ଏମ୍‌ ଏମ୍ ମେଡିକେୟାର ନର୍ସିଂହୋମ୍‌ରେ ନିହାରିକାଙ୍କ ସହଯୋଗୀଙ୍କୁ ପୋଲିସ ଜେରା କଲା ୪୫ମିନିଟ୍

Published By : Prameya-News7 Bureau | September 24, 2019 IST

କଟକ ୨୪।୯:  ବହୁ ଚର୍ଚ୍ଚିତ ନର୍ସ ନିହାରିକା ହତ୍ୟାକାଣ୍ଡର ତଦନ୍ତକୁ ଅଧିକ କ୍ରିୟାଶୀଳ କରିଛି ଜଗତସିଂହପୁର ପୋଲିସ । ତଦନ୍ତ ପାଇଁ ଖୋଦ୍ ଜଗତସିଂହପୁର ଏସପିଙ୍କ ସମେତ ତଦନ୍ତକାରୀ ଟିମ୍ କଲ୍ୟାଣୀନଗର ସ୍ଥିତ ଏମ ଏମ ମେଡିକେୟାରରେ ପହଞ୍ଚିଥିଲେ । ସେଠାରେ ଦୀର୍ଘ ୪୫ ମିନିଟ୍ ପର୍ଯ୍ୟନ୍ତ ପଚାରା ଉଚରା କରିଛନ୍ତି ।

{"id":161998}

ନର୍ସିଂହୋମ୍ ମାଲିକଙ୍କ ସମେତ ନିହାରିକାଙ୍କ ସହଯୋଗୀମାନଙ୍କୁ ମଧ୍ୟ ଜେରା କରିଛନ୍ତି ଏସପି । ତେବେ ଅଭିଯୁକ୍ତ ରାଜାକୁ ରିମାଣ୍ଡର ନେବା ପରେ ପୋଲିସକୁ ଅଧିକ କିଛି ତଥ୍ୟ ମିଳିଥିବା ଜଣାପଡିଛି । ସେଥିପାଇଁ ଏସପି ନିଜେ ଏହି ଟିମ୍ ସହ ଯାଇ ତଦନ୍ତ କରିଛନ୍ତି ।

{"id":161999}

ଅନ୍ୟପଟେ ମୃତ ନର୍ସ ନିହାରିକାଙ୍କ ଘର ଭିଙ୍ଗାରପୁରରେ ପହଁଞ୍ଚି ତଦନ୍ତ କରିଥିଲେ ଜଗତସିଂହପୁର ଏସପି । ନିହାରିକାଙ୍କ ବାପା, ଭାଇ, ମା’ ଏବଂ ସମ୍ପର୍କୀୟ ଭଉଣୀଙ୍କ ସହ କଥା ହୋଇ ଘଟଣା ସଂପର୍କରେ ତଦନ୍ତ କରିଥିଲେ । ନିହାରିକାଙ୍କ ପ୍ରେମିକ ରାଜା ଓରଫ କିଶୋର ନିହାରିକାଙ୍କ ପରିବାରର ଅନ୍ୟ କାହା ସହ କଥା ହୁଏ ଏବଂ ସେ କେବେ ଭିଙ୍ଗାରପୁର ଆସିଥିଲା କି ନାହିଁ ସେ ସଂପର୍କରେ ଏସପି ପଚାରି ବୁଝିଥିଲେ ।

{"id":162002}

ହତ୍ୟାକାଣ୍ଡରେ ଆଉ କେଉଁମାନେ ଜଡିତ ଅଛନ୍ତି ସେ ବିଷୟରେ ମଧ୍ୟ ତଦନ୍ତ ଚାଲିଛି । ହତ୍ୟାକାଣ୍ଡରେ ଅନ୍ୟ କାହାର ହାତ ଅଛି କି ନାହିଁ ତାହା ଖୁବ୍ ଶୀଘ୍ର ଜଣାପଡିବ ବୋଲି ଜଗତସିଂହପୁର ଏସପି ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.