Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ମମତା –ରାଜ୍ୟପାଳ ପୁଣି ମୁହାଁମୁହିଁ : ମୁଖ୍ୟମନ୍ତ୍ରୀଙ୍କୁ ଚିଠିରେ ଜଗଦୀପ ଧନଖଡଙ୍କ ଆକ୍ଷେପ “ଆପଣ ସଂଖ୍ୟାଲଘୁଙ୍କ ପାଇଁ ଅଧିକ ଦୟା ଦେଖାଉଛନ୍ତି”

24/04/2020 at 2:59 PM

କୋଲକାତା ୨୪/୦୪ : କରୋନା ଭାଇରସ ଜନୀତ ଭୟଙ୍କର ପରିସ୍ଥିତି ନେଇ  ପଶ୍ଚିମବଙ୍ଗ ଏବେ ପୁରା ବେହାଲ । ଭୟଙ୍କର ଭାଇରସ  ମୁକାବିଲା ମୁଖ୍ୟପ୍ରସଙ୍ଗ ଏବଂ ଲକ୍ଷ୍ୟ ହୋଇଥିବା ବେଳେ ବି ଥମୁନି ମୁଖ୍ୟମନ୍ତ୍ରୀ ବନାମ ରାଜ୍ୟପାଳ ବିବାଦ । କେନ୍ଦ୍ର ସରକାର ପଶ୍ଚିମବଙ୍ଗର ତୃଣମୂଳ ସରକାରକୁ କରୋନା ମୁକାବିଲା ନେଇ ଟାର୍ଗେଟ କରୁଥିବା ବେଳେ ରାଜ୍ୟପାଳ ବି ମୁଖ୍ୟମନ୍ତ୍ରୀଙ୍କ ଉପରେ ଖପ୍ପା । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜଭବନ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଶୁକ୍ରବାର ଦିନ ଆହୁରି ବଢି ଯାଇଛି, ଯେତେବେଳେ ରାଜ୍ୟପାଳ ଜଗଦୀପ ଧନଖଡ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଆକ୍ଷେପ କରିଛନ୍ତି | ମୁଖ୍ୟମନ୍ତ୍ରୀ ରାଜ୍ୟରେ ଅଳ୍ପ ସଂଖ୍ୟକଙ୍କୁ ବେଶି ଗୁରୁତ୍ୱ ଦେଉଛନ୍ତି ଏବଂ ଖୋଲାଖୋଲି ସେମାନଙ୍କ ସନ୍ତୁଷ୍ଟିକରଣ କରୁଛନ୍ତି ବୋଲି ରାଜ୍ୟପାଳ ଅଭିଯୋଗ କରିଛନ୍ତି | ଗୁରୁବାର ଦିନ ମମତା ରାଜ୍ୟପାଳଙ୍କ ନିକଟକୁ ଏକ ଚିଠି ଲେଖିଥିଲେ | ରାଜ୍ୟପାଳ ସରକାରଙ୍କ କାମରେ ବାରମ୍ବାର ହସ୍ତକ୍ଷେପ କରୁଛନ୍ତି ବୋଲି ମମତା ଚିଠିରେ ଅଭିଯୋଗ କରିଥିଲେ | ତେବେ ରାଜ୍ୟପାଳ ଏହାର ଜବାବରେ ମୁଖ୍ୟମନ୍ତ୍ରୀଙ୍କୁ ଓଲଟା ଆରୋପ କରିଥିଲେ, ଏବଂ କରୋନା ମୁକାବିଲାରେ ବିଫଳତାକୁ ଲୁଚାଇବାକୁ ମୁଖ୍ୟମନ୍ତ୍ରୀ ମମତା  ଏପରି ଅଭିଯୋଗ କରୁଥିବା କହି ମମତା ସରକାରଙ୍କ ବିଫଳତା ପଦାରେ ପଡିଥିବା କହିଥିଲେ | ତେବେ ଶାସକ  ଟିଏମସି ମୁଖ୍ୟ ମମତାଙ୍କ ସହ ରାଜନୀତି ଓ ଝଗଡା ମନୋବୃତ୍ତି  ପରିହାର କରିବା ପାଇଁ ଅନୁରୋଧ କରି ଧନଖଡ କହିଛନ୍ତି ଯେ ମମତାଙ୍କ ବ୍ୟବହାର କେବଳ ରାଜ୍ୟବାସୀଙ୍କ ସମସ୍ୟା ବଢ଼ାଉଛି |

 ମମତା ଲେଖିଥିବା ଚିଠି ପରେ ରାଜ୍ୟପାଳ ତାଙ୍କୁ ଏକ ଚିଠି ଲେଖିଥିଲେ | ଚିଠିରେ ରାଜ୍ୟପାଳ ମମତାଙ୍କୁ କହିଥିଲେ ଯେ,”ଏହି ଭୟଙ୍କର ପରିସ୍ଥିତିରେ ଆପଣଙ୍କ ବିଫଳତା ଉପରେ ପରଦା ପକାଇବାକୁ  ଆପଣ ଚିଠି ରଣନୀତି ଏକ ପ୍ରୟାସ କେବଳ| ମମତାଙ୍କ ଉପରେ ସଂଖ୍ୟାଲଘୁଙ୍କ ସନ୍ତୁଷ୍ଟିକରଣ ଜନୀତ ଅଭିଯୋଗ ଲଦି ରାଜ୍ୟପାଳ ଲେଖିଛନ୍ତି, ନିଜାମୁଦ୍ଦିନ ମର୍କଜ ଘଟଣା ପରେ ମମତା ସରକାରଙ୍କ ପଦକ୍ଷେପ ତତା କାର୍ଯ୍ୟପଦ୍ଧତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ଏହାକୁ ସମର୍ଥନ କରାଯାଇ ପାରିବନାହିଁ  । ଏହା ଲେଖିବା ବେଳେ ରାଜ୍ୟପାଳ ସେହି କାର୍ଯ୍ୟକ୍ରମ କଥା ଉଠାଇଥିଲେ ଯେଉଁଠି ମମତା ବାନାର୍ଜୀଙ୍କୁ ଦିଲ୍ଲୀରେ ତବଲିଗି ଜମାତର ଧାର୍ମିକ ଆୟୋଜନ ଉପରେ ମନ୍ତବ୍ୟ ଦେବା ପାଇଁ କୁହାଯାଇଥିଲା |

ଗୁରୁବାର ଦିନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ଉପରେ ଅଭିଯୋଗ କରିଥିଲେ ଯେ, ସେ ରାଜ୍ୟ ପ୍ରଶାସନଙ୍କ କାମରେ ସେ ଲଗାତାର ହସ୍ତକ୍ଷେପ କରୁଛନ୍ତି | ସାମ୍ବିଧାନିକ ସୀମା ରେଖା କିଏ ଲଂଘିଛି ତାର ଫଇସଲା ସେ କରନ୍ତୁ ବୋଲି ତାଙ୍କୁ ମମତା କହିଥିଲେ | କରୋନା ସଂକ୍ରମଣ ମଧ୍ୟରେ ପଶ୍ଚିମବଙ୍ଗରୁ ଏମିତି କିଛି ଫଟୋ ଓ ଭିଡିଓ ସାମ୍ନାକୁ ଆସିଛି ଯାହା ରାଜ୍ୟ ସରକାରଙ୍କ ସମ୍ମୁଖରେ ପ୍ରଶ୍ନ ଛିଡା କରିଛି | ସେ ସମ୍ପର୍କରେ ମମତା ରାଜ୍ୟପାଳଙ୍କୁ ୭ ପୃଷ୍ଠାର ଏକ ଚିଠି ଲେଖିଥିଲେ | ଚିଠିରେ ମମତା କହିଥିଲେ ଯେ, ଧନଖଡ ଭୁଲି ଯାଇଛନ୍ତି ଯେ,  ସେ (ମମତା) ଏକ ଗୌରବଶାଳୀ ଭାରତୀୟ ରାଜ୍ୟର ନିର୍ବାଚିତ ମୁଖ୍ୟମନ୍ତ୍ରୀ କିନ୍ତୁ ରାଜ୍ୟପାଳଙ୍କୁ  ନିଯୁକ୍ତ କରାଯାଇଛି | ମମତାରେ ଲେଖିଛନ୍ତି, ଆପଣ ଫଇସଲା କରନ୍ତୁ ଯେ ସାମ୍ବିଧାନିକ ଧର୍ମର ଉଲଙ୍ଘନ କିଏ କରିଛି ଏବଂ ସାମ୍ବିଧାନିକ ପଦାଧିକାରୀଙ୍କ ମଧ୍ୟରେ କିଏ ମର୍ଯ୍ୟାଦା ସୀମା ଟପିଛି |

ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ କରୋନାରେ ସର୍ବାଧିକ ପ୍ରଭାବିତ ଜିଲ୍ଲା ଗସ୍ତରେ  ଆସିତିବା କେନ୍ଦ୍ରୀୟ ଟିମକୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଅନୁରୋଧ କରିଥିଲେ | ଏହାପରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଥିଲା |

   Related Posts