Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

ମୃତ ନର୍ସ ନିହାରିକାଙ୍କ ଘରେ ଜଗତସିଂହପୁର ଏସପି : ପଚାରିଲେ ଏହିସବୁ ପ୍ରଶ୍ନ, କହିଲେ ମୋବାଇଲ ଠାବ ପାଇଁ ଚାଲିଛି ଉଦ୍ୟମ

24/09/2019 at 2:11 PM

ବାଲିପାଟଣା ୨୪।୯: ନର୍ସ ନିହାରିକା ହତ୍ୟା ଘଟଣା ଅଭିଯୁକ୍ତ କିଶୋର ଆଞ୍ଚଲଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରୁଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ମୃତ ନର୍ସ ନିହାରିକାଙ୍କ ଘର ଭିଙ୍ଗାରପୁରରେ ପହଁଞ୍ଚି ତଦନ୍ତ କରିଛନ୍ତି ଜଗତସିଂହପୁର ଏସପି ।

ନିହାରିକାଙ୍କ ବାପା, ଭାଇ, ମା’ ଏବଂ ସମ୍ପର୍କୀୟ ଭଉଣୀଙ୍କ ସହ କଥା ହୋଇ ଘଟଣା ସଂପର୍କରେ ତଦନ୍ତ କରିଛନ୍ତି । ନିହାରିକାଙ୍କ ପ୍ରେମିକ ରାଜା ଓରଫ କିଶୋର ନିହାରିକାଙ୍କ ପରିବାରର ଅନ୍ୟ କାହା ସହ କଥା ହୁଏ ଏବଂ ସେ କେବେ ଭିଙ୍ଗାରପୁର ଆସିଥିଲା କି ନାହିଁ ସେ ସଂପର୍କରେ ଏସପି ପଚାରି ବୁଝିଥିଲେ ।

ହତ୍ୟାକାଣ୍ଡରେ ଆଉ କେଉଁମାନେ ଜଡିତ ଅଛନ୍ତି ସେ ବିଷୟରେ ମଧ୍ୟ ତଦନ୍ତ ଚାଲିଛି । ହତ୍ୟାକାଣ୍ଡରେ ଅନ୍ୟ କାହାର ହାତ ଅଛି କି ନାହିଁ ତାହା ଖୁବ୍ ଶୀଘ୍ର ଜଣାପଡିବ ବୋଲି ଜଗତସିଂହପୁର ଏସପି ସୂଚନା ଦେଇଛନ୍ତି । ଏପର୍ଯ୍ୟନ୍ତ ନିହାରିକାଙ୍କ ମୋବାଇଲ ମିଳିନାହିଁ । ମୋବାଇଲକୁ ଠାବ କରିବା ପାଇଁ ପ୍ରୟାସ ଚାଲିଥିବା ଏସପି କହିଛନ୍ତି ।

ଗତ ୮ତାରିଖ ଦିନ କଟକ କଲ୍ୟାଣନଗରରେ ଥିବା ଏମ ଏମ ମେଡିକେୟାର ନର୍ସିଂ ହୋମ୍ ର ନର୍ସ ନିହାରିକା ପାତ୍ର ନିଖୋଜ ହୋଇଯାଇଥିଲେ । ୧୭ତାରିଖ ଦିନ ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅନ୍ତର୍ଗତ ବିଲୁଆଖାଇ ନଦୀ ପଠାରୁ ତାଙ୍କ ଗଳିତ ଶବ ଉଦ୍ଧାର ହୋଇଥିଲା । ଏହାପରେ ପୋଲିସ ଶବ ଚିହ୍ନଟ କରିବା ସହ ଘଟଣାର ଖୋଳତାଡ କରିଥିଲା । ୮ତାରିଖ ଦିନ ନିହାରିକା ତାଙ୍କ ବୟଫ୍ରେଣ୍ଡ ରାଜା ଓରଫ କିଶୋର ଆଞ୍ଚଲଙ୍କ ସହ ବାଇକ୍ ରେ ନର୍ସିଂହୋମ୍ ରୁ ଯାଇଥିବା ସିସିଟିଭି ଫୁଟେଜ୍ ରୁ ସ୍ପଷ୍ଟ ହୋଇଥିଲା ।

୧୭ତାରିଖରେ ନିହାରିକାଙ୍କ ଶବ ମିଳିବା ପରେ କିଶୋର ଫେରାର ହୋଇଯାଇଥିଲା । ଏହାମଧ୍ୟ ହତ୍ୟାକାଣ୍ଡରେ ତାର ସଂପୃକ୍ତି ନେଇ ସନ୍ଦେହକୁ ଅଧିକ ଦୃଢୀଭୂତ କରିଥିଲା । ଗତ ୨୦ ତାରିଖରେ କିନ୍ତୁ କିଶୋର ପୋଲିସ ନିକଟରେ ଆତ୍ମସମର୍ପଣ କରିବା ପରେ ନିହାରିକାଙ୍କୁ କେମିତି ମାରିଥିଲା ତାର ଡେମୋ ଦେଖାଇଥିଲା । କଟକ ଚାଉଳିଆଗଞ୍ଜରେ ଥିବା ତାର ଏକ ସାଙ୍ଗର ଭଡା ଘରକୁ ନିହାରିକାଙ୍କୁ ନେଇ ସେ ତଣ୍ଟି ଚିପି ହତ୍ୟା କରିଥିବା ସ୍ବୀକାର କରିଥିଲା । ହତ୍ୟା କରିବା ପରେ ନିହାରିକାଙ୍କ ଶବକୁ ବସ୍ତାରେ ପୁରାଇ ନିଜ ହୋଣ୍ଡା ସାଇନ୍ ବାଇକ୍ ରେ ଲଦି ଜଗତସିଂହପୁର ବିଲୁଆଖାଇ ନଦୀରେ ଫିଙ୍ଗି ଦେଇଥିଲା । ଭଡା ଘରୁ ବସ୍ତାରେ ନିହାରିକାଙ୍କ ଶବ ଭର୍ତ୍ତି କରି ନିଜ ଗାଡିରେ କିଶୋର ନେବା ବେଳର ଦୃଶ୍ୟ ଚାଉଳିଆଗଞ୍ଜ ପୂଜା ମଣ୍ଡପ ସିସିଟିଭିରେ କଏଦ ହୋଇଥିଲା । ପୋଲିସ ଏହି ସିସିଟିଭି ଫୁଟେଜ୍ ମଧ୍ୟ ଜବତ କରିଥିଲା ।

   Related Posts