Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଜଗତସିଂହପୁରରେ ୫୨ ହଜାର ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ, ୧୩୦୦ରୁ ଅଧିକ ଗାଁ ପ୍ରଭାବିତ

14/09/2021 at 7:39 AM

ଜଗତସିଂହପୁର, ୧୪|୦୯ :  ଜଗତସିଂହପୁର ଜିଲ୍ଲାରେ ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ବର୍ଷାରେ ଜିଲ୍ଲାର ୮ଟି ବ୍ଲକର ୧୩୨୧ ଗାଁ ଓ ୨ଟି ମ୍ୟୁନିସପାଲଟିର ୪୦ଟି ୱାର୍ଡ ପ୍ରଭାବିତ ହୋଇଛି ।

ଜିଲ୍ଲାର ୪୩ଟି ବାତ୍ୟା ଆଶ୍ରୟ ସ୍ଥଳୀରେ ୧୫୯୦ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୨୯ଟି କେନ୍ଦ୍ରରେ ମାଗଣା ଖାଦ୍ୟ ବଣ୍ଟନ କରାଯାଉଛି ।ଜିଲ୍ଲାରେ କୃଷି ଓ ଉଦ୍ୟାନ କୃଷିକୁ ମିଶାଇ ୫୨ହଜାର ୪୨.୯ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି ।୭୫ ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ ୬ଟି କୋଠାଘର କ୍ଷତିଗ୍ରସ୍ତ ହୋଇଛି ।

ପାଣି ଘେରରେ ରହିଥିବା ଲୋକମାନଙ୍କ ଚୁଡା, ବିସ୍କୁଟ ଓ ଗୁଡ଼ ପ୍ରଦାନ କରାଯାଇଛି । ପାଣି ଘେରରେ ରହିଥିବା ଲୋକମାନଙ୍କ ଉଦ୍ଧାର କାର୍ଯ୍ୟ ପାଇଁ ୨ଟି ଅଗ୍ନିଶମ ବାହିନୀ ଓ ୩ଟି ମେଡିକାଲ ଟିମ ନିୟୋଜିତ ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

   Related Posts