ଗ୍ୟାଙ୍ଗଷ୍ଟର ଟିଟୋକୁ ୨ଦିନିଆ ରିମାଣ୍ଡରେ ନେଲା ଜଗତପୁର ପୋଲିସ

Published By : Prameya-News7 Bureau | August 25, 2018 IST

କଟକ ୨୫/୮ : ଆଜି ସାଲେପୁର ଜେଏମଏଫସି କୋର୍ଟରେ ଗ୍ୟାଙ୍ଗଷ୍ଟର ଟିଟୋକୁ ହାଜର କରିଥିଲା ଜଗତପୁର ପୋଲିସ । ଏକ ଗୁଳିକାଣ୍ଡ ଘଟଣାରେ ଜଗତପୁର ପୋଲିସ ଟିଟୋକୁ ୪ଦିନ ରିମାଣ୍ଡରେ ନେବା ପାଇଁ ସାଲେପୁର ଜେଏମଏଫସି କୋର୍ଟରେ ହାଜର କରିଥିଲା । ଟିଟୋକୁ ୨୫ ଓ ୨୬ ତାରିଖ ଦୁଇ ଦିନ ରିମାଣ୍ଡରେ ନେବାପାଇଁ କୋର୍ଟ ଅନୁମତି ଦେଇଛନ୍ତି । ଆସନ୍ତା ୨୭ ତାରିଖରେ କୋର୍ଟରେ ହାଜର କରିବା ପାଇଁ ଜଗତପୁର ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଜେଏମଏଫସି କୋର୍ଟ।ସୂଚନା ଅନୁଯାୟୀ ଜଗତପୁର ଥାନା କେସ୍ ନମ୍ବର ୬୦/୧୮ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ମାସ ୨୮ ତାରିଖ ସନ୍ଧ୍ୟାରେ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୂର ରେହମାନର ଭାଇ ତାହିର ଅଲ୍ଲୀକୁ ଟେଣ୍ଡର ଫିକ୍ସିଂ ନେଇ ଜଗତପୁର ବିରୁପା ବ୍ରିଜ୍ ନିକଟରେ ଗୁଳିମାଡ ହୋଇଥିଲା । ଏହି ଗୁଳିକାଣ୍ଡ ଘଟଣାରେ ଟିଟୋର ସମ୍ପୃକ୍ତି ଥିବାର ସୁରାକ ପାଇଥିଲା ପୋଲିସ। ଏହି କେସରେ ଆଗରୁ ୬ ଜଣଙ୍କୁ ଗିରଫ କରିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.