଉଭୟଙ୍କ ଅନ୍ତରୀଣ ସୁରକ୍ଷା ବଳବତ୍ତର ରହିବ ବୋଲି କୋର୍ଟ କହିଛନ୍ତି । ସେହିଭଳି ଓଡ଼ିଶା ଇନ୍ଫ୍ରାଟେକର ଅନ୍ୟତମ ନିର୍ଦ୍ଦେଶକ ନିହାର ଭୁୟାଁଙ୍କୁ ମଧ୍ୟ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି ଅଦାଲତ ।

ସାରୁଅରୁ ଅସ୍ତରଙ୍ଗ ଯାଏଁ ଲମ୍ବିଛି ଜଗି-ବୈଜୟନ୍ତଙ୍କ ଜମି କେଳେଙ୍କାରୀର ଫର୍ଦ୍ଦ । ଚଞ୍ଚକତାର ଶିକାର ହୋଇ ଜମି ହରାଇଥିବା ଏକାଧିକ ଦଳିତ ଆଦିବାସୀ ଚାଷୀ ଏବେ ସେମାନଙ୍କ ଜମି ଫେରି ପାଇବାକୁ ନେହୁରା ହେଉଛନ୍ତି । କ୍ରାଇମବ୍ରାଞ୍ଚ ମାମଲାର ତଦନ୍ତ କରୁଛି । ଠିକ୍ ଏତିକି ବେଳେ ନିଜ କର୍ମଚାରୀଙ୍କୁ ସାମ୍ନାକୁ ଠେଲି ନିଜର ଆତ୍ମରକ୍ଷା ପାଇଁ ପ୍ରୟାସ ଚଳାଇଛନ୍ତି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା ଓ ବୈଜୟନ୍ତ ପଣ୍ଡା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.