Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ଜଗତସିଂହପୁରରେ ବନ୍ୟା ଭୟ; ଦୁର୍ବଳ ନଦୀବନ୍ଧକୁ ନେଇ ଲୋକେ ଆତଙ୍କିତ

25/07/2018 at 6:10 AM

ଲଗାଣବର୍ଷା ଯୋଗୁଁ ଜଗତସିଂହପୁର ଜିଲ୍ଲାରେ ପ୍ରବାହିତ ମହାନଦୀ ଓ ଏହାର ଶାଖା ନଦୀ ପାଇକା ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି । ଫଳରେ ନଦୀ ନିକଟବର୍ତ୍ତୀ ତିର୍ତୋଲ,ରଘୁନାଥପୁର, କୁଜଙ୍ଗ ଆଦିବ୍ଲକ ଅଞ୍ଚଳରେ ୫୦ ଟିରୁ ଉର୍ଦ୍ଧ୍ୱ ଗାଁ ପ୍ରଭାବିତ ହୋଇ ଥିବା ବେଳେ ବିଭିନ୍ନ ସ୍ଥାନରେ ଦୁର୍ବଳ ନଦୀ ବନ୍ଧକୁ ନେଇ ଲୋକେ ଆତଙ୍କିତ ହୋଇ ପଡିଛନ୍ତି ।ତିର୍ତୋଲ ବ୍ଲକ ଅଞ୍ଚଳର ମଣିଜଙ୍ଗା, ଜଡତୀରା, ତିର୍ତୋଲ ଓ ତରଜଙ୍ଗା ପଞ୍ଚାୟତର ମହାନଦୀ ପଠାରେ ଘରକରି ରହୁଥିବା ପଚାଶରୁ ଉର୍ଦ୍ଧ ପରିବାର ବନ୍ୟାଜଳରେ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।ମହାନଦୀରେବନ୍ୟାଜଳ ଆସିବା ଯୋଗୁଁ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଛି।ମଣିଜଙ୍ଗା ତାର୍ତୋଲ, ପାଳନ୍ଦା ରାସ୍ତା ଉପରେ ଚାରିଫୁଟ ଉଚ୍ଚ ବନ୍ୟାଜଳ ପ୍ରବାହିତ ହେଉଥିବା ଯୋଗୁଁ ଏହି ରାସ୍ତାରେ ଯୋଗାଯୋଗ ବିଛିନ୍ନ ହୋଇଛି।ମହାନଦୀ ଓ ଏହାର ଶାଖା ପାଇକା ନଦୀର ନଦୀବନ୍ଧ ନିର୍ମାଣ କାର୍ଯ୍ୟ ଚାଲିଥିବା ଓ ଅନେକ ସ୍ଥାନରେ ନଦୀବନ୍ଧ ବିପଦସଂକୁଳ ଥିବାରୁ ଅଞ୍ଚଳରେ ବନ୍ୟା ଆଶଙ୍କା ରହିଛି। ହୀରାକୁଦରୁ ବନ୍ୟାଜଳ ଆଜି ନିସ୍କାସିତ ହୋଇଥିବା ବେଳେ ଏହାକୁ ନେଇ ଲୋକେ ଅଧିକ ଆତଙ୍କିତ ହୋଇ ପଡିଛନ୍ତି ।

   Related Posts