Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ବାଇକ୍‌ ଦୁର୍ଘଟଣାକୁ ନେଇ ରାସ୍ତା ମଝିରେ ପାଲା, ଯୁବକଙ୍କୁ ହାତ ଉଠାଇ ମାରିବାରୁ ମହିଳା ଏସ୍‌.ଆଇଙ୍କୁ ଘେରିଲେ ଲୋକେ

1/08/2021 at 11:14 PM

ଜଗତସିଂହପୁର, ୦୧/୦୮: ଜଗତ୍‌ସିଂହପୁର ତିର୍ତ୍ତୋଲ ବଜାରରେ ଗାଡି ଦୁର୍ଘଟଣାକୁ ନେଇ ରାସ୍ତା ଉପରେ ଧସ୍ତାଧସ୍ତି ହୋଇଛି । ଜଣେ ମହିଳାଙ୍କୁ ଘେରିଯାଇ କିଛି ଲୋକ କାହିଁକି ହାତ ଉଠାଇଲ ବୋଲି ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି । ସେମାନଙ୍କ ସହ ଏହି ମହିଳା ଜଣଙ୍କର ଯୁକ୍ତିତର୍କ ଓ ଠେଲାପେଲା ପର୍ଯ୍ୟନ୍ତ କଥା ଯାଉଛି । ମହିଳା ଜଣଙ୍କ ହେଉଛନ୍ତି ତିର୍ତ୍ତୋଲ ଥାନାର ସବ୍‌ ଇନସ୍‌ପେକ୍ଟର ଧରିତ୍ରୀ ଜେନା । ସେ ତାଙ୍କ ସ୍ୱାମୀଙ୍କ ସହ କାରରେ ଯାଉଥିବା ବେଳେ ପଛପଟେ ଆସୁଥିବା ଜଣେ ବାଇକ୍‌ ଚାଳକ ତାଙ୍କ କାରକୁ ପଛରୁ ସାମାନ୍ୟ ଧକ୍କା ଦେଇଥିଲେ  । ଏହାପରେ ମହିଳା ସବ୍‌ନସପେକ୍ଟର ଓ ତାଙ୍କ ସ୍ବାମୀଙ୍କ ଉତ୍‌କ୍ଷିପ୍ତ ହୋଇ ବାଇକ୍‌ ଚାଳକଙ୍କୁ ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିବା ସହ ମାଡ ମାରିଥିବା ସଂପୃକ୍ତ ଯୁବକ ଅଭିଯୋଗ କରିଛନ୍ତି ।

ମହିଳା ସବ୍‌ ଇନସ୍‌ପେକ୍ଟରଙ୍କ କହିବା କଥା ଯୁବକ ଜଣଙ୍କ ମୋବାଇଲରେ ଗପି ଗପି ଆସିବା ସହ ଅନ୍ୟମନସ୍କ ହୋଇ ତାଙ୍କ ଗାଡିରେ ଧକ୍କା ଦେଇଥିଲେ । ଏପରିକି ସେ ଓଲଟା ତାଙ୍କୁ ଓ ତାଙ୍କ ସ୍ବାମୀଙ୍କୁ ଗାଳିଗୁଲଜ କରିଥିଲେ । ଏହି ଘଟଣା ଦେଖୁଥିବା ସ୍ଥାନୀୟ ଲୋକେ ଏହାର ପ୍ରତିବାଦ କରିବା ସହ କିଛି ଲୋକ ମହିଳା ସବଇନ୍ସପେକ୍ଟର ଓ ତାଙ୍କ ସ୍ବାମୀଙ୍କୁ ଠେଲାପେଲା କରିଥିଲେ । ପରେ ଉତକ୍ଷିପ୍ତ ଲୋକେ କଟକ-ପାରାଦ୍ବୀପ ରାସ୍ତାକୁ ନେହେରୁ ବଜାରଠାରେ ଟାୟାର ଜାଳି ଘଣ୍ଟାଏ ଧରି ଅବରୋଧ କରିଥିଲେ। ତିର୍ତ୍ତୋଲ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିଥିଲା । ତେବେ ପୋଲିସ ଯୁବକ ଜଣଙ୍କ ବାଇକ୍ ଆଣି ଆନ୍ଦୋଳନସ୍ଥଳରେ ହସ୍ତାନ୍ତର କରିବାରୁ ଆନ୍ଦୋଳନ ପ୍ରତ୍ୟାହର ହୋଇଥିଲା ।

   Related Posts