ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ

Published By : Prameya-News7 Bureau | February 20, 2020 IST

ଭୁବନେଶ୍ୱର ୨୦।୦୨- ଶୁକ୍ରବାରରେ ମହା ଶିବରାତ୍ରି । ଚଳଚଞ୍ଚଳର ରାଜ୍ୟର ପ୍ରମୁଖ ଶୈବ ପୀଠ ।  ଲିଙ୍ଗରାଜ , ଲୋକନାଥ, କପିଳାସ, ଆଖଣ୍ଡଳମଣୀ, ଧବଳେଶ୍ବର ଓ କୋରାପୁଟର ଗୁପ୍ତେଶ୍ବର କ୍ଷେତ୍ରରେ ଚାଲିଛି ବ୍ୟାପକ ପ୍ରସ୍ତୁତି ।  ଜାଗର ଅବସରରେ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ଶୈବ ପୀଠ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।  ଏକାମ୍ର କ୍ଷେତ୍ର ଲିଙ୍ଗରାଜଙ୍କ ମହାଦୀପ ରାତି ୧୦ଟାରେ ଉଠିବ ବୋଲି ସମୟ ଧାର୍ଯ୍ୟ ହୋଇଥିବା ବେଳେ  କପିଳାସର ଚନ୍ଦ୍ରଶେଖର ଜୀଉଙ୍କ ମହାଦୀପ ଭୋର ୪ରେ ଉଠିବ ବୋଲି ସମୟ ଧାର୍ଯ୍ୟ ହୋଇଛି…

{"id":226886,"sizeSlug":"large"}

ରାତି ପାହିଲେ ଜାଗର । ଏକାମ୍ର କ୍ଷେତ୍ରର ଅଧିଷ୍ଠାତା ପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପା୍ଇଁ ପ୍ରସ୍ତୁତି ଚୁଡାନ୍ତି ପର୍ଯ୍ୟାୟରେ । ପ୍ରଥମଥର ପାଇଁ ଅତି ସୁନ୍ଦରଭାବେ ପ୍ରାୟ ୨୦ ପ୍ରକାରର ରଙ୍ଗବେରଙ୍ଗ ଫୁଲରେ ଲିଙ୍ଗରାଜ ମନ୍ଦିରକୁ ସଜା ଯାଉଛି । ଭୁବନେଶ୍ବର ଫ୍ଲୋରିଷ୍ଟ ଆସୋସିଏସନ ପକ୍ଷରୁ ଏଭଳି ପ୍ରାୟସ ହୋଇଛି । ସେହିପରି ଶିବରାତ୍ରି ଅବସରରେ ରଙ୍ଗବେରଙ୍ଗ ଆଲୋକ ବ୍ୟବସ୍ଥା ମଧ୍ୟ ହୋଇଛି । ନୀତି ନିର୍ଘଣ୍ଟ ଅନୁସାରେ ରାତି ୧୦ରେ ଲିଙ୍ଗରାଜଙ୍କ କ୍ଷେତ୍ରରେ ଉଠିବ ମହାଦୀପ । ଲିଙ୍ଗରାଜ କ୍ଷେତ୍ରରେ ଲକ୍ଷାଧୀକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦେଖି କମିସନରେଟ୍‌ ପୋଲିସ ବ୍ୟପକ ବ୍ୟବସ୍ଥା କରିଛି ।ଦିନରେ ଖରା ଦାଉରୁ ସୁରକ୍ଷା ଦେବାକୁ ଭକ୍ତଙ୍କ ପାଇଁ ଫାଇବର ସେଡ୍ ନିର୍ମାଣ କରାଯାଇଛି । ଏଥି ସହ ଖରା ଅଧିକ ହେଉଥିବାରୁ ଭକ୍ତଙ୍କ ପାଇଁ ପ୍ରଚୁର ପାନୀୟ ଜଳ ବ୍ୟବସ୍ଥା କରିବା ସହ ପାଣି ସିଞ୍ଚନ ବି କରାଯାଉଛି ।

{"id":226887,"sizeSlug":"large"}

ରାଜ୍ୟର ଅନ୍ୟତମ ପ୍ରମୁଖ ଶୈବପୀଠ ପୁରୀ ଲୋକନାଥଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଲୋକନାଥଙ୍କ କ୍ଷେତ୍ରରେ ୩ ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାରିକେଡ଼ିଂର ବ୍ୟବସ୍ଥା ହୋଇଛି । ରାତିର ୧୨ ଟାରୁ ୨ ଟା ମଧ୍ୟରେ ହରିହର ଭେଟ ଓ ରାତ୍ର ୩ ଟାରୁ ୪ଟା ମଧ୍ୟରେ ମହାଦୀପ ଉଠିବାର ନୀତି ନିର୍ଘଣ୍ଟ ହୋଇଛି । ଶାନ୍ତି ଶୃଙ୍ଖଳା ରକ୍ଷା ଏବଂ ଭିଡ଼ ନିୟନ୍ତ୍ରଣ ପାଇଁ ୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ । ସେହିପରି ଭଦ୍ରକ ଆଖଣ୍ଡଳମଣି କ୍ଷେତ୍ରରେ ଜାଗରଯାତ୍ରା ପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ହଜାର ହଜାର ଭକ୍ତଙ୍କ ସମାବେଶରୁ ନଜରେ ରଖି ଜିଲ୍ଲା ପୋଲିସଙ୍କ ସହ ୮ଜଣ ମାଜିଷ୍ଟ୍ରେଟ୍ , ୪ ଜଣ ଏସଡ଼ପିଓ ,୧୦ଜଣ ଇନସପେକ୍ଟରଙ୍କୁ ସୁରକ୍ଷା ଦାୟୀତ୍ବ ଦିଆଯାଇଛି । ମନ୍ଦିର ଭିତରେ ଓ ବାହାରେ ୨୨ଟି ସିସିଟିଭି କ୍ୟାମେରା ବ୍ୟବସ୍ଥା ହୋଇଛି  

{"id":226888,"sizeSlug":"large"}

ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ଧବଳେଶ୍ବର, ଢେଙ୍କାନାଳ କପିଳାସ ସ୍ଥିତ ଚନ୍ଦ୍ରଶେଖର ଜୀଉଙ୍କ ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ଚୁଡାନ୍ତ ପର୍ଯ୍ୟାୟରେ । ସେପଟେ କୋରାପୁଟର ଗୁପ୍ତେଶ୍ବରଙ୍କ କ୍ଷେତ୍ରରେ ଜାଗର ପାଇଁ ପ୍ରସ୍ତୁତି ଶେଷ । ଏଠାରେ ବାବାଙ୍କ  ବୃହତ୍ତମ ଶିବ ଲିଙ୍ଗ ଶ୍ରଦ୍ଧାଳୁଙ୍କ ପାଇଁ ମୁଖ୍ୟ ଆକର୍ଷଣ ହୋଇଥିବାରୁ କେବଳ ଓଡିଶା ନୁହେଁ ପଡୋଶୀ ଆନ୍ଧ୍ରରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

{"id":226890,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.