ଗର୍ଭବତୀ ମହିଳା କରୋନା ପଜିଟିଭ୍, ପ୍ରସୂତି ଓ୍ୱାର୍ଡ ୨୪ ଘଣ୍ଟା ପାଇଁ ସିଲ୍
7/08/2020 at 7:12 PM

ଜଗତସିଂପୁର, ୦୭|୦୮: ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ୱାର୍ଡ ରେ ଭର୍ତ୍ତି ହୋଇଥିବା ଜଣେ ଗର୍ଭବତୀ ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗାନ୍ଧୀ ଛକ ଅଞ୍ଚଳର ଏହି ଗର୍ଭବତୀ ମହିଳାଙ୍କର ଆଣ୍ଟିଜେନ ଟେଷ୍ଟରୁ କରୋନା ପଜିଟିଭ୍ ଥିବା ଜଣା ପଡିଥିଲା ।
ଶନିବାର ମହିଳାଙ୍କର ସ୍ୱାବ ପରୀକ୍ଷା ନିମନ୍ତେ ନିଆଯିବ । ତେବେ ମହିଳାଙ୍କ ରିପୋର୍ଟ ପଜିଟିଭ୍ ଆସିବା ପରେ ଲେବର ରୁମକୁ ୨୪ ଘଣ୍ଟା ପାଇଁ ସିଲ୍ କରା ଯାଇଛି । ଯଦି କୌଣସି ଷ୍ଟାଫ ବା ଡାକ୍ତର ଓ ନର୍ସ ଙ୍କର ପଜିଟିଭ ଆସେ ତାହେଲେ ସମଗ୍ର ପ୍ରସୂତି ବିଭାଗ ୱାର୍ଡକୁ ସିଲ କରା ଯିବ । ଏନେଇ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।