Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ଜଗତସିଂହପୁରରେ ଲାଗି ରହିଛି ବର୍ଷା, ବାତ୍ୟା ମୁକାବିଲା ପାଇଁ ସଜାଗ ପ୍ରଶାସନ

4/12/2021 at 7:36 AM

ଜଗତସିଂହପୁର, ୦୪|୧୨:  ସମ୍ଭାବ୍ୟ ବାତ୍ୟା ଜୱାଦ ପ୍ରଭାବରେ ଜଗତସିଂହପୁର ଜିଲ୍ଲାରେ ଶୁକ୍ରବାର ସନ୍ଧ୍ୟାରୁ ବର୍ଷା ଲାଗି ରହିଛି । ବାତ୍ୟାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ଵ୍ୟଵସ୍ଥା କରାଯାଇଛି । ଜିଲ୍ଲାକୁ ରେଡ଼ ୱାର୍ଣିଙ୍ଗ ଜାରି କରାଯାଇଥିବା ବେଳେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି ।

ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକମାନଙ୍କୁ ଆବଶ୍ୟକ ସ୍ଥଳେ ସ୍ଥାନାନ୍ତର କରାଯିବ ।ଜିଲ୍ଲାରେ ସମସ୍ତ ବ୍ଲକ ମୁଖ୍ୟାଳୟରେ ଅଫିସର ମାନେ ପୂର୍ଣ୍ଣ ପ୍ରସ୍ତୁତି ସହ ସଜାଗ ହୋଇ ରହିଛନ୍ତି । ବାତ୍ୟା ମୁକାବିଲା ନିମନ୍ତେ ଜିଲ୍ଲାରେ ୧ଟି ଏନଡିଆରଏଫ ଟିମ, ଗୋଟିଏ ଓଡ୍ରାଫ ଟିମ ଓ ୧୪ଟି ଅଗ୍ନିଶମ ବାହିନୀର କର୍ମଚାରୀମାନେ ଅତ୍ୟାଧୁନିକ ମେସିନ ଧରି ବାତ୍ୟା ଓ ବାତ୍ୟା ପରର ସ୍ଥିତିକୁ ସୁଧାରିବାକୁ ପ୍ରସ୍ତୁତ ରହିଛନ୍ତି ।ଡିସେମ୍ବର ୪ ଓ ୫ ତାରିଖ ବାତ୍ୟା ଯୋଗୁଁ ଲୋକମାନେ ଘରୁ ନବହାରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି ।

   Related Posts