୫ ଘଣ୍ଟା ଧରି ଟନେଲରେ ଫଶି ରହିଥିଲା ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ

Published By : Prameya-News7 Bureau | October 16, 2018 IST

ରାୟଗଡା ୧୬|୧୦: ୫ ଘଣ୍ଟା ଧରି ଟନେଲରେ ଫଶି ରହିଗଲା ହୀରାଖଣ୍ଡ ଏକ୍ସପ୍ରେସ । ଗତକାଲି ରାତି ୮.୩୫ ଟାରୁ ରାତି ସାଢେ ୧ଟା ପର୍ଯ୍ୟନ୍ତ ଟନେଲରେ ଫଶି ରହିଥିଲା ଜଗଦଲପୁର-ଭୁବନେଶ୍ବର ହୀରାଖଣ୍ଡ ଏକ୍ସପ୍ରେସ । ଟ୍ରେନଟି ଜଗଦଳପୁରରୁ ଭୁବନେଶ୍ବର ଫେରିବା ବେଳେ ଟିକିରି ରାଉଳି ମଧ୍ୟରେ ଥିବା ୮ନମ୍ବର ଟନେଲ୍ ଭିତରେ ଟ୍ରେନଟି ଫଶି ଯାଇଥିଲା । ଟନେଲ୍ ଭିତରେ ୨ଟି ବିଦ୍ୟୁତ ତାର ଛିଣ୍ଡି ଯିବାରୁ ଟ୍ରେନକୁ ଅଟକାଇ ଦେଇଥିଲେ ଡ୍ରାଇଭର । ବଡ ଅଘଟଣରୁ ବର୍ତ୍ତି ଯାଇଥିଲା । ତେବେ ଏତେ ଲମ୍ବା ସମୟ ଧରି ଟ୍ରେନ ଟନେଲ୍ ଭିତରେ ଅଟକି ଥିବାରୁ ଯାତ୍ରୀମାନେ ଅଣନିଶ୍ବାସୀ ହୋଇ ଯାଇଥିଲେ । ଏଣେ ମେବାଇଲ୍ ଟାୱାର ଲାଗୁନଥିବାକୁ କାହା ସହ ଯୋଗାଯୋଗ ମଧ୍ୟ ହୋଇ ପାରନିଥିଲା । ଏହାକୁ ନେଇ ଯାତ୍ରୀ ଭୟଭୀତ ହୋଇ ଯାଇଥିଲେ । ରେଳ ବିଭାଗର ସ୍ବତନ୍ତ୍ର ଟିମ୍ ପହଞ୍ଚି ମରାମତି କରିବା ପରେ ସ୍ବାଭାବିକ୍ ହୋଇଥିଲା ଟ୍ରେନ ଚଳାଚଳ । ଭୁବନେଶ୍ବର ଆସୁଥିବା ହୀରାଖଣ୍ଡ ଏକ୍ସପ୍ରେସ ଏବେ ୬ ଘଣ୍ଟା ବିଳମ୍ବରେ ଚାଲୁଛି । ଏହି ଘଟଣା ନେଇ ରେଳ ବିଭାଗ କୌଣସି ପ୍ରତିକ୍ରିୟା ରଖିନି । ତେବେ କିଛି ଯାତ୍ରୀ ଏନେଇ ଫେସବୁକରେ ପୋଷ୍ଟ କରିବା ପରେ ଘଟଣା ସାମ୍ନାକୁ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.