Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନର ବ୍ୟାପକ ପ୍ରସ୍ତୁତି : ଆଶ୍ରୟସ୍ଥଳରେ ଶୁଖିଲା ଖାଦ୍ୟ ମହଜୁଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

16/05/2020 at 12:21 PM

ଜଗତସିଂହପୁର ୧୬।୫: ସମ୍ଭାବ୍ୟ ବାତ୍ୟାକୁ ନେଇ ଜଗତସିଂହପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହାର ମୁକାବିଲା ନିମନ୍ତେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ ବ୍ଲକର ବିଡ଼ିଓ, ତହସିଲଦାର ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ, କୁଜଙ୍ଗ, ଏରସମା ଓ ବାଲିକୁଦା ବ୍ଲକ୍ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ହୋଇଥିବା ସେଗୁଡିକ ଅତ୍ୟନ୍ତ ସ୍ପର୍ଶକାତର ରହିବ ।

ସମ୍ଭାବ୍ୟ ବାତ୍ୟା ଆସନ୍ତା ୨୦ ତାରିଖରେ ଉପକୂଳ ଛୁଇଁବାର ଥିବାରୁ ସମୁଦ୍ର କୂଳରୁ ୩ କିଲୋମିଟର ଭିତରେ ରହିଥିବା ଲୋକମାନଙ୍କୁ ଆସନ୍ତା ୧୮ ଓ ୧୯ ତାରିଖରେ ବାତ୍ୟା ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯିବ । ସେଥିପାଇଁ ଜିଲ୍ଲାରେ ୫୪୨ଟି ସ୍କୁଲ ଗୃହ ଓ ୪୨ଟି ବାତ୍ୟା ଆଶ୍ରୟସ୍ଥଳକୁ ଚିହ୍ନଟ କରାଯାଇଛି । ଏହାସହ ବାତ୍ୟା ଆଶ୍ରୟସ୍ଥଳରେ ଶୁଖିଲା ଖାଦ୍ୟ ଓ ବିଶୁଦ୍ଧ ପାନୀୟ ଜଳ ମହଜୁଦ ରଖିବା ସହିତ ତହସିଲ ଗୁଡିକରେ ଆବଶ୍ୟକ ପରିମାଣର ପଲିଥିନ ରଖିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଏହାସହ ଜିଲ୍ଲାରେ ପାରାଦ୍ବୀପ ଓ ଜଗତସିଂହପୁରଠାରେ ଦୁଇଟି ଲେଖାଁଏ ଓଡ୍ରାଫ ଟିମ୍ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ କେତେକ ବାତ୍ୟା ଆଶ୍ରୟ ସ୍ଥଳରେ ସଂଗରୋଧ କେନ୍ଦ୍ର କରାଯାଇଥିବା ବେଳେ ଏହାକୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ସମ୍ଭାବ୍ୟ ବାତ୍ୟା ‘ଆମ୍ଫାନ’କୁ ମୁକାବିଲା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଜିଲ୍ଲାପାଳ ।

   Related Posts