ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ...

Published By : Prameya-News7 Bureau | March 24, 2020 IST

ଭୁବନେଶ୍ବର୨୪/୩: ହୋମ୍‌ କ୍ବାରେଣ୍ଟାଇନ୍‌ରେ ରହିଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମହାରାଜ। ଶଙ୍କରାଚାର୍ଯ୍ୟ ସୋମବାର ରାତି ନିଜର ୧୪ ଜଣ ଶିଷ୍ୟ ଓ ପରିକରଙ୍କ ସହ ଗୋବର୍ଦ୍ଧନ ମଠରେ ପହଞ୍ଚିଥିଲେ। ଏଠାରେ ପହଞ୍ଚିବା ପରେ ତାଙ୍କୁ ଗୋବର୍ଦ୍ଧନ ମଠରେ ହୋମ କ୍ୱାରେଣ୍ଟିନରେ ରଖାଯାଇଛି।

ସୂଚନା ଅନୁସାରେ ଶଙ୍କରାଚାର୍ଯ୍ୟଙ୍କ ସମେତ ଅନ୍ୟମାନେ ମଧ୍ୟ ସୁସ୍ଥ ଅଛନ୍ତି। ପୂଜ୍ୟ ଶଙ୍କରାଚାର୍ଯ୍ୟ ସୋମବାର ସଂଧ୍ୟାରେ ବିମାନ ଯୋଗେ ଦିଲ୍ଲୀରୁ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ କାର ଯୋଗେ ପୁରୀସ୍ଥିତ ଗୋବର୍ଦ୍ଧନ ମଠକୁ ପହଞ୍ଚି ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.